ETV Bharat / sports

ଆଇସିସି ବ୍ୟାଟିଂ ମାନ୍ୟତାର ଶୀର୍ଷ ଦୁଇଟି ସ୍ଥାନରେ ବିରାଟ-ରୋହିତ

author img

By

Published : Dec 10, 2020, 8:41 PM IST

ଆଇସିସି ବ୍ୟାଟିଂ ମାନ୍ୟତାରେ ପ୍ରଥମ ଦୁଇଟି ସ୍ଥାନରେ ଭାରତୀୟ କ୍ୟାପଟେନ ବିରାଟ କୋହଲି ଓ ଓପନର ରୋହିତ ଶର୍ମା । ଅଧିକ ପଢନ୍ତୁ...

Kohli and Rohit stands tall in ODI ranking
ଆଇସିସି ବ୍ୟାଟିଂ ମାନ୍ୟତାର ଶୀର୍ଷ ଦୁଇଟି ସ୍ଥାନରେ ବିରାଟ-ରୋହିତ

ସିଡନି: ଆଇସିସି ବ୍ୟାଟିଂ ମାନ୍ୟତାରେ ଭାରତୀୟ କ୍ୟାପଟେନ ବିରାଟ କୋହଲି ଓ ଓପନର ରୋହିତ ଶର୍ମାଙ୍କ ଦବଦବା ଜାରି । ମାନ୍ୟତାର ଶୀର୍ଷ ଦୁଇଟି ସ୍ଥାନରେ ରହିଛନ୍ତି ଉଭୟ କୋହଲି ଓ ରୋହିତ । ସେହିପରି ବୋଲିଂ ମାନ୍ୟତାର ତୃତୀୟ ସ୍ଥାନରେ ରହିଛନ୍ତି ଜଶପ୍ରୀତ ବୁମରା ।

ସଦ୍ୟ ସମାପ୍ତ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ କୋହଲି ଦୁଇଟି ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ । ସିରିଜରେ ଭାରତ 2-0ରେ ବିଜୟୀ ହୋଇଥିଲା । ମାଂସପେଶୀରେ ଯନ୍ତ୍ରଣା ଯୋଗୁଁ ସୀମିତ ଓଭର ସିରିଜ ଖେଳିନଥିବା ରୋହିତ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ଏଥିସହ ତୃତୀୟ ସ୍ଥାନରେ ଥିବା ପାକିସ୍ତାନର ବାବର ଆଜମଙ୍କ ଠାରୁ 5 ପଏଣ୍ଟ ଅଧିକ ରହିଛନ୍ତି ।

Kohli and Rohit stands tall in ODI ranking
ଜଶପ୍ରୀତ ବୁମରା

ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ 90 ଓ 3ୟ ମ୍ୟାଚରେ ଅପରାଜିତ 92 ରନର ଇଂନିସ ଖେଳିଥିବା ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମ ଥର ପାଇଁ ଶୀର୍ଷ 50 ସ୍ଥାନ ମଧ୍ୟରେ ରହିଛନ୍ତି ।

553 ପଏଣ୍ଟ ସହ 49ତମ ସ୍ଥାନରେ ରହିଛନ୍ତି ପାଣ୍ଡ୍ୟା ।

ଅଷ୍ଟ୍ରେଲିଆ ଟିମରୁ ଦିନିକିଆ ସିରିଜରେ ଯଥାକ୍ରମେ 114, 60 ଓ 75 ରନର ଇଂନିସ ଖେଳିଥିବା କ୍ୟାପଟେନ ଆରୋନ ଫିଞ୍ଚ କ୍ୟାରିୟରରେ ସର୍ବାଧିକ 791 ପଏଣ୍ଟ ହାସଲ କରିବା ସହ ପଞ୍ଚମ ସ୍ଥାନରେ ରହିଛନ୍ତି । ସିରିଜର ପ୍ରଥମ ଦୁଇଟି ମ୍ୟାଚରେ 62 ବଲରେ ଶତକୀୟ ଇଂନିସ ଖେଳିଥିବା ଷ୍ଟିଭ ସ୍ମିଥ 2018 ପରେ ଶୀର୍ଷ 20କୁ ଫେରିଛନ୍ତି । 707 ପଏଣ୍ଟ ସହ 15ତମ ସ୍ଥାନରେ ରହିଛନ୍ତି ସ୍ମିଥ ।

194.18 ଷ୍ଟ୍ରାଇକରେଟରେ ଦିନିକିଆ ସିରିଜର 3ଟି ମ୍ୟାଚରେ 167 ରନ ସଂଗ୍ରହ କରିଥିବା ଗ୍ଳେନ ମାକ୍ସୱେଲ 20ତମ ସ୍ଥାନରେ ପହଞ୍ଚିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.