ଆବୁଧାବି: ବୁଧବାର କୋଲକାତା ନାଇଟ୍ ରାଇଡର୍ସ ନାମରେ ଏକ ଅଜବ ରେକର୍ଡ ଯୋଡି ହୋଇଛି । 5ର ବ୍ୟବଧାନ ପରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଛି କେକେଆର । ଆଜି ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) 2020 ର 21ତମ ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଛନ୍ତି କେକେଆର ଅଧିନାୟକ ଦିନେଶ କାର୍ତ୍ତିକ ।
ଶେଷ ଥର ପାଇଁ କେକେଆର୍ ଟସ୍ ଜିତି ଆଇପିଏଲରେ ବ୍ୟାଟିଂ ନିଷ୍ପତି ନେଇଥିଲା ମେ, 2015ରେ । ଆଉ ଯାହା 69 ମ୍ୟାଚ ପରେ ଆଜି ପ୍ରଥମେ ବ୍ୟାଟିଂ କରୁଛି କୋଲକତା । ଆଇପିଏଲ୍ 2020ରେ ଅଧିକାଶଂ ଦଳ ଏପର୍ଯ୍ୟନ୍ତ ପ୍ରଥମେ ବ୍ୟାଟିଂ କରିବା ପରିବର୍ତ୍ତେ ବିଜୟ ଲକ୍ଷ୍ୟକୁ ପିଛା କରିବା ପସନ୍ଦ କରିଛନ୍ତି । ଏପରିକି ସିଏସକେ ଅଧିନାୟକ ଏମଏସ ଧୋନି କହିଛନ୍ତି ଯେ କାର୍ତ୍ତିକଙ୍କ ନିଷ୍ପତ୍ତିରେ ସେ ଖୁସି ଅଛନ୍ତି କାରଣ ସେମାନେ ଯେ କୌଣସି ପ୍ରକାରେ 2ୟ ପାଳିରେ ବ୍ୟାଟିଂ କରିବାକୁ ଚାହୁଁଥିଲେ । ସମାନ ଏକାଦଶ ସହ ଆଜି ପଡିଆକୁ ଓହ୍ଲାଇଛି କେକେଆର ।