କଟକ: ଓସିଏଲ ଫାଇନାଲ ମୁକାବିଲାରେ ଓଡିଶା ପାନ୍ଥର ଓ ଓଡିଶା ଲାୟନ । ଉଭୟ ଦଳ ସେମି ଫାଇନାଲରେ ବିପକ୍ଷ ଓଡିଶ ଟାଇଗରସ ଓ ଓଡିଶା ପୁମାସକୁ ହରାଇ ଫାଇନାଲ ପ୍ରବେଶ କରିଛି । ଆଜି ବାରବାଟୀର ଖେଳାଯିବ ଫାଇନାଲ ମୁକାବିଲା ।
ମଙ୍ଗଳବାର ବାରବାଟୀରେ ଖେଳାଯାଇଥିବା 2ଟି ସେମିଫାଇନାଲରେ ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଓଡିଶା ଟାଇଗରସ ଓ ଓଡିଶା ପାନ୍ଥରସ । ଟସ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଁ ଟାଇଗର୍ସ ନିର୍ଦ୍ଧାରତ 20 ଓଭରରେ 9 ୱିକେଟ ହରାଇ 117 ରମ କରିବାକୁ ସମର୍ଥ ହୋଇଥିଲା । ଏହାର ଜବାବରେ ଧାର୍ଯ୍ୟ ଲକ୍ଷକୁ ହାତରେ 5 ୱିକେଟ ଥାଇ ଜିତି ନେଇଥିଲା ପାନ୍ଥର୍ସ ଦଳ ।
ସେହିପରି ଦ୍ବିତୀୟ ସେମି ଫାଇନାଲ ମୁକାବିଲାରେ ବାଜି ମାରି ନେଇଛି ଓଡିଶା ଲାୟନ୍ସ ଦଳ । ଟମ ଜିତି ପ୍ରଥମେ ବ୍ୟାଟିଂ କରି 172 ରନ କରିଥିଲା ଓଡିଶା ଲାୟନ୍ସ । ଦଳ ପକ୍ଷରୁ ସ୍ବସ୍ତିକ ସାମଲ ଶାଟକୀୟ ପାଳି ଖେଳିଥିଲେ । ଜବାବରେ ଧାର୍ଯ୍ୟ ଲକ୍ଷକୁ ପିଛା କରିବାରେ ବିଫଳ ହୋଇଥିଲା ଓଡିଶା ପୁମାସ । ମାତ୍ର 97 ରନରେ ସମସ୍ତ ୱିକେଟ ହରାଇ ଥିଲା ଦଳ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ