ETV Bharat / sports

'ଆମେ ଯେଉଁ ଡଗ ହେଉ ପଛେ କ୍ରିକେଟରେ କିନ୍ତୁ ବିଶ୍ବାସ କରୁ' - Kane Williamson

ଅଣ୍ଡରଡଗକୁ ନେଇ କିୱି ଦଳର ଅଧିନାୟକ କେନ ୱିଲିୟମସନ ପ୍ରତିକ୍ରିୟା ରଖିଛନ୍ତି । ଦଳର ଫୋକସ କେବଳ କ୍ରିକେଟ ଉପରେ, ଆଉ କିଛି ନୁହେଁ ବୋଲି ସେ କହିଛନ୍ତି ।

ଫାଇଲ ଫଟୋ
author img

By

Published : Jul 14, 2019, 8:01 PM IST

ଲଣ୍ଡନ: ରବିବାର ବିଶ୍ବକପ ଫାଇନାଲ ମ୍ୟାଚରେ ଚାଲିଛି ନ୍ୟୁଜିଲାଣ୍ଡ ଓ ଆୟୋଜକ ଇଂଲଣ୍ଡ ମୁକାବିଲା । ନୂଆ ବିଶ୍ବକପ ଚମ୍ପିଆନ ଦେଖିବାକୁ ସାରା ବିଶ୍ବ ଆଗ୍ରହ ସହକାରେ ଅନାଇ ରହିଛି । ତେବେ ମ୍ୟାଚ ପୂର୍ବବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ଏକ ମଜାଦାର କଥା କହିଛନ୍ତି କିୱି ଦଳର ଅଧିନାୟକ କେନ ୱିଲିୟମସନ ।

ନ୍ୟୁଜିଲାଣ୍ଡ ଦଳକୁ ଅଣ୍ଡରଡଗ ଶବ୍ଦ କୁହାଯିବା ନେଇ ସମ୍ମାଦିକଙ୍କ ଏକ ପ୍ରଶ୍ନର କିଛି ଏମିତି ଉତ୍ତର ରଖିଛନ୍ତି ୱିଲିୟମସନ । ସେ କହିଛନ୍ତି, "ଆମେ ଯେଉଁ ଡଗ ହେଉ ନା କାହିଁକି, ଆମେ ଆମ ଖେଳ ଉପରେ ଫୋକସ କରୁଛୁ । ବିଶ୍ବକପରେ ଆମେ ଦେଖିଛୁ କୌଣସି ଦଳ କୌଣସି ଦଳକୁ ମାତ୍‌ ଦେବାର କ୍ଷମତା ରଖିଥାଏ । ତେଣୁ ଅଣ୍ଡରଡଗ ଶବ୍ଦର କିଛି ଅର୍ଥ ନାହିଁ ।"

ଉଲ୍ଲେଖଥାଉ କି, ଚଳିତ ବିଶ୍ବକପରେ ନ୍ୟୁଜିଲାଣ୍ଡ ଲିଗ୍‌ ପର୍ଯ୍ୟାୟରେ ମାତ୍ର 5ଟି ମ୍ୟାଚ ବିଜୟ ସହ ଫାଇନାଲରେ ସ୍ଥାନ ପକ୍କା କରିପାରିଛି । ସେମିଫାଇନାଲରେ ଭାରତ ବିପକ୍ଷ ମ୍ୟାଚକୁ ରିଜର୍ଭ ଡେରେ 18 ରନରେ ଜିତି ନେଇଥିଲା ନ୍ୟୁଜିଲାଣ୍ଡ ।

Intro:ବୌଦ୍ଧ ରେ ସମ୍ବାଦିକଙ୍କୁ ଆକ୍ରମଣ ଅଭିଯୋଗ । ଛୁରୀରେ ଗତ ରାତିରେ ମୀନାବଜାର ର ହିସାବ ସାରି ଫେରିବାକୁ ପ୍ରସ୍ତୁତ ହେଉଥିବା ବେଳେ ସଂଘବଦ୍ଧ ଭାବେ କେତେକ ଦୁର୍ବୃତ୍ତ ଆକ୍ରମଣ କରିବା ସହ ଷାଠିଏ ହଜାର ଟଙ୍କା ଲୁଟ ହୋଇଥିବା ବୌଦ୍ଧ ଥାନାରେ ଅଭିଯୋଗ ହୋଇଛି ।

Body:ରଥଯାତ୍ରା ଶେଷ ଦିନ ସୁନାବେଶ ସରିବା ବେଳକୁ ବୌଦ୍ଧ ରେ ଚାଲିଥିବା ମୀନାବଜାର ମଧ୍ୟ ବନ୍ଦ ହେବା ଆରମ୍ଭ ହୋଇଥିଲା ।ମୀନାବଜାର କାର୍ଯ୍ୟ ହାତକୁ ନେଇଥିବା ଜଣେ ଯୁବ ସାମ୍ବାଦିକ ମୀନାବଜାର ର ହିସାବ ସାରି ଫେରିବାକୁ ବାହାକୁ ଆସିବା ମାତ୍ରେ ପ୍ରାୟ ତିରିଶ ଜଣ ଦୁର୍ବୃତ୍ତ ତାଙ୍କୁ ମିଳିତ ଆକ୍ରମଣ କରିବା ସହ ଷାଠିଏ ହଜାର ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି ।ଏସମ୍ପର୍କରେ ସମ୍ପୃକ୍ତ ପାଞ୍ଚ ଜଣ ବ୍ୟକ୍ତି ଓ ଅନ୍ୟ ମାନଙ୍କ ନାମରେ ବୌଦ୍ଧ ଥାନାରେ ଲିଖିତ ଅଭିଯୋଗ କରିବା ସହ ଦୁର୍ବୃତ୍ତ ମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବୀ କରିଛନ୍ତି ।ବୌଦ୍ଧ ଥାନା ଅଧିକାରୀ ତପସ୍ବିନୀ କହଁର ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

Conclusion:ବାଇଟ-୧-ଅବଦୂଲ ମହସିନ ଖାନ, ଆହତ ସାମ୍ବାଦିକ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.