ETV Bharat / sports

କୋରୋନାକୁ ହରାଇଲେ କରୁଣ ନାୟର - କିଙ୍ଗ୍ସ ଇଲେଭେନ ପଞ୍ଜାବ

କୋରୋନାକୁ ହରାଇଲେ ଭାରତୀୟ ବ୍ୟାଟ୍ସମ୍ୟାନ କରୁଣ ନାୟର । ରିପୋର୍ଟ ଅନୁଯାୟୀ, ପ୍ରାୟ ଦୁଇ ସପ୍ତାହ ପୂର୍ବେ ସେ ସଂକ୍ରମଣର ଶିକାର ହୋଇଥିଲେ ।

KXIP batsman Karun Nair recovers after testing positive for COVID-19 ahead of IPL 2020
କୋରୋନାକୁ ହରାଇଲେ କରୁଣ ନାୟର
author img

By

Published : Aug 13, 2020, 3:24 PM IST

ହାଇଦ୍ରାବାଦ: କୋରୋନାକୁ ହରାଇଲେ ଭାରତୀୟ ବ୍ୟାଟ୍ସମ୍ୟାନ କରୁଣ ନାୟର । ରିପୋର୍ଟ ଅନୁଯାୟୀ, ପ୍ରାୟ ଦୁଇ ସପ୍ତାହ ପୂର୍ବେ ସେ ସଂକ୍ରମଣର ଶିକାର ହୋଇଥିଲେ । ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ରେ କିଙ୍ଗ୍ସ ଇଲେଭେନ ପଞ୍ଜାବ ଟିମର ସଦସ୍ୟ ରହିଛନ୍ତି ନାୟର । ବିଶ୍ବର ସବୁଠୁ ଧନୀ ଟି-20 ଲିଗ୍ ଆଗାମୀ ଆଇପିଏଲର 13ତମ ସଂସ୍କରଣ ପାଇଁ ସେ ୟୁଏଇ ଗସ୍ତରେ ଯିବେ ।

KXIP batsman Karun Nair recovers after testing positive for COVID-19 ahead of IPL 2020
କୋରୋନାକୁ ହରାଇଲେ କରୁଣ ନାୟର

ଏକ ୱେବସାଇଟ ଅନୁଯାୟୀ, ଅଗଷ୍ଟ 8ରେ କରୁଣ ନାୟରଙ୍କ କୋଭିଡ-19 ଟେଷ୍ଟ ରିପୋର୍ଟ ନେଗେଟିଭ ଜଣାପଡିଥିଲା । ପଜିଟିଭ ଚିହ୍ନଟ ହେବାପରେ ଦୁଇ ସପ୍ତାହ ପାଇଁ ଆଇସୋଲେସନରେ ରହିଥିଲେ । ବିସିସିଆଇର ଗାଇଡଲାଇନ ଅନୁଯାୟୀ, 8 ଫ୍ରାଞ୍ଚାଇଜର ଆଇପିଏଲରେ ଅଂଶଗ୍ରହଣ କରିବାକୁ ଥିବା ସମସ୍ତ ଖେଳାଳିଙ୍କର ଭାରତ ଛାଡିବା ପୂର୍ବରୁ 3ଟି ଟେଷ୍ଟ କରାଯିବ । ଏହି କ୍ରମରେ 28 ବର୍ଷୀୟ ନାୟର ୟୁଏଇ ଗସ୍ତ କରିବା ପୂର୍ବରୁ ଆଉ 3ଟି କୋଭିଡ-19 ଟେଷ୍ଟର ସାମ୍ନା କରିବେ ।

ଏକ ଚାଟାର୍ଡ ବିମାନରେ ବେଙ୍ଗାଲୁରୁରୁ ଅଳ୍ପ ଖେଳାଳିଙ୍କ ସହ ଦିଲ୍ଲୀ ଉଡାଣ ଭରିବେ ନାୟର ବୋଲି ଜଣାପଡିଛି । ଦିଲ୍ଲୀରୁ କିଙ୍ଗ୍ସ ଇଲେଭେନ ପଞ୍ଜାବର ଅବଶିଷ୍ଟ ଖେଳାଳିଙ୍କୁ ନେଇ ବିମାନଟି ୟୁଏଇ ଗସ୍ତ କରିବାର ସ୍ଥିର ହୋଇଥିବା ସୂଚନା ରହିଛି ।

2018ରେ କରୁଣ ନାୟର କିଙ୍ଗ୍ସ ଇଲେଭେନ ପଞ୍ଜାବ ଟିମରେ ସାମିଲ ହୋଇଥିଲେ । 13 ମ୍ୟାଚରୁ ପ୍ରଥମ ସିଜିନରେ ପଞ୍ଜାବ ପାଇଁ 301 ରନ ସଂଗ୍ରହ କରିଥିଲେ । ପରେ 2019 ସିଜିନରେ ପୁରା ଟୁର୍ଣ୍ଣାମେଣ୍ଟରେ ମାତ୍ର ଗୋଟିଏ ମ୍ୟାଚ ଖେଳିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.