ETV Bharat / sports

ଆକାଶମାର୍ଗରୁ ଆକର୍ଷଣୀୟ 'ଚେପକ' ଷ୍ଟାଡିୟମର ଫଟୋ ଉଠାଇଲେ ମୋଦି - ଚେପକ ଷ୍ଟାଡିୟମର ଫଟୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଅପରାହ୍ନରେ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟର ଏକ ଦୃଶ୍ୟକୁ କଏଦ କରିଛନ୍ତି । ଅଧିକ ପଢନ୍ତୁ...

Modi catches fleeting view of 'interesting' Ind-Eng 2nd Test
ଆକାଶମାର୍ଗରୁ ଆକର୍ଷଣୀୟ 'ଚେପକ' ଷ୍ଟାଡିୟମର ଫଟୋ ଉଠାଇଲେ ମୋଦି
author img

By

Published : Feb 14, 2021, 5:17 PM IST

ଚେନ୍ନାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଅପରାହ୍ନରେ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟର ଏକ ଦୃଶ୍ୟକୁ କଏଦ କରିଛନ୍ତି ।

"ରୋମାଞ୍ଚକର ଚେନ୍ନାଇ ଟେଷ୍ଟ ମ୍ୟାଚର ଏକ ଦୃଶ୍ୟ" ଲେଖି ମୋଦି ଆକର୍ଷଣୀୟ ଚେପକ ଷ୍ଟାଡିୟମର ଏକ ଫଟୋ ବିମାନରୁ ଆକାଶମାର୍ଗରେ ଥାଇ ଉତ୍ତୋଳନ କରିଛନ୍ତି । ପରେ ଏହି ଟ୍ବିଟକୁ ବିସିସିଆଇ ପକ୍ଷରୁ ରିଟ୍ବିଟ କରାଯାଇଛି ।

ବିରାଟ କୋହଲିଙ୍କ ନେତତ୍ବରେ ଭାରତୀୟ ଟିମ 227 ରନର ବଡ ବ୍ୟବଧାନରେ ପରାସ୍ତ ହୋଇଥିଲା । ମାତ୍ର ଦ୍ବିତୀୟ ଟେଷ୍ଟରେ ବିରାଟବାହିନୀ ଦୃଢ ସ୍ଥିତିରେ ରହିଛି । ଭ୍ରମଣକାରୀ ଦଳରୁ ପ୍ରଥମ ଇଂନିସରେ 134 ରନରେ ଅଲଆଉଟ କରିବା ସହ ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା 249 ରନରେ ଆଗୁଆ ରହିଛି ।

ପ୍ରଧାନମନ୍ତ୍ରୀ ରବିବାର ସକାଳେ ତାମିଲନାଡୁ ପହଞ୍ଚିବା ସହ ଆର୍ମୀ ମୁଖ୍ୟ ଜେନେରାଲଙ୍କୁ ଉନ୍ନତମାନର ଅର୍ଜୁନ ଯୁଦ୍ଧ ଟ୍ୟାଙ୍କ ପ୍ରଦାନ କରିଛନ୍ତି । ପରେ ଜବାହାରଲାଲ ନେହେରୁ ଇନଡୋର୍‌ ଷ୍ଟାଡିୟମ ପହଞ୍ଚି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏଥିସହ 3,770 କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ଶେଷ ହୋଇଥିବା ଚେନ୍ନାଇ ମେଟ୍ରୋ ରେଳ ଫେଜ୍‌-1ର ସଂପ୍ରସାରଣର ଉଦ୍‌ଘାଟନ କରିଛନ୍ତି । ପରେ ଚେନ୍ନାଇ ବିଚ୍‌ରୁ ଆଟ୍ଟିପଟ୍ଟୁ ପର୍ଯ୍ୟନ୍ତ 22 କିଲୋମିଟରର 4ର୍ଥ ରେଳ ଲାଇନ ଓ ଆଇଆଇଟି ମାଡ୍ରାସର ଡିସକୋଭରୀ କ୍ୟାମ୍ପସର ଶିଳାନ୍ୟାସ ମଧ୍ୟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.