ETV Bharat / sports

ଶାମିଙ୍କୁ ମନେ ପଡୁଛନ୍ତି ମାହି ଭାଇ - ଶାମିଙ୍କୁ ମନେ ପଡୁଛନ୍ତି ମାହି ଭାଇ

ଧୋନିଙ୍କୁ ମିସ କଲେ ଭାରତୀୟ ପେସର ମହମ୍ମଦ ଶାମି । କହିଲେ, ମାହି ଭାଇ ଶୀଘ୍ର ଫେରିଲେ ଖେଳିବାରେ ଆମକୁ ମଜା ଲାଗିବ। ଅଧିକ ପଢ଼ନ୍ତୁ...

Mohammad Shami, Shanmi says palyers miss MS Dhoni,  MS Dhoni presence, ଶାମିଙ୍କୁ ମନେ ପଡୁଛନ୍ତି ମାହି ଭାଇ, ଧୋନିଙ୍କୁ ମିସ କରୁଛନ୍ତି ଭାରତୀୟ ଖେଳାଳି
ଶାମିଙ୍କୁ ମନେ ପଡୁଛନ୍ତି ମାହି ଭାଇ
author img

By

Published : Jun 3, 2020, 5:23 PM IST

ନୂଆଦିଲ୍ଲୀ: ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମି ସମସ୍ତ ଫର୍ମାଟରେ ଭାରତ ଫାଷ୍ଟ ବୋଲିଂ ୟୁନିଟର ନିୟମିତ ସଦସ୍ୟ ହୋଇଛନ୍ତି । ବିରାଟ କୋହଲିଙ୍କ ଅଧୀନରେ ଖେଳୁଥିବା ଡାହାଣହାତୀ ପେସର ଗତ କିଛ ବର୍ଷରେ ଫିଟନେସ ହାସଲ କରିଥିବାରୁ ଏବେ ତାଙ୍କୁ ‘ସେକେଣ୍ଡ ଇନିଂସ ଶାମି’ ବୋଲି କୁହାଯାଉଛି । କିନ୍ତୁ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଅଧୀନରେ ଶାମି ଭାରତ ପାଇଁ ଖେଳିବା ଆରମ୍ଭ କରିଥିଲେ ଏବଂ ନିକଟରେ ହୋଇଥିବା ଏକ ଚାଟ୍ ସୋ’ରେ ଶାମି ଜଣାଇଛନ୍ତି ଯେ ଭାରତୀୟ ଖେଳାଳିମାନେ ପଡ଼ିଆରେ ଓ ପଡି଼ଆ ବାହାରେ ଧୋନିଙ୍କୁ ମିସ କରୁଛନ୍ତି ।

ଗତ ବର୍ଷ ବିଶ୍ବକପ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ଠାରୁ ହାରିବା ପେର ଧୋନି କ୍ରିକେଟ ଠାରୁ ଦୂରରେ ରହିଛନ୍ତି। ରୋହିତ ଜୁଗଲାନଙ୍କ ସହ ଏକ ଇନଷ୍ଟାଗ୍ରାମ ଲାଇଭ ଚାଟରେ ଶାମି ଡ୍ରେସିଂ ରୁମରେ ଧୋନି ଯେଉଁ ପ୍ରଭାବ ପକାଉଥିଲେ ତାହା କହିଥିଲେ।

“ଆଇପିଏଲ ବ୍ୟତୀତ ମୁଁ ତାଙ୍କ ଅଧୀନରେ ସମସ୍ତ ଫର୍ମାଟରେ ଖେଳିଛି । ତାଙ୍କ ମାର୍ଗଦର୍ଶନ ବଷୟରେ କହିବାକୁ ଗଲେ, ସେ ସର୍ବଦା ତାଙ୍କ ସାଥୀମାନଙ୍କୁ ଏପରି ବ୍ୟବହାର କରିବେ ଯେ ଆପଣ ଅନୁଭବ କରିବେ ନାହିଁ ଯେ ସେ ଏମ ଧୋନି ଅଟନ୍ତି,’’ ବୋଲି କହିଛନ୍ତି ଶାମି ।

‘‘ସେ ଜଣେ ମହାନ ଖେଳାଳି। ତାଙ୍କୁ ନେଇ ମୋର ଅନେକ ସ୍ମୃତି ଅଛି । ବର୍ତ୍ତମାନ ଆମେ ମଧ୍ୟ ଭାବୁଛୁ, ମାହି ଭାଇ ଆସିବେ ଆଉ ଖେଳିବାରେ ଖୁବ ମଜା ଲାଗିବ।’’

ଶାମି ଆହୁରି ମଧ୍ୟ କହିଛନ୍ତି ଯେ, “ଗୋଟିଏ ଜିନିଷ ମୋତେ ତାଙ୍କ ବାବଦରେ ଖୁବ ଭଲ ଲାଗେ, ସେ (ଧୋନି) ସମସ୍ତଙ୍କ ସହ ବସି ରାତ୍ରୀ ଭୋଜନ କରିବାକୁ ପସନ୍ଦ କରନ୍ତି । ତାଙ୍କ ସହିତ ସବୁବେଳେ ଦୁଇ-ଚାରି ଜଣ ଲୋକ ଥାଆନ୍ତି । ଆମେ ବିଳମ୍ବିତ ରାତି ପର୍ଯ୍ୟନ୍ତ କଥାବାର୍ତ୍ତା କରୁ ଏବଂ ଏହିସବୁ ଜିନିଷ ହିଁ ଥାଏ ଯାହାକୁ କେହି ମନେ ପକାଏ,’’ ବୋଲି ସାମି କହିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.