ନୂଆଦିଲ୍ଲୀ: ଘୋଷଣା ହୋଇଛି ବିସିସିଆଇର 3ଜଣିଆ କ୍ରିକେଟ ଆଡଭାଇଜାରୀ କମିଟି । ଏହି କମିଟିରେ ପୂର୍ବତନ କ୍ରିକେଟର ମଦନ ଲାଲ, ରୁଦ୍ର ପ୍ରତାପ ସିଂ ଓ ମହିଳା କ୍ରିକେଟର ସୁଲକ୍ଷଣା ନାଏକ ରହିଛନ୍ତି । ଏହି କମିଟିର କାର୍ଯ୍ୟକାଳ ଗୋଟିଏ ବର୍ଷ ରହିବା ନେଇ ବିସିସିଆଇ ପକ୍ଷରୁ କୁହାଯାଇଛି ।
ମଦନ ଲାଲ ଭାରତ ପାଇଁ 39ଟି ଟେଷ୍ଟ, 67ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । 1983 ବିଶ୍ବକପ ବିଜୟ ଟିମର ସଦସ୍ୟ ଥିଲେ ଭେଟେରାନ ମଦନ ଲାଲ । ପୂର୍ବରୁ ଟିମ ଇଣ୍ଡିଆର କୋଚ ଓ ଜାତୀୟ ଚୟନକର୍ତ୍ତା କମଟିର ସଦସ୍ୟ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।
ଆରପି ସିଂହ ଟିମ ଇଣ୍ଡିଆ ପାଇଁ 14ଟି ଟେଷ୍ଟ, 58ଟି ଦିନିକିଆ ଓ 10ଟି ଟି-20 ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । 2007 ଟି-20ବିଶ୍ବ କପ ବିଜୟୀ ଭାରତୀୟ ଦଳର ପ୍ରମୁଖ ସଦସ୍ୟ ଥିଲେ ଆରପି ସିଂହ । ସେହିପରି ମହିଳା କ୍ରିକେଟର ସୁଲକ୍ଷଣା ନାଏକ, 11 ବର୍ଷର ସଫଳତମ କ୍ୟାରିୟରରେ 46ଟି ଦିନିକିଆ ଓ 31 ଟି ଟି-20 ମ୍ୟାଚ ଖେଳିଛନ୍ତି । ପୂର୍ବରୁ କ୍ରିକେଟ ଆଡଭାଇଜାରୀ କମିଟିରେ କପିଲ ଦେବ, ଅଂଶୁମାନ ଗାଏକ୍ବାଡ ଓ ସାନ୍ଥ ରଙ୍ଗାସ୍ବାମୀ ସଦସ୍ୟ ରହିଥିଲେ ।