ଲାହୋର: ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ 2020-21 ବର୍ଷର କେନ୍ଦ୍ରୀୟ ଖେଳାଳି ଚୁକ୍ତି ତାଲିକା ଘୋଷଣା ହୋଇଛି । ଘୋଷିତ 18 ଜଣିଆ ତାଲିକାରୁ ବାଦ ପଡିଛନ୍ତି 3 ପ୍ରମୁଖ ସ୍ପିଡଷ୍ଟାର ମହମ୍ମଦ ଆମିର, ହାସନ ଅଲ୍ଲୀ ଓ ୱାହାବ ରିଆଜ । ତେବେ ଯୁବ ବୋଲର ନସୀମ ଖାନ୍ ପ୍ରଥମ କରି କେନ୍ଦ୍ରୀୟ ଚୁକ୍ତିରେ ସ୍ଥାନ ପାଇଛନ୍ତି ।
ଆମିର ଓ ରିଆଜ ଟେଷ୍ଟ କ୍ରିକେଟରୁ ଅବସର ନେଇସାରିଛନ୍ତି । ଆହତ କାରଣରୁ ହାସନ ଅଲ୍ଲୀଙ୍କ ବାଦ ଦିଆଯାଇଛି । ଏହି ନୂତନ ଚୁକ୍ତି ଜୁଲାଇ 1ରୁ ଲାଗୁ ହେବ ।
ପୂର୍ବତନ କ୍ୟାପଟେନ ସର୍ଫରାଜ ଅହମ୍ମଦ ଗ୍ରେଡ ଏରୁ ଗ୍ରେଡ ବି କୁ ଖସିଆସିଛନ୍ତି । ଟେଷ୍ଟ କ୍ୟାପଟେନ ଆଝର ଅଲ୍ଲୀ ଓ ସାହୀନ ଆଫ୍ରିଦି ଗ୍ରେଡ ବି'ରୁ ଉପରକୁ ଉଠି ଗ୍ରେଡ ଏରେ ସ୍ଥାନ ପାଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ