ETV Bharat / sports

ପାକିସ୍ତାନର ଇଂଲଣ୍ଡ ଗସ୍ତ: ଟିମରେ ସାମିଲ ହେବେ ଆମିର - ପାକିସ୍ତାନୀ ବୋଲର ମହମ୍ମଦ ଆମିର

ଇଂଲଣ୍ଡ ଗସ୍ତରେ ଥିବା ପାକିସ୍ତାନ ଟିମରେ ସାମିଲ ହେବେ ସ୍ପିଡଷ୍ଟାର ମହମ୍ମଦ ଆମିର । ବ୍ୟକ୍ତିଗତ କାରଣ ଦର୍ଶାଇ ପ୍ରଥମରୁ ଗସ୍ତରୁ ଓହରି ଯାଇଥିଲେ ।

Mohammad Amir available to join Pakistan squad for England tour
ପାକିସ୍ତାନର ଇଂଲଣ୍ଡ ଗସ୍ତ: ଟିମରେ ସାମିଲ ହେବେ ଆମିର
author img

By

Published : Jul 20, 2020, 10:48 PM IST

ଲାହୋର: ଇଂଲଣ୍ଡ ଗସ୍ତରେ ଥିବା ପାକିସ୍ତାନ ଟିମରେ ସାମିଲ ହେବେ ସ୍ପିଡଷ୍ଟାର ମହମ୍ମଦ ଆମିର । ଗତ ସପ୍ତାହରେ ଦ୍ବିତୀୟ କନ୍ୟା ସନ୍ତାନର ପିତା ହୋଇଛନ୍ତି ଆମିର । ସେଥିପାଇଁ ଇଂଲଣ୍ଡ ଗସ୍ତରୁ ବ୍ୟକ୍ତିଗତ କାରଣ ଦର୍ଶାଇ ଓହରି ଯାଇଥିଲେ ।

ମାତ୍ର ଇଂଲଣ୍ଡ ବିପକ୍ଷ ଆଗାମୀ ସିରିଜ ପାଇଁ ପାକିସ୍ତାନ ଟିମ ସହ ଯୋଗ ଦେବେ ବୋଲି ଜଣାପଡିଛି । ଅନ୍ୟତମ ଖେଳାଳି ମହମ୍ମଦ ଇମରାନ ମଧ୍ୟ ଟିମରେ ସାମିଲ ହେବେ । ଏନେଇ ପାକିସ୍ତାନ କ୍ରିକେଟ ବୋର୍ଡ(PCB) ପକ୍ଷରୁ ସୂଚନା ମିଳିଛି ।

ଆମିରଙ୍କ ଟିମରେ ସାମିଲ ହେବାନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ସୋମବାର ଆମିର ଓ ଇମରାନଙ୍କ କୋଭିଡ-19 ଟେଷ୍ଟ କରାଯିବା ନେଇ ଧାର୍ଯ୍ୟ ହୋଇଥିଲା । ନିୟମ ଅନୁଯାୟୀ ଉଭୟ ଖେଳାଳିଙ୍କ ଦୁଇଟି ଟେଷ୍ଟ ରିପୋର୍ଟ ନେଗେଟିଭ ଆବଶ୍ୟକ ।

ପାକିସ୍ତାନ-ଇଂଲଣ୍ଡ ମଧ୍ୟରେ 3 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଓ ପରେ ଟି-20 ସିରିଜ ଖେଳାଯିବ । ପ୍ରଥମ ଟେଷ୍ଟ ଅଗଷ୍ଟ 5ରୁ ଆରମ୍ଭ ହେବାନେଇ ସୂଚୀ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.