ETV Bharat / sports

ଶାହଜାଦଙ୍କ ଚୁକ୍ତି ବାତିଲ କଲା ଆଫଗାନ କ୍ରିକେଟ ବୋର୍ଡ - ଶାହଜାଦ

ଆଫଗାନିସ୍ତାନ ୱିକେଟକିପର ବ୍ୟାଟ୍ସମ୍ୟାନ ମହମ୍ମଦ ଶାହଜାଦଙ୍କ ଚୁକ୍ତି ଅନିର୍ଦ୍ଧିଷ୍ଟ କାଳ ପାଇଁ ରଦ୍ଦ କରିଛି ଆଫଗାନ କ୍ରିକେଟ ବୋର୍ଡ ।

ଡିଜାଇନ ଫଟୋ
author img

By

Published : Aug 11, 2019, 4:33 AM IST

କାବୁଲ: ଆହାତ ହୋଇ ବିଶ୍ବକପରୁ ବାଦ୍‌ ପଡିଥିବା ଆଫଗାନିସ୍ତାନ ୱିକେଟକିପର ବ୍ୟାଟ୍ସମ୍ୟାନ ମହମ୍ମଦ ଶାହଜାଦଙ୍କ କଣ୍ଟ୍ରାକ୍ଟ (ଚୁକ୍ତି) ଅନିର୍ଦ୍ଧିଷ୍ଟ କାଳ ପାଇଁ ରଦ୍ଦ କରିଛି ଆଫଗାନ କ୍ରିକେଟ ବୋର୍ଡ । ବୋର୍ଡର କୋଡ ଅଫ କଣ୍ଡକ୍ଟ ଉଲ୍ଲଙ୍ଘନ ଅଭିଯୋଗରେ ତାଙ୍କ ଚୁକ୍ତି ରଦ୍ଦ କରାଯାଇଥିବା ଏସିବି (ଆଫଗାନ କ୍ରିକେଟ ବୋର୍ଡ) ସୂଚନା ଦେଇଛି ।

ବୋର୍ଡର ଏକ ପ୍ରେସ ରିଲିଜ ଅନୁସାରେ, ମହମ୍ମଦ ବୋର୍ଡ ପଲିସି ବିରୁଦ୍ଧରେ ଯାଇ ଦେଶ ବାହାରକୁ ଯାତ୍ର କରିଛନ୍ତି । ବୋର୍ଡ ପଲିସି ଅନୁସାରେ ଦଳର କୌଣସି ଖେଳାଳି ବିଦେଶ ଯାତ୍ରା କରିବା ପୂର୍ବରୁ ବୋର୍ଡର ଅନୁମତି ନେଇଥାନ୍ତି । ମାତ୍ର ଏହା ମହମ୍ମଦ କରିନଥିବା ବୋର୍ଡ ଅଭିଯୋଗ କରିଛି । ସେହିପରି ବୋର୍ଡ କହିଛି ଜୁଲାଇ 20 ଓ 25 ତାରିଖରେ ହୋଇଥିବା ବୋର୍ଡ ବୈଠକରେ ସେ ଯୋଗ ଦେଇନଥିଲେ ।

ସେହିପରି ଗତ ବର୍ଷ ସେ ପାକିସ୍ତାନ ରେଫ୍ୟୁଜ୍‌ କ୍ୟାମ୍ପରେ ଯୋଗ ଦେଇ ବିବାଦରେ ଫସିଥିଲେ । ଯେତେବେଳେ କି କୌଣସି ଆଫଗାନ ଖେଳାଳି ଏହି କ୍ୟାମ୍ପରେ ସାମିଲ ହେବା ବୋର୍ଡର ନିୟମ ବିରୋଧ ହୋଇଥାଏ ।

ଉଲ୍ଲେଖଥାଉ କି, ବିଶ୍ବକପରେ ଆହାତ ହୋଇ ଟୁର୍ଣ୍ଣାମେଣ୍ଟରକୁ ବାଦ ପଡିଥିଲେ ମହମ୍ମଦ । ମାତ୍ର ପରେ ଏକ ଭିଡିଓ ସେୟାର କରି କାନ୍ଦି କାନ୍ଦି କହିଥିଲେ, ତାଙ୍କୁ ଜାଣିଶୁଣି ବିଶ୍ବକପ ଦଳରୁ ବାଦ୍‌ ଦିଆଯାଇଛି । ଯେତେବେଳେ କି ସେ ସମ୍ପୂର୍ଣ୍ଣ ସୁସ୍ଥ ରହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.