ETV Bharat / sports

ଆଇପିଏଲ ଫାଇନାଲରେ ଏହି ଅଦରକାରୀ ରେକର୍ଡ କଲେ ମାର୍କସ ଷ୍ଟୋଇନିସ

author img

By

Published : Nov 10, 2020, 10:57 PM IST

ଦିଲ୍ଲୀ କ୍ୟାପିଟାଲ୍ସର ସର୍ବାଧିକ ସ୍କୋରର ହୋଇଥିବା ଷ୍ଟୋଇନିସ୍ ଆଇପିଏଲ୍ ଫାଇନାଲରେ ପ୍ରଥମ ବଲ୍ ଆଉଟ ହୋଇଥିବା ପ୍ରଥମ ଖେଳାଳି ହୋଇଛନ୍ତି ।

ଆଇପିଏଲ ଫାଇନାଲ
ଆଇପିଏଲ ଫାଇନାଲ

ଦୁବାଇ: ମେଡେନ ଟାଇଟଲ ଲକ୍ଷ୍ୟରେ ଆଇପିଏଲ ଫାଇନାଲରେ ଫାଇଟ କରୁଛି ଯୁବ ଦିଲ୍ଲୀ କ୍ୟାପିଟାଲ୍ସ । ତେବେ ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲେ ଅଧିନାୟକ ଶ୍ରେୟସ ଆୟାର । ମାତ୍ର ଓପନିଂ ଅର୍ଡର ଅଧିନାୟକଙ୍କ ନିଷ୍ପତିରେ ସଠିକ୍ ପ୍ରତିଫଳନ ଦେଖାଇ ପାରିଲେ ନାହିଁ । ଏଥି ସହିତ ଦଳର ଅନ୍ୟତମ ଓପନର ମାର୍କସ ଷ୍ଟୋଇନିସ ଆଜି ମ୍ୟାଚରେ ଏକ ଅଦରକାର ରେକର୍ଡର ଅଧିକାରୀ ହୋଇଛନ୍ତି ।

ଶିଖର ଧାୱନ ଏବଂ ଅଧିନାୟକ ଶ୍ରେୟାସ ଆୟରଙ୍କ ପରେ ଚଳିତ ସିଜନରେ ଦିଲ୍ଲୀ କ୍ୟାପିଟାଲ୍ସର ସର୍ବାଧିକ ସ୍କୋରର ହୋଇଥିବା ଷ୍ଟୋଇନିସ୍ ଆଇପିଏଲ୍ ଫାଇନାଲରେ ପ୍ରଥମ ବଲ୍ ଆଉଟ ହୋଇଥିବା ପ୍ରଥମ ଖେଳାଳି ହୋଇଛନ୍ତି ।

ମଙ୍ଗଳବାର ଖେଳାଯାଉଥିବା ଏହି ଫାଇନାଲ ମ୍ୟାଚରେ ପ୍ରଥମ ବଲରେ ମାର୍କସ ଷ୍ଟୋଇନିସଙ୍କୁ ଡକ ଆଉଟ କରିଛନ୍ତି ମୁମ୍ବାଇ ବୋଲର ଟ୍ରେଣ୍ଟ ବୋଲ୍ଟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.