ETV Bharat / sports

ଆଇପିଏଲ୍ 2020: ଜାଣନ୍ତୁ କେଉଁ ଖେଳାଳିଙ୍କ କବଜାରେ ରହିଛି ପର୍ପଲ ଓ ଅରେଞ୍ଜ କ୍ୟାପ

author img

By

Published : Oct 10, 2020, 1:02 PM IST

ଅରେଞ୍ଜ କ୍ୟାପ କିଙ୍ଗ୍ସ ଏକାଦଶର ଅଧିନାୟକ ଲୋକେଶ ରାହୁଲଙ୍କ ନିକଟରେ ରହିଛି । ସେହିପରି ପର୍ପଲ କ୍ୟାପ ଦିଲ୍ଲୀ କ୍ୟାପିଟାଲ୍ସର ଖେଳାଳି କାଗିସୋ ରାବାଡାଙ୍କ ପାଖରେ ରହିଛି ।

ଆଇପିଏଲ୍ 2020: ଜାଣନ୍ତୁ କେଉଁ ଖେଳାଳିଙ୍କ କବ୍ଜାରେ ରହିଛି ପର୍ପଲ ଓ ଅରେଞ୍ଜ କ୍ୟାପ

ହାଇଦ୍ରାବାଦ: ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଶୁକ୍ରବାର ଦିନ ଶାରଜାହ ଷ୍ଟାଡିୟମରେ ଲିଗ୍‌ର 23ତମ ମ୍ୟାଚ ଖେଳାଯାଇଥିଲା । ତେବେ ଏହି ମ୍ୟାଚ ପରେ ବି ପର୍ପଲ ଓ ଅରେଞ୍ଜ କ୍ୟାପର ଶୀର୍ଷ ସ୍ଥିତିରେ କୌଣସି ପରିବର୍ତ୍ତନ ହୋଇ ନାହିଁ । ଅରେଞ୍ଜ କ୍ୟାପ କିଙ୍ଗ୍ସ ଏକାଦଶର ଅଧିନାୟକ ଲୋକେଶ ରାହୁଲଙ୍କ ନିକଟରେ ରହିଛି । ସେହିପରି ପର୍ପଲ କ୍ୟାପ ଦିଲ୍ଲୀ କ୍ୟାପିଟାଲ୍ସର ଖେଳାଳି କାଗିସୋ ରାବାଡାଙ୍କ ପାଖରେ ରହିଛି ।

ଲୋକେଶ ରାହୁଲ
ଲୋକେଶ ରାହୁଲ

ୟୁଏଇରେ ଚଳିତବର୍ଷ ଆଇପିଏଲର 13ତମ ସଂସ୍କରଣ ଖେଳାଯାଉଛି । ବର୍ତ୍ତମାନ ସୁଦ୍ଧା ଲିଗ୍‌ରେ 23ଟି ମୁକାବିଲା ଖେଳାଯାଇ ସାରିଛି । ତେବେ ଏହି ସିଜନରେ କିଙ୍ଗ୍ସ ଏକାଦଶ ପଞ୍ଜାବର ଅଧିନାୟକ ଲୋକେଶ ରାହୁଲ ସର୍ବାଧିକ ରନ୍‌ ସଂଗ୍ରହ କରିଥିବାରୁ ତାଙ୍କ ପାଖରେ ରହିଛି ଅରେଞ୍ଜ କ୍ୟାପ । ରାହୁଲ 5ଟି ମ୍ୟାଚରେ 136.68 ଷ୍ଟ୍ରାଇକ ରେଟ୍‌ ସହ 313ରନ ସଂଗ୍ରହ କରିଛନ୍ତି । ଏହି ଲିଷ୍ଟରେ 2ୟ ନଂରେ ଚେନ୍ନାଇର ଫାଫ୍ ଡୁପ୍ଲେସିସ୍ ଅଛନ୍ତି । ସେ 299ରନ୍‌ ସଂଗ୍ରହ କରିଛନ୍ତି । ମୟଙ୍କ ଅଗ୍ରଓ୍ବାଲ 281ରନ୍‌ ସହ 3ୟ ସ୍ଥାନରେ ରହିଛନ୍ତି ।

କାଗିସୋ ରାବାଡା
କାଗିସୋ ରାବାଡା

ପର୍ପଲ କ୍ୟାପ ଦିଲ୍ଲୀର କାଗିସୋ ରାବାଡାଙ୍କ ପାଖରେ ରହିଛି । ରାବାଡା 6ମ୍ୟାଚରେ 7.81 ଇକୋନମି ସହ 15ଓ୍ବିକେଟ ଅକ୍ତିଆର କରିଛନ୍ତି । ତାଙ୍କ ତଳକୁ ରହିଛନ୍ତି ମୁମ୍ବାଇର ବୁମରାହ । ସେ 11ଟି ଓ୍ବିକେଟ ହାସଲ କରିଛନ୍ତି । ଟ୍ରେଣ୍ଟ ବୋଲ୍ଡ 10 ଓ୍ବିକେଟ ସହ 3ୟ ସ୍ଥାନରେ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.