ETV Bharat / sports

ରେଡ୍ କାର୍ପେଟରେ ଦାଦାଙ୍କୁ ସ୍ବାଗତ - Sourav Ganguly

ବେଙ୍ଗଲ କ୍ରିକେଟ ଆସୋସିଏସନ ସଭାପତିଙ୍କ ଏହି ସଫଳତା ପାଇଁ ତାଙ୍କୁ ସିଏବି ( କ୍ରିକେଟ ଆସୋସିଏସନ ଅଫ୍ ବେଙ୍ଗଲ) ରେଡ କାର୍ପେଟରେ ସ୍ବାଗତ ଜଣାଇଛି।

ରେଡ କାର୍ପେଟରେ ଦାଦାଙ୍କୁ ସ୍ବାଗତ
author img

By

Published : Oct 16, 2019, 10:20 AM IST

Updated : Oct 16, 2019, 5:34 PM IST

କୋଲକତା: ଦାଦା ବନିବାକୁ ଯାଉଛନ୍ତି ବିସିସିଆଇର ବସ୍‌ । ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ସୋମବାର ନାମାଙ୍କନ ଭରି ସାରିଥିବା ବେଳେ ସେ ଅପ୍ରତିଦ୍ବନ୍ଦ୍ବୀ ପ୍ରାର୍ଥୀ ଭାବେ ସଭାପତି ପାଇଁ ଚୂଡାନ୍ତ ହୋଇ ସାରିଛନ୍ତି । ତେବେ ବେଙ୍ଗଲ କ୍ରିକେଟ ଆସୋସିଏସନ ସଭାପତିଙ୍କ ଏହି ସଫଳତା ପାଇଁ ତାଙ୍କୁ ସିଏବି ରେଡ କାର୍ପେଟରେ ସ୍ବାଗତ ଜଣାଇଛି ।

ଇଡେନ ଗାର୍ଡେନ ଷ୍ଟାଡିମୟ ସମ୍ମୁଖରେ ଗାଙ୍ଗୁଲୀଙ୍କୁ ମହାରାଜା ପରି ସ୍ବାଗତ କରାଯାଇଛି । କ୍ରିକେଟ ଆସୋସିଏସନର କର୍ମକର୍ତ୍ତା ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ସ୍ବାଗତ କରିଛନ୍ତି । ବାଣ ଓ ବାଦ୍ୟରେ ମଧ୍ୟ ଷ୍ଟାଡିୟମ ପରିସର କମ୍ପି ଉଠିଛି ଦାଦାଙ୍କ ସ୍ବାଗତ ପାଇଁ ।

ତେବେ ଅପ୍ରତିଦ୍ବନ୍ଦ୍ବୀ ପ୍ରାର୍ଥୀ ଭାବେ ସଭାପତି ପଦ ପାଇଁ ଚୟନ ହୋଇଛନ୍ତି ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି । ସେହିପରି ସମ୍ପାଦକ ପଦ ପାଇଁ ଅମିତ ଶାହାଙ୍କ ପୁଅ ଜୟ ଶାହା, ଯୁଗ୍ମ ସମ୍ପାଦକ ପଦ ପାଇଁ ଜୟେଶ ଜର୍ଜ, କୋଷାଧ୍ୟକ୍ଷ ଅରୁଣ ଧୂମାଲ ଓ ଆଇପିଏଲ ଅଧକ୍ଷ ପଦ ପାଇଁ ବ୍ରିଜେଶ ପଟେଲ । ଆସନ୍ତା 23 ତାରିଖରେ କମିଟି ଅଫ ଆଡମିନିଷ୍ଟ୍ରେସନ (ସିଓଏ)ର ଚୂଡାନ୍ତ ବୈଠକ ବସିବା ପରେ ଆନୁଷ୍ଠାନିକ ଭାବେ ଏମାନଙ୍କ ନାମ ପ୍ରକାଶ ପାଇବ।

Intro:Body:

BLANK FOR LINK 

Conclusion:
Last Updated : Oct 16, 2019, 5:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.