ETV Bharat / sports

ଆଇପିଏଲ 2020: ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ପାଳି, ରାଜସ୍ଥାନ ଆଗରେ 194 ରନ୍‌ର ଟାର୍ଗେଟ

author img

By

Published : Oct 6, 2020, 10:03 PM IST

ମୁମ୍ବାଇ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଦଳ ନିର୍ଦ୍ଦିଷ୍ଟ 20 ଓଭରରେ 4 ୱିକେଟ୍ ହରାଇ 193 ରନ ସଂଗ୍ରହ କରିଛି ।

ଆଇପିଏଲ୍ 2020: ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ପାଳି, ରାଜସ୍ଥାନ ଆଗରେ 194 ରନ୍‌ର ଟାର୍ଗେଟ

ଆବୁଧାବି: ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ସ୍ଥାନୀୟ ଶେଖ ଜାଏଦ ଷ୍ଟାଡିୟମରେ ଆଇପିଏଲର 13 ତମ ସିଜିନର 20 ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ 194 ରନ ଟାର୍ଗେଟ ଦେଇଛି । ମୁମ୍ବାଇ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଦଳ ନିର୍ଦ୍ଦିଷ୍ଟ 20 ଓଭରରେ 4 ୱିକେଟ୍ ହରାଇ 193 ରନ୍ ସଂଗ୍ରହ କରିଛି ।

Surya's highest @IPL score lifts us to 193/4 at Abu Dhabi 🔥#OneFamily #MumbaiIndians #MI #Dream11IPL #MIvRR @surya_14kumar pic.twitter.com/nBVqof64hZ

— Mumbai Indians (@mipaltan) October 6, 2020

ଓପନର୍ କ୍ୱିଣ୍ଟନ୍ ଡି କକ୍ ଏବଂ ରୋହିତ ଶର୍ମା ଦଳକୁ ଭଲ ଆରମ୍ଭ ଦେଇଥିଲେ । ଡି କକ୍ 23 ରନ୍ ସ୍କୋର କରି କାର୍ତ୍ତିକ ଟ୍ୟାଗିଙ୍କ ଶିକାର ହୋଇଥିଲେ । ଏଥି ସହିତ ଶ୍ରେୟାସ ଗୋପାଳ ଦ୍ରୁତ ସ୍କୋର କରୁଥିବା ରୋହିତ ଶର୍ମାଙ୍କୁ ପାଭିଲିଅନ ପଠାଇଥିଲେ । ରୋହିତ 3 ଟି ଛକା ଓ 2 ଚୌକା ସହାୟତାରେ 23 ବଲରେ 35 ରନ ସ୍କୋର କରିଛନ୍ତି । ଖାତା ଖୋଲି ନ ପାରି ଇଶାନ କିଶନ ପାଭିଲିଅନ ଫରେଥିଲେ । ଅନ୍ୟ ପଟେ ସୁର୍ଯ୍ୟକୁମାର ଯାଦବ ଇନିଂସ ପରିଚାଳନା କରିଥିଲେ ଏବଂ ଦଳକୁ ଭଲ ସ୍କୋର ଆଡକୁ ଚେଷ୍ଟା କରିଥିଲେ । 11ଟି ଚୌକା ଏବଂ 2 ଛକା ସହାୟତାରେ ସୁର୍ଯ୍ୟକୁମାର 79 ରନ୍ କରିଥିଲେ ।

ଏପରିକି କ୍ରୁନାଲ ପାଣ୍ଡ୍ୟା କିଛି ବିଶେଷ ପ୍ରଦର୍ଶନ କରି ପାରି ନଥିଲେ । ସେ 12 ରନ୍ ସ୍କୋର କରି ଜୋଫ୍ରା ଆର୍ଚରଙ୍କ ଶିକାର ହୋଇଥିଲେ । ଏଥି ସହିତ ହାର୍ଦ୍ଦିକ ପାଣ୍ଡ୍ୟା ସୂର୍ଯ୍ୟକୁମାର ଯାଦବଙ୍କୁ ଭଲ ଭାବରେ ସମର୍ଥନ କରିଥିଲେ । 30 ରନ୍ ସ୍କୋର କରିବା ପରେ ହାର୍ଦ୍ଦିକ ଅପରାଜିତ ରହିଥିଲେ । ମୁମ୍ବାଇରୁ ଶ୍ରେୟାସ ଗୋପାଳ ଦୁଇଟି ୱିକେଟ୍ ନେଇଥିଲେ, କାର୍ତ୍ତିକ ଟ୍ୟାଗି ଏବଂ ଜୋଫ୍ରା ଆର୍ଚର ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

ଆବୁଧାବି: ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ସ୍ଥାନୀୟ ଶେଖ ଜାଏଦ ଷ୍ଟାଡିୟମରେ ଆଇପିଏଲର 13 ତମ ସିଜିନର 20 ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ 194 ରନ ଟାର୍ଗେଟ ଦେଇଛି । ମୁମ୍ବାଇ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଦଳ ନିର୍ଦ୍ଦିଷ୍ଟ 20 ଓଭରରେ 4 ୱିକେଟ୍ ହରାଇ 193 ରନ୍ ସଂଗ୍ରହ କରିଛି ।

ଓପନର୍ କ୍ୱିଣ୍ଟନ୍ ଡି କକ୍ ଏବଂ ରୋହିତ ଶର୍ମା ଦଳକୁ ଭଲ ଆରମ୍ଭ ଦେଇଥିଲେ । ଡି କକ୍ 23 ରନ୍ ସ୍କୋର କରି କାର୍ତ୍ତିକ ଟ୍ୟାଗିଙ୍କ ଶିକାର ହୋଇଥିଲେ । ଏଥି ସହିତ ଶ୍ରେୟାସ ଗୋପାଳ ଦ୍ରୁତ ସ୍କୋର କରୁଥିବା ରୋହିତ ଶର୍ମାଙ୍କୁ ପାଭିଲିଅନ ପଠାଇଥିଲେ । ରୋହିତ 3 ଟି ଛକା ଓ 2 ଚୌକା ସହାୟତାରେ 23 ବଲରେ 35 ରନ ସ୍କୋର କରିଛନ୍ତି । ଖାତା ଖୋଲି ନ ପାରି ଇଶାନ କିଶନ ପାଭିଲିଅନ ଫରେଥିଲେ । ଅନ୍ୟ ପଟେ ସୁର୍ଯ୍ୟକୁମାର ଯାଦବ ଇନିଂସ ପରିଚାଳନା କରିଥିଲେ ଏବଂ ଦଳକୁ ଭଲ ସ୍କୋର ଆଡକୁ ଚେଷ୍ଟା କରିଥିଲେ । 11ଟି ଚୌକା ଏବଂ 2 ଛକା ସହାୟତାରେ ସୁର୍ଯ୍ୟକୁମାର 79 ରନ୍ କରିଥିଲେ ।

ଏପରିକି କ୍ରୁନାଲ ପାଣ୍ଡ୍ୟା କିଛି ବିଶେଷ ପ୍ରଦର୍ଶନ କରି ପାରି ନଥିଲେ । ସେ 12 ରନ୍ ସ୍କୋର କରି ଜୋଫ୍ରା ଆର୍ଚରଙ୍କ ଶିକାର ହୋଇଥିଲେ । ଏଥି ସହିତ ହାର୍ଦ୍ଦିକ ପାଣ୍ଡ୍ୟା ସୂର୍ଯ୍ୟକୁମାର ଯାଦବଙ୍କୁ ଭଲ ଭାବରେ ସମର୍ଥନ କରିଥିଲେ । 30 ରନ୍ ସ୍କୋର କରିବା ପରେ ହାର୍ଦ୍ଦିକ ଅପରାଜିତ ରହିଥିଲେ । ମୁମ୍ବାଇରୁ ଶ୍ରେୟାସ ଗୋପାଳ ଦୁଇଟି ୱିକେଟ୍ ନେଇଥିଲେ, କାର୍ତ୍ତିକ ଟ୍ୟାଗି ଏବଂ ଜୋଫ୍ରା ଆର୍ଚର ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.