ETV Bharat / sports

କାର ଦୁର୍ଘଟଣାରେ ବୃଦ୍ଧ ମୃତ, କ୍ରିକେଟର କୁଶଳ ମେଣ୍ଡିସ ଗିରଫ - Mendis arrested

ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ କୁଶଲ ମେଣ୍ଡିସ ଗିରଫ । କଲମ୍ବୋର ପାନାଦୁରା ଅଞ୍ଚଳରେ ମେଣ୍ଡିସଙ୍କ କାର୍ ଜଣେ 74 ବର୍ଷୀୟ ବୃଦ୍ଧଙ୍କୁ ଧକ୍କା ଦେଇଥିଲା । ଏହାପରେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି ।

Mendis arrested for causing fatal motor accident
କାର ଦୁର୍ଘଟଣାରେ ବୃଦ୍ଧ ମୃତପରେ, କ୍ରିକେଟର କୁଶଳ ମେଣ୍ଡିସ ଗିରଫ
author img

By

Published : Jul 5, 2020, 4:08 PM IST

କଲମ୍ବୋ: ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ କୁଶଲ ମେଣ୍ଡିସ ଗିରଫ । କଲମ୍ବୋର ପାନାଦୁରା ଅଞ୍ଚଳରେ ମେଣ୍ଡିସଙ୍କ କାର ଜଣେ 74 ବର୍ଷୀୟ ବୃଦ୍ଧଙ୍କୁ ଧକ୍କା ଦେଇଥିଲା । ଏହାପରେ ବୃଦ୍ଧଜଣଙ୍କ ମୃତ୍ୟୁ ହୋଇଛି । ଫଳରେ ସ୍ଥାନୀୟ ପୋଲିସ ରବିବାର ମେଣ୍ଡିସଙ୍କୁ ଗିରଫ କରିଥିବା ଜଣାପଡିଛି । ଏଥିସହିତ ଜଣେ ମାଜିଷ୍ଟ୍ରେଟଙ୍କ ନିକଟରେ ଆଜି ମେଣ୍ଡିସଙ୍କୁ ହାଜର କରାଯିବାନେଇ ସୂଚନା ରହିଛି।

25ବର୍ଷୀୟ ୱିକେଟ କିପର ବ୍ୟାଟ୍ସମ୍ୟାନ ଶ୍ରୀଲଙ୍କା ପକ୍ଷରୁ 44ଟି ଟେଷ୍ଟ, 76ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । କୋଭିଡ-19 ଲକଡାଉନ ପରେ ଅଭ୍ୟାସ ଆରମ୍ଭ କରିବାକୁ ଥିବା ଶ୍ରୀଲଙ୍କା ଜାତୀୟ ଦଳର ସଦସ୍ୟ ରହିଛନ୍ତି ମେଣ୍ଡିସ ।

ପୂର୍ବରୁ ମଇ ମାସରେ ଅନ୍ୟଜଣେ ଶ୍ରୀଲଙ୍କା କ୍ରିକେଟର ସେହାନ ମଦୁଶଙ୍କା ହେରୋଇନ(ଡ୍ରଗ୍ସ) ସାଙ୍ଗରେ ନେଇଯାଉଥିବାବେଳେ, ପୋଲିସ ଗିରଫ କରିଥିଲା । ଏଥିସହିତ ଲକଡାଉନ ନିୟମ ଉଲଂଘନ ଅଭିଯୋଗ ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.