ETV Bharat / sports

ବୁମରାଙ୍କ ଷ୍ଟ୍ରେଟ ଡ୍ରାଇଭ ସଟରେ ଗ୍ରୀନ ଗୁରୁତ୍ବର, ହୃଦୟ ଜିତିଲେ ସିରାଜ

author img

By

Published : Dec 11, 2020, 7:49 PM IST

ଜଶପ୍ରୀତ ବୁମରାଙ୍କ ଏକ ଷ୍ଟ୍ରେଟ ଡ୍ରାଇଭ ସଟରେ ଆହତ ହୋଇଛନ୍ତି ଅଷ୍ଟ୍ରେଲିଆ ଏ ଅଲରାଉଣ୍ଡର କେମରନ ଗ୍ରୀନ । ଅଧିକ ପଢନ୍ତୁ...

Mohammed Siraj's spirit of cricket act wins hearts on internet
ବୁମରାଙ୍କ ଷ୍ଟ୍ରେଟ ଡ୍ରାଇଭ ସଟରେ ଗ୍ରୀନ ଗୁରୁତ୍ବର, ହୃଦୟ ଜିତିଲେ ସିରାଜ

ସିଡନି: ଜଶପ୍ରୀତ ବୁମରାଙ୍କ ଏକ ଷ୍ଟ୍ରେଟ ଡ୍ରାଇଭ ସଟରେ ଆହତ ହୋଇଛନ୍ତି ଅଷ୍ଟ୍ରେଲିଆ ଏ ଅଲରାଉଣ୍ଡର କେମରନ ଗ୍ରୀନ । ଅଲରାଉଣ୍ଡର ଗ୍ରୀନ ବୋଲିଂ କରୁଥିବା ସମୟରେ ବୁମରାଙ୍କ ଏକ ସିଧା ସଟକୁ ରୋକିବାକୁ ପ୍ରୟାସ କରିଥିଲେ । ମାତ୍ର ଏହା ତାଙ୍କର ମୁଣ୍ଡରେ ଲାଗିଥିଲା । ଫଳରେ କିଛି ସମୟ ପାଇଁ ଅମ୍ପାୟରଙ୍କ ସମେତ ସମସ୍ତ ଖେଳାଳିଙ୍କ ପାଇଁ ଏହି ଘଟଣା ଚିନ୍ତାର କାରଣ ହୋଇଥିଲା ।

ତେବେ ନନ୍-ଷ୍ଟ୍ରାଇକ ପଟରେ ଥିବା ମହମ୍ମଦ ସିରାଜ ତୁରନ୍ତ ଗ୍ରୀନଙ୍କ ପାଖକୁ ଯାଇଥିଲେ । କାନ୍ଧରେ ହାତ ରଖି ସାନ୍ତ୍ବନା ଦେଇଥିଲେ । ଏହି ସମୟର ଫଟୋ ଇଣ୍ଟରନେଟରେ ବେଶ ଭାଇରାଲ ହୋଇଛି । ଏପରିକି ଲୋକପ୍ରିୟ ସୋସିଆଲ ମିଡିଆ ଟ୍ବିଟରରେ ଅନେକ ୟୁଜର ସାରିଜଙ୍କ ଖେଳୁଆଳ ମନୋଭାବକୁ ପ୍ରଶଂସା କରିଛନ୍ତି । ସିରାଜଙ୍କ ଏପରି କାର୍ଯ୍ୟ ଏନେକ କ୍ରିକେଟ ପ୍ରେମୀଙ୍କ ହୃଦୟ ଜିତିଛି ।

ବିସିସିଆଇ ମଧ୍ୟ ଏହି ସମୟର ଏକ ଫଟୋକୁ ଟ୍ବିଟ କରିବା ସହ ସିରାଜଙ୍କୁ ପ୍ରଶଂସା କରିଛି ।

ବୁମରାଙ୍କ ଷ୍ଟ୍ରେଟ ଡ୍ରାଇଭ ସଟରେ ଗ୍ରୀନ ଗୁରୁତ୍ବର

ଆହତ ହେବାପରେ ଅଲରାଉଣ୍ଡର ଗ୍ରୀନ ମ୍ୟାଚରୁ ବାଦ ପଡିଛନ୍ତି । ତାଙ୍କ ସ୍ଥାନରେ ପାଟ ରୋଏଙ୍କୁ ସାମିଲ କରାଯାଇଛି । ମେଡିକାଲ ଟିମ ଦ୍ବାରା ଗ୍ରୀନଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖାଯାଇଛି । ଶନିବାର ସ୍ଥିତି ନେଇ ସୂଚନା ମିଳିବ ବୋଲି ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ପକ୍ଷରୁ କୁହାଯାଇଛି ।

ସିଡନି କ୍ରିକେଟ ଗ୍ରାଉଣ୍ଡରେ ଶୁକ୍ରବାର ଠାରୁ ଅଷ୍ଟ୍ରେଲିଆ ଏ ଓ ଭାରତ ମଧ୍ୟରେ ଦିବାରାତ୍ର ଅଭ୍ୟାସ ଟେଷ୍ଟ ମ୍ୟାଚ ଖେଳାଯାଉଛି । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ 86 ରନର ଅଗ୍ରଣୀ ଲାଭ କରିଛି । 194 ରନରେ ଭାରତର ପ୍ରଥମ ଇଂନିସ ଶେଷ ହୋଇଥିଲା । ଏହାପରେ ଭାରତୀୟ ବୋଲର ଘାତକ ବୋଲିଂ ସହ ଘରୋଇ ଟିମକୁ 108 ରନରେ ଅଲଆଉଟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.