ETV Bharat / sports

ବିନା ଦର୍ଶକରେ ଖେଳିବାକୁ ପ୍ରସ୍ତୁତ ଇଂଲଣ୍ଡ ଓପନର ଜେସନ ରୟ

କ୍ରିକେଟ ଠାରୁ ଆଉ ଅଧିକ ସମୟ ଦୂରରେ ରହିପାରିବେ ନାହିଁ କହିଛନ୍ତି ଇଂଲଣ୍ଡ କ୍ରିକେଟର ଜେସନ ରୟ । ବିନା ଦର୍ଶକରେ ଖାଲି ଷ୍ଟାଡିୟମରେ ମ୍ୟାଚ ଖେଳାଗଲେ ମଧ୍ୟ ସେ ପ୍ରସ୍ତୁତ ବୋଲି କହିଛନ୍ତି ।

More than happy to play cricket behind closed doors, says Jason Roy
ବିନା ଦର୍ଶକରେ ଖେଳିବାକୁ ପ୍ରସ୍ତୁତ ଇଂଲଣ୍ଡ ଓପନର ଜେସନ ରୟ
author img

By

Published : May 3, 2020, 2:55 PM IST

ଲଣ୍ଡନ: କ୍ରିକେଟ ଠାରୁ ଆଉ ଅଧିକ ସମୟ ଦୂରରେ ରହିପାରିବେ ନାହିଁ କହିଛନ୍ତି ଇଂଲଣ୍ଡ କ୍ରିକେଟର ଜେସନ ରୟ । ବିନା ଦର୍ଶକରେ ଖାଲି ଷ୍ଟାଡିୟମରେ ମ୍ୟାଚ ଖେଳାଗଲେ ମଧ୍ୟ ସେ ପ୍ରସ୍ତୁତ ବୋଲି କହିଛନ୍ତି । ଘରେ ରହି ପୁଣିଥରେ ଛୋଟପିଲା ଭଳି ଅନୁଭବ ହେଉଥିବା ସେ ପ୍ରକାଶ କରିଛନ୍ତି ।

ଏଥିସହିତ ଅଷ୍ଟ୍ରେଲିଆରେ ଅକ୍ଟୋବରରେ ହେବାକୁ ଥିବା ଟି-20 ବିଶ୍ବକପ ଆସନ୍ତାବର୍ଷକୁ ଘୁଞ୍ଚାଇଦିଆଯିବା ସପକ୍ଷରେ ମତ ରଖିଛଛନ୍ତି ଜେସନ ରୟ । ସବୁ ଖେଳାଳିଙ୍କ ବିଶ୍ବକପ ପ୍ରସ୍ତୁତି ପ୍ରଭାବିତ ହୋଇଛି । ଅନ୍ୟପଟେ ଅଷ୍ଟ୍ରେଲିଆ ସରକାର ସେପ୍ଟମ୍ବର 30 ପର୍ଯ୍ୟନ୍ତ ବିମାନ କଟକଣା ଲାଗୁ କରିଛନ୍ତି । ଏହି ଦୃଷ୍ଟିରୁ ବିଶ୍ବକପ 2021କୁ ସ୍ଥଗିତ ନିଷ୍ପତିକୁ ବିଚାର କରାଯିବା ଉଚିତ ।

ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ଇଂଲଣ୍ଡ କ୍ରିକେଟ ବୋର୍ଡ(ECB) ଜୁଲାଇ ପର୍ଯ୍ୟନ୍ତ ଦେଶରେ ସମସ୍ତ ପ୍ରକାର କ୍ରିକେଟ ବାତିଲ ଘୋଷଣା କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.