ETV Bharat / sports

ଅଷ୍ଟ୍ରେଲୀୟ କ୍ରିକେଟ ହଲ୍‌ ଅଫ ଫେମ୍‌ରେ ଲିସା ସ୍ଥଲେକର - ଅଷ୍ଟ୍ରେଲୀୟ କ୍ରିକେଟ ହଲ୍‌ ଅଫ ଫେମ୍

ଲିସା ସ୍ଥାଲେକରଙ୍କୁ 2020ରେ ସମ୍ମାନଜନକ ଆଇସିସି ହଲ ଅଫ୍ ଫେମ ସମ୍ମାନ ମିଳିଥିଲା । ଅଧିକ ପଢନ୍ତୁ...

Lisa Sthalekar inducted into Australian Cricket Hall of Fame
ଅଷ୍ଟ୍ରେଲୀୟ କ୍ରିକେଟ ହଲ୍‌ ଅଫ ଫେମ୍‌ରେ ଲିସା ସ୍ଥଲେକର
author img

By

Published : Feb 5, 2021, 4:55 PM IST

ମେଲବର୍ଣ୍ଣ: ପୂର୍ବତନ ଅଷ୍ଟ୍ରେଲିଆ କ୍ୟାପଟେନ ଲିସା ସ୍ଥାଲେକର ଶୁକ୍ରବାର ଅଷ୍ଟ୍ରେଲିଆନ କ୍ରିକେଟ ହଲ ଅଫ ଫେମରେ ସାମିଲ ହୋଇଛନ୍ତି । ପୂର୍ବରୁ 2020ରେ ତାଙ୍କୁ ସମ୍ମାନଜନକ ଆଇସିସି ହଲ ଅଫ୍ ଫେମ ସମ୍ମାନ ମିଳିଥିଲା ।

ବିଶ୍ବ କ୍ରିକେଟର ଅନ୍ୟତମ ଶ୍ରେଷ୍ଠ ସ୍ପିନ ବୋଲିଂ ଅଲରାଉଣ୍ଡର, ସ୍ଥାଲେକର ନିଜ କ୍ରିକେଟ କ୍ୟାରିୟରରେ ବର୍ଷ 2001ରୁ 13 ମଧ୍ୟରେ 8ଟି ଟେଷ୍ଟ, 125ଟି ଅନ୍ତର୍ଜାତୀୟ ଦିନିକିଆ ଓ 54ଟି ଟି20 ମ୍ୟାଚ ଖେଳିବା ସହ ପ୍ରାୟ 4,000 ରନ ସଂଗ୍ରହ କରିଛନ୍ତି । ଏଥିରେ 3ଟି ଶତକୀୟ ଇଂନିସ ମଧ୍ୟ ସାମିଲ ରହିଛି ।

ସ୍ଥାଲେକର, 4ଟି ବିଶ୍ବକପ ବିଜୟୀ ଅଷ୍ଟ୍ରେଲିଆ ଦିନିକିଆ ଟି20 ଟିମର ସଦସ୍ୟ ରହିଛନ୍ତି । ଏଥିସହ ନ୍ୟୁଜିଲାଣ୍ଡ ବିପକ୍ଷରେ ବର୍ଷ 2006 ରେ 3ଟି ଦିନିକିଆ ମ୍ୟାଚରେ ଅଧିନାୟକ ଦାୟିତ୍ବ ସମ୍ଭାଳିଛନ୍ତି ।

ବର୍ଷ 2007 ପାଇଁ ସେ ଶ୍ରେଷ୍ଠ ଅନ୍ତର୍ଜାତୀୟ ମହିଳା କ୍ରିକେଟର ଭାବେ ମନୋନିତ ହେବାସହ ବେଲିଣ୍ଡା କ୍ଳାର୍କ ମେଡାଲ ବିଜେତା ରହିଛନ୍ତି । ସେହିପରି 2007 ଓ 2008ରେ ଅଷ୍ଟ୍ରେଲିଆର ଶ୍ରେଷ୍ଠ ମହିଳା ଅନ୍ତର୍ଜାତୀୟ ଖେଳାଳି ହୋଇଥିଲେ । ମୁମ୍ବାଇରେ 2013 ବିଶ୍ବକପ ବିଜୟୀ ପରେ ସେ କ୍ରିକେଟରୁ ସନ୍ୟାସ ନେଇଥିଲେ ।

ଏବେ 27ତମ ଅଷ୍ଟ୍ରେଲୀୟ କ୍ରିକେଟର ଭାବେ ଆଇସିସି କ୍ରିକେଟ ହଲ ଅଫ ଫେମରେ ସାମିଲ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.