ETV Bharat / sports

ସାକ୍ଷୀଙ୍କ ଖୁଲାସା, ନିଦରେ ବି PUBG ଖେଳୁଛନ୍ତି ଧୋନି !

ଟିମ ଇଣ୍ଡିଆ ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି ଦୀର୍ଘ ଦିନ ହେଲା କ୍ରିକେଟରୁ ଦୂରରେ ରହିଛନ୍ତି । ତେବେ ଘରେ ଧୋନି PUBG ଗେମ ପ୍ରେମରେ ପଡିଥିବା ଖୁଲାସା କରିଛନ୍ତି ପତ୍ନୀ ସାକ୍ଷୀ ଧୋନି।

author img

By

Published : Jun 1, 2020, 12:59 PM IST

MS Dhoni is sleep talking about PUBG these days: Wife Sakshi
ସାକ୍ଷୀଙ୍କ ଖୁଲାସା, ନିଦରେ ବି PUBG ଖେଳୁଛନ୍ତି ଧୋନି !

ନୂଆଦିଲ୍ଲୀ: ଟିମ ଇଣ୍ଡିଆ ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି ଦୀର୍ଘ ଦିନ ହେଲା କ୍ରିକେଟରୁ ଦୂରରେ ରହିଛନ୍ତି । ତେବେ ଘରେ ଧୋନି PUBG ଗେମ ପ୍ରେମରେ ପଡିଥିବା ଖୁଲାସା କରିଛନ୍ତି ପତ୍ନୀ ସାକ୍ଷୀ ଧୋନି।

MS Dhoni is sleep talking about PUBG these days: Wife Sakshi
2019 କ୍ରିକେଟ ବିଶ୍ବକପ ସେମିଫାଇନାଲରେ ଧୋନି

ଆଇପିଏଲ ଫ୍ରାଞ୍ଚାଇଜ ଚେନ୍ନାଇ ସୁପର କିଙ୍ଗ୍ସର ଅଫିସିଆଲ ଇନଷ୍ଟାଗ୍ରାମ ଲାଇଭ ସେସନରେ ଏମିତି କିଛି କହିଛନ୍ତି ସାକ୍ଷୀ । ଧୋନି କେବଳ PUBG ଖେଳୁନାହାନ୍ତି, ନିଦରେ ମଧ୍ୟ PUBG କଥା କହୁଛନ୍ତି ବୋଲି ସାକ୍ଷୀ କହିଛନ୍ତି । ତେବେ ପୂର୍ବ ପରି ଧୋନିଙ୍କ ବାଇକ ପ୍ରତି ଥିବା ଦୁର୍ବଳତା ଏବେ ବି ରହିଥିବା କହିଛନ୍ତି ।

38 ବର୍ଷିୟ ଧୋନି 2019 କ୍ରିକେଟ ବିଶ୍ବକପ ସେମିଫାଇନାଲ ମ୍ୟାଚରେ ଶେଷମ୍ୟାଚ ଖେଳିଥିଲେ । ଏହାପରେ ଦୀର୍ଘ ଦିନ ଧରି କ୍ରିକେଟରୁ ଦୂରରେ ରହିଛନ୍ତି ସେ । ଅକ୍ଟୋବର 2019ରୁ ସେପ୍ଟେମ୍ବର 2020 ମଧ୍ୟରେ ବିସିସିଆଇ ବାର୍ଷିକ କେନ୍ଦ୍ରୀୟ ଚୁକ୍ତିରୁ ମଧ୍ୟ ବାଦ ପଡିଥିଲେ ଧୋନି । ଏହାପରେ ଧୋନିଙ୍କ ଅବସର ନେଇ ଚର୍ଚ୍ଚ ମଧ୍ୟ ଜୋର ଧରିଥିଲା ।

ତେବେ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସର କ୍ୟାପଟେନ ରହିଛନ୍ତି ଧୋନି । ମାର୍ଚ୍ଚ 29ରୁ ଆଇପିଏଲ ଆରମ୍ଭ ହେବାନେଇ ସୂଚୀ ରହିଥିଲା । ଫ୍ୟାନ୍ସ ପୁଣି ଥରେ ଧୋନିଙ୍କୁ କ୍ରିକେଟ ମଇଦାନରେ ଦେଖିବାକୁ ଉତ୍ସାହିତ ଥିଲେ । ମାତ୍ର ମହାମାରୀ କୋରୋନା ଭାଇରସ ଲକଡାଉନ କାରଣରୁ ବିସିସିଆଇ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଆଇପିଏଲର 2020କୁ ସ୍ଥଗିତ ଘୋଷଣା କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.