ETV Bharat / sports

ଆଇପିଏଲ: ଆରସିବିର ପ୍ରଥମ ମ୍ୟାଚ, ବିରାଟଙ୍କ ଉପରେ ଷ୍ଟାଇରିସଙ୍କ ବିଶ୍ବାସ - iplinUAE

ଆଇପିଏଲ 2020ର 3ୟ ମ୍ୟାଚରେ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆଇସିବି) ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ।

Kohli won't struggle to find rhythm: Styris ahead of RCB's opening match
ଆଇପିଏଲ: ଆରସିବିର ପ୍ରଥମ ମ୍ୟାଚ, ବିରାଟଙ୍କ ଉପରେ ଷ୍ଟାଇରିସଙ୍କ ବିଶ୍ବାସ
author img

By

Published : Sep 21, 2020, 6:13 PM IST

ଦୁବାଇ: ଆଇପିଏଲ 2020ର 3ୟ ମ୍ୟାଚରେ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆଇସିବି) ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ତେବେ ଏହି ମ୍ୟାଚ ପୂର୍ବରୁ ପୂର୍ବତନ ନ୍ୟୁଜିଲାଣ୍ଡ କ୍ରିକେଟର ସ୍କଟ ଷ୍ଟାଇରିସ କୋହଲିଙ୍କୁ ନେଇ ବଡ ବୟାନ ଦେଇଛନ୍ତି । ବିରାଟ କୋହଲିଙ୍କୁ 'ସର୍ବକାଳୀନ ମହାନ' ଖେଳାଳି ବିରାଟ କୋହଲି କହିବା ସହ, ନିଜର ପୁରୁଣା ଲୟକୁ ଫେରିବାକୁ ବେଶୀ ସମୟ ନେବେ ନାହିଁ ବୋଲି ପୂର୍ବାନୁମାନ କରିଛନ୍ତି ଷ୍ଟାଇରିସ ।

ଦୀର୍ଘ ସମୟ ଧରି ମ୍ୟାଚ ଖେଳିନଥିଲେ ମଧ୍ୟ ବିରାଟ ଅସୁବିଧାର ସାମ୍ନା କରିବେ ନାହିଁ ବୋଲି କହିଛନ୍ତି ଷ୍ଟାଇରିସ । ଷ୍ଟାଇରିସ କହିଛନ୍ତି, "ମୁଁ ଭାବୁନାହିଁ ବିରାଟ କଷ୍ଟ ଅନୁଭବ କରିବେ । ଏହାର କାରଣ ବିରାଟ ଜଣେ ସର୍ବକାଳୀନ ମହାନ ଖେଳାଳି ଓ ଏଯାବତ ଆଇପିଏଲ ଇତିହାସରେ ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ । ଯଦି ସେ ଅସୁବିଧାର ସାମ୍ନା କରନ୍ତି, ତେବେ ସମସ୍ତେ ଅସୁବିଧାର ସାମ୍ନା କରିବେ ।"

Kohli won't struggle to find rhythm: Styris ahead of RCB's opening match
ଆଇପିଏଲ: ଆରସିବିର ପ୍ରଥମ ମ୍ୟାଚ, ବିରାଟଙ୍କ ଉପରେ ଷ୍ଟାଇରିସଙ୍କ ବିଶ୍ବାସ

ଅନ୍ୟପଟେ ସନରାଇଜର୍ସ ହଇଦ୍ରାବାଦ ଟିମକୁ ନେଇ ମଧ୍ୟ ମତ ରଖିଛନ୍ତି ଷ୍ଟାଇରିସ । କୋହଲି ଓ ୱାର୍ଣ୍ଣର ଦୁଇ ଦକ୍ଷ କ୍ୟାପଟେନ ସହ ହ୍ବାଇଟ ବଲ କ୍ରିକେଟରେ ବିସ୍ପୋରକ ବ୍ୟାଟ୍ସମ୍ୟାନ । ଇଂଲଣ୍ଡର ଜନ୍ନି ବେୟାରଷ୍ଟୋ ମଧ୍ୟ ଏସଆରଏଚ ପକ୍ଷରୁ ଧମାକା କରିପାରନ୍ତି । ଫଳରେ ଉଭୟ ଟିମରେ ଏକାଧିକ ଦୁର୍ଦ୍ଦଶ ବ୍ୟାଟ୍ସମ୍ୟାନ ରହିଥିବାରୁ କଡା ଟକ୍କର ହେବ ବୋଲି ଆଶା କରାଯାଉଛି ।

ଆଇପିଏଲର 13ତମ ସଂସ୍କରଣ ୟୁଏଇରେ ସେପ୍ଟେମ୍ବର 19ରୁ ଆରମ୍ଭ ହୋଇସାରିଛି । ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ 5 ୱିକେଟରେ ହରାଇଥିଲା ଚେନ୍ନାଇ ସୁପର କିଙ୍ଗ୍ସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.