ETV Bharat / sports

ଅବସର ଘୋଷଣା କରି ରାଇନାଙ୍କୁ ଧରି ବହୁତ କାନ୍ଦିଥିଲେ ଧୋନି - MS Dhoni retirement

ଅବସର ଘୋଷଣା ପରେ ଧୋନି ତାଙ୍କୁ କୋଳାଗ୍ରତ କରି ଖୁବ ଜୋର କାନ୍ଦି ଥିଲେ ବୋଲି କହିଛନ୍ତି ରାଇନା ।

ରାଇନାଙ୍କୁ ଧରି ବହୁତ କାନ୍ଧିଥିଲେ ଧୋନି
ରାଇନାଙ୍କୁ ଧରି ବହୁତ କାନ୍ଧିଥିଲେ ଧୋନି
author img

By

Published : Aug 17, 2020, 4:57 PM IST

ଚେନ୍ନାଇ: ଅଗଷ୍ଟ 15 ତାରିଖ ସନ୍ଧ୍ୟା 7.29 ମିନିଟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧନାୟକ ମହେନ୍ଦ୍ର ସିଂ ଧୋନି । ତାଙ୍କ ଅବସର ଘୋଷଣା ପରେ ତତ୍‌କ୍ଷଣାତ୍‌ ସିଏସକେର ସାଥି ଖେଳାଳି ତଥା ଭାରତୀୟ ଦଳର ମଧ୍ୟ କ୍ରମ ବ୍ୟାଟ୍ସମ୍ୟାନ ସୁରେଶ ରାଇନା ମଧ୍ୟରେ ଅବସର ଘୋଷଣା କରିଦେଇଛନ୍ତି । ତେବେ ଅବସର ଘୋଷଣା ପରେ ଧୋନି ତାଙ୍କୁ କୋଳାଗ୍ରତ କରି ଖୁବ ଜୋର କାନ୍ଦି ଥିଲେ ବୋଲି କହିଛନ୍ତି ରାଇନା ।

ରାଇନାଙ୍କୁ ଧରି ବହୁତ କାନ୍ଧିଥିଲେ ଧୋନି

ଚେନ୍ନାଇ ପହଁଚିବା ପରେ ଧୋନି ଅବସର ଗ୍ରହଣ କରିବେ ସୁରେଶ ଜାଣିଥିଲେ ବୋଲି କହିଛନ୍ତି । ତେଣୁ ସେ ମଧ୍ୟ ତାଙ୍କ ଅବସର ପାଇଁ ନିଷ୍ପତି ନେଇ ସାରିଥିବା କହିଛନ୍ତି । ସେଥିଲାଗି ଚେନ୍ନାଇ ଦଳର ଅନ୍ୟ ସାଥି ଖେଳାଳିଙ୍କୁ ସାଙ୍ଗରେ ଧରି ସେ ଚେନ୍ନାଇ ପହଁଚି ଯାଇଥିଲେ ।

“ମୁଁ ଜାଣିଥିଲି ଧୋନି ଚେନ୍ନାଇରେ ପହଞ୍ଚିବା ପରେ ଅବସର ଘୋଷଣା କରିବେ। ତେଣୁ ମୁଁ ପ୍ରସ୍ତୁତ ଥିଲି । ମୁଁ, ପୀୟୁଷ ଚାୱଲା, ଦୀପକ ଚହର ଏବଂ କରଣ ଶର୍ମା ଏକ ଘରୋଇ ବିମାନ ଯୋଗେ 14 ତାରିଖରେ ରାଞ୍ଚିରେ ପହଞ୍ଚି ଯାଇଥିଲୁ । ତେବେ ଆମେ ଅବସର ଘୋଷଣା କରିବା ପରେ ଉଭୟ ଉଭୟଙ୍କୁ ଆଲିଙ୍ଗନ କରି ବହୁତ କାନ୍ଦୁଥିଲୁ । ମୁଁ, ପୀୟୁଷ, ଅମ୍ବାତି ରାୟୁଡୁ, କେଦାର ଯାଦବ ଏବଂ କରଣ ଏହା ପରେ ଏକାଠି ବସି ଆମର କ୍ୟାରିୟର ଏବଂ ଆମର ସମ୍ପର୍କ ବିଷୟରେ କଥାବାର୍ତ୍ତା କଲୁ | ପରେ ଆମେ ରାତିରେ ପାର୍ଟି କରିଥିଲୁ। ” ବୋଲି ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ସୁରେଶ ରାଇନା ।

ସୁରେଶ ରାଇନା ଏବଂ ଏମଏସ ଧୋନିଙ୍କ ଯୋଡି ଆସନ୍ତା ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ) 2020ରେ ଚେନ୍ନାଇ ପକ୍ଷରୁ ଖେଳୁଥିବାର ନଜର ଆସିବେ । ସେପ୍ଟେମ୍ବର 19 ରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଖେଳିବାର ସମ୍ଭାବନା ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.