ETV Bharat / sports

ପଡ଼ିଆ ଭିତରେ ଓ ବାହାରେ କୁମ୍ବଲେ ସମ୍ପୂର୍ଣ୍ଣ ଭିନ୍ନ: ପ୍ରଜ୍ଞାନ ଓଝା

author img

By

Published : Jun 28, 2020, 1:19 AM IST

କୁମ୍ବଲେଙ୍କ ଅଫ ଓ ଅନ ଦ ଫିଲ୍ଡ ବ୍ୟକ୍ତିତ୍ବ ବିଷୟରେ କହିଲେ ପ୍ରଜ୍ଞାନ ଓଝା । ପଡ଼ିଆ ବାହାରେ କୁମ୍ବଲେ ଖୁବ ଶାନ୍ତ ବୋଲି ଦେଲେ ମତ । ଅଧିକ ପଢ଼ନ୍ତୁ...

Kumble was very aggressive on the field, soft-spoken off field, Pragyan Ojha, ପ୍ରଜ୍ଞାନ ଓଝା , ପିଚ ଭିତରେ ଓ ବାହାରେ କୁମ୍ବଲେ ସମ୍ପୂର୍ଣ୍ଣ ଭିନ୍ନ, ଅନିଲ କୁମ୍ବଲେ
ପଡ଼ିଆ ଭିତରେ ଓ ବାହାରେ କୁମ୍ବଲେ ସମ୍ପୂର୍ଣ୍ଣ ଭିନ୍ନ: ପ୍ରଜ୍ଞାନ ଓଝା

ନୂଆଦିଲ୍ଲୀ: ଭାରତର ପୂର୍ବତନ ସ୍ପିନର ପ୍ରଜ୍ଞାନ ଓଝା କହିଛନ୍ତି ଯେ ମହାନ ସ୍ପିନର ଅନିଲ କୁମ୍ବଲେ ପିଚରେ ଓ ବାହାରେ ବିପରୀତ ବ୍ୟକ୍ତିତ୍ବ । ତାଙ୍କର ପାଞ୍ଚ ବର୍ଷର ଛୋଟ ଅନ୍ତର୍ଜାତୀୟ କ୍ୟାରିୟରରେ 113ଟି ଟେଷ୍ଟ ୱିକେଟ ନେଇଥିବା ଓଝା କହିଛନ୍ତି ଯେ କୁମ୍ବଲେ ପଡ଼ିଆରେ ଯେତିକି ଆକ୍ରମଣାତ୍ମକ ଥିଲେ ବାହାରେ ସେତିକି ଶାନ୍ତ ଥିଲେ।

ଓଝା ଏକ ସାକ୍ଷାତକାରରେ ୱିସଡେନଙ୍କୁ କହିଛନ୍ତି ଯେ, ‘‘ଯେତେବେଳେ ସେ ଗ୍ରାଉଣ୍ଡର ଥିଲେ, କୁମ୍ବଲେ ଉଭୟ ପ୍ରତିପକ୍ଷ ତଥା ନିଜ ଖେଳାଳିଙ୍କ ସହ ଅତ୍ୟଧିକ ଆଗ୍ରେସିଭ ରହୁଥିଲେ। କିନ୍ତୁ ପଡ଼ିଆ ବାହାରେ, ସେ ସମ୍ପୂର୍ଣ୍ଣ ଭିନ୍ନ । ଗ୍ରାଉଣ୍ଡରେ ଦେଖିଥିବା ବ୍ୟକ୍ତିଙ୍କ ସହ ଆପଣ କଥାବାର୍ତ୍ତା କରୁଛନ୍ତି ବୋଲି ବିଶ୍ବାସ ହେବ ନାହିଁ । ପଡ଼ିଆରେ ସେ କଠିନ ପ୍ରତିଦ୍ବନ୍ଦ୍ବିତା କରନ୍ତି କିନ୍ତୁ ପଡ଼ିଆ ବାହାରେ ସେ ଖୁବ ମିଷ୍ଟଭାଷୀ ।’’

ଓଝା ଏମଏସ ଧୋନିଙ୍କ ଅଧିନାୟକତ୍ବରେ ତାଙ୍କର ସମ୍ପୂର୍ଣ୍ଣ ଅନ୍ତର୍ଜାତୀୟ କ୍ୟାରିୟର ଖେଳିଥିଲେ । ଭାରତୀୟ ଦଳ ସହିତ ତାଙ୍କର ସମୟ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ରାହୁଲ ଦ୍ରାବିଡ ଏବଂ ଭିଭିଏସ ଲକ୍ଷ୍ମଣଙ୍କ ପୁରୁଣା ଗାର୍ଡ ସହିତ ମେଳ ଖାଉଥିଲା ।

‘‘ସଚିନ ପାଜି ଅତ୍ୟନ୍ତ ଶାନ୍ତ ସରଳ ଥିଲେ। ସେ ପିଚରେ କାହାରିକୁ କୌଣସି ପ୍ରତିକ୍ରିୟା ଦେଉନଥିଲେ। ତାଙ୍କର ଭିନ୍ନ ଆଭିମୁଖ୍ୟ ଥିଲା । ଅନିଲ ଭାଇଙ୍କର ଭିନ୍ନ ଆଭିମୁଖ୍ୟ ଥିଲା। ଧୋନି ଏବଂ କୋହଲି, ସେମାନେ ଦେଶ ପାଇଁ ଖେଳ ଜିତିବାକୁ ଚାହାଁନ୍ତି, କିନ୍ତୁ ସେମାନଙ୍କ ଆଭିମୁଖ୍ୟ ମଧ୍ୟ ସମ୍ପୂର୍ଣ୍ଣ ଭିନ୍ନ,’’ ବୋଲି ପ୍ରଜ୍ଞାନ କହିଛନ୍ତି।

‘‘ଭିଭିଏସ୍ ଲକ୍ଷ୍ମଣଙ୍କ ପରି ଜଣେ ଖେଳାଳି ଯିଏ ସକାଳୁ ସୁପ୍ରଭାତମ ଶୁଣି ବ୍ୟାଟିଂ କରିବାକୁ ଯଉଥିଲେ । ତାହା ତାଙ୍କ ଆଗ୍ରେସନ ଥିଲା । ସେହିପରି କୋହଲି ଏମିତି ଜଣେ ଖେଳାଳି ଯିଏ ଉଚ୍ଚ ସ୍ବରରେ ପଞ୍ଜାବୀ ଗୀତ ଶୁଣିନ୍ତି, ବଡି ଲାଙ୍ଗୁଏଜ ଦେଖାନ୍ତି କୌଣସି ଅଙ୍ଗଭଙ୍ଗୀ ନୁହେଁ ଆଉ ସେ ଆପଣଙ୍କ ଚେହାରେ ନିଜକୁ ଦର୍ଶାଇବାକୁ ଭଲ ପାଆନ୍ତି । ଏହା କୌଣସି ପ୍ରକାରେ ଭୁଲ ନୁହେଁ, ଏହା କେବଳ ଟିକିଏ ଭିନ୍ନ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.