ETV Bharat / sports

ICC ମହିଳା ଦିନିକିଆ ମାନ୍ୟତା: ମିତାଲି 9ମରେ ସ୍ଥିର, ଷଷ୍ଠକୁ ଖସିଲେ ମାନ୍ଧାନା

author img

By

Published : Mar 2, 2021, 4:40 PM IST

ବୋଲିଂ ମାନ୍ୟତାରେ ଝୁଲଣ ଗୋସ୍ବାମୀ ପଞ୍ଚମ, ପୁନମ ଯାଦବ ଷଷ୍ଠ, ଶିଖା ପାଣ୍ଡେ ସପ୍ତମ ଓ ଦିପ୍ତୀ ଶର୍ମା ଦଶମ ସ୍ଥାନରେ ରହିଛନ୍ତି । ଅଧିକ ପଢନ୍ତୁ...

Mandhana loses two slots, Mithali at ninth in ICC Women's ODI rankings
ICC ମହିଳା ଦିନିକିଆ ମାନ୍ୟତା: ମିତାଲି 9ମରେ ସ୍ଥିର, ଷଷ୍ଠକୁ ଖସିଲେ ମାନ୍ଧାନା

ଦୁବାଇ: ପ୍ରକାଶ ପାଇଛି ମହିଳା ଦିନିକିଆ ମାନ୍ୟତା । ସଦ୍ୟ ପ୍ରକାଶିତ ତାଲିକାରେ ଇଂଲଣ୍ଡ ଓପନର ଟମି ବେୟୁମଣ୍ଟ 5ଟି ସ୍ଥାନ ଉପରକୁ ଉଠି ଶୀର୍ଷ ସ୍ଥାନ ଦଖଲ କରିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ପ୍ରଭାବୀ ପ୍ରଦର୍ଶନ କରିଥିଲେ ବେୟୁମଣ୍ଟ । ଫଳରେ 2-1ରେ ସିରିଜ ବିଜୟୀ ହୋଇଥିଲା ଇଂଲଣ୍ଡ ।

ଭାରତୀୟ ଓପନର ସ୍ମୃତି ମାନ୍ଧାନା ଦୁଇଟି ପଏଣ୍ଟ ହରାଇବା ସହ ଷଷ୍ଠ ସ୍ଥାନକୁ ଖସିଛନ୍ତି । ତେବେ ଭେଟେରାନ ମିତାଲି ରାଜ ଦିନିକିଆ ମାନ୍ୟତାରେ ନିଜର ନବମ ସ୍ଥାନରେ ଅପରିବର୍ତ୍ତିତ ରହିଛନ୍ତି ।

ବୋଲିଂ ମାନ୍ୟତାରେ ଝୁଲଣ ଗୋସ୍ବାମୀ ପଞ୍ଚମ, ପୁନମ ଯାଦବ ଷଷ୍ଠ, ଶିଖା ପାଣ୍ଡେ ସପ୍ତମ ଓ ଦିପ୍ତୀ ଶର୍ମା ଦଶମ ସ୍ଥାନରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.