ETV Bharat / sports

ଦିଲ୍ଲୀରେ ଦୌଡିବେ ବିସ୍ମୟ ବାଳକ ବୁଦ୍ଧାଦିତ୍ୟ

ମାର୍ଚ୍ଚ 14ରେ ଗ୍ରେଟର ନୋଏଡା ରନିଂ ଫେଷ୍ଟିଭାଲରେ ଭାଗ ନେଇଛନ୍ତି ବୁଦ୍ଧାଦିତ୍ୟ । ରାଜଧାନୀ ଦିଲ୍ଲୀରେ 6 ଘଣ୍ଟାରେ ତାଙ୍କୁ ଦୌଡିବାକୁ ହେବ 50 କିଲୋମିଟର । ଓଡିଆ ବିସ୍ମୟ ବାଳକ ବୁଦ୍ଧାଦିତ୍ୟ ସ୍ୱାଇଁ ଦୌଡିବ ଆଉ ଦେଖିବ ପୁରା ଦେଶ । ଅଧିକ ପଢନ୍ତୁ...

author img

By

Published : Mar 13, 2020, 5:39 PM IST

Child Sprinter Budhaditya Swain
ଦିଲ୍ଲୀରେ ଦୌଡିବେ ବିସ୍ମୟ ବାଳକ ବୁଦ୍ଧାଦିତ୍ୟ

ଭୁବନେଶ୍ୱର: ତୁଳସୀ ଦୁଇ ପତ୍ରରୁ ବାସିଲା ପରି ପ୍ରାରମ୍ଭରୁ ମିଳିଥାଏ ପ୍ରତିଭାର ପରିଚୟ । ଏଇ ଯେମିତି ବାଳକ ବୁଦ୍ଧାଦିତ୍ୟ, ବୟସ ମାତ୍ର ପାଞ୍ଚ ଛୁଇଁଛି । ଘର ଭୁବନେଶ୍ବର ଏରୋଡ୍ରମ ଅଞ୍ଚଳରେ । କୁନି ବୁଦ୍ଧାଦିତ୍ୟ ଅନେକଙ୍କ ପାଇଁ ସେ ବିସ୍ମୟ, ବିରଳ ଓ ଅବିଶ୍ବସନୀୟ ।

ଦିଲ୍ଲୀରେ ଦୌଡିବେ ବିସ୍ମୟ ବାଳକ ବୁଦ୍ଧାଦିତ୍ୟ

100କିମ୍ବା 200 ମିଟର ନୁହେଁ, ଭୁବନେଶ୍ବରରୁ ପୁରୀ(କଟକ ଫୁଲନଖରାରୁ ପୁରୀ କେନାଲ ରୋଡ ପର୍ଯ୍ୟନ୍ତ ) 60 କିଲୋମିଟର ବିନା ବ୍ରେକରେ ଦୌଡି, ରାଜ୍ୟରେ ଚହଳ ପକାଇଥିଲେ କୁନି ଧାବକ ବୁଦ୍ଧାଦିତ୍ୟ ସ୍ବାଇଁ । ପରେ ହାଇଦ୍ରାବାଦ ଦେଖିଥିଲା ବୁଦ୍ଧାଦିତ୍ୟଙ୍କ ବିରଳ ପ୍ରତିଭାର ଝଲକ । ବିଶ୍ବ ହୃଦୟ ଦିବସ ଅବସରରେ ଏକ ମାରାଥନରେ 21 କିଲୋମିଟର ବିନା ବିରତିରେ ଦୌଡିଥିଲେ ବୁଦ୍ଧାଦିତ୍ୟ । ବିଜୟ ପରେ ଏହି ପ୍ରତିଯୋଗିତାର ରନ ଆମ୍ବାସଡର ରହିଛନ୍ତି ବୁଦ୍ଧାଦିତ୍ୟ ।

କଅଁଳ ବୟସରେ କୁନି ପାଦ ଦୁଇଟି ବୁଦ୍ଧାଦିତ୍ୟଙ୍କୁ ଆଣିଦେଇଛି ନିଆରା ପରିଚୟ । ଖେଳକୁଦ ବୟସରେ ସେ ସାଜିଛନ୍ତି ଆଗଧାଡିର କ୍ରୀଡାବିତ୍‌ । ବଡ ହୋଇ ଦକ୍ଷ ଧାବକ ଟିଏ ହେବାକୁ ବୁଦ୍ଧାଦିତ୍ୟ ରଖିଛନ୍ତି ବିରାଟ ଲକ୍ଷ୍ୟ ।

ନିଜେ ପିତା ପ୍ରଶିକ୍ଷକ ଓ ପରିବାରରୁ ମିଳୁଛି ବୁଦ୍ଧାଦିତ୍ୟଙ୍କୁ ପ୍ରଶିକ୍ଷଣ । ଲକ୍ଷ୍ୟ ହାସଲ ପାଇଁ ଦୃଢ ମନୋବଳ ସହ ଶାରୀରିକ ପ୍ରସ୍ତୁତିକୁ ବି ଧ୍ୟାନ ଦେଉଛନ୍ତି କୋଚ ପିତା । କିଛି ଯୋଗାଡ କରି ପୁଅକୁ ବିଭିନ୍ନ ପ୍ରତିଯୋଗିତାରେ ଭାଗନେବାକୁ ପଠାଉଛନ୍ତି ପିତା ।

ତତଲା ପିଚୁରେ ନରମ ପାଦରେ ପାହୁଣ୍ଡ ପକେଇ ବଢିଚାଲିଛନ୍ତି ବୁଦ୍ଧାଦିତ୍ୟ । ମାତ୍ର ଏବେ ସେ ସାମ୍ନାକରିବେ ଜୀବନର ବଡ ପରୀକ୍ଷା । ମାର୍ଚ୍ଚ 14ରେ ଗ୍ରେଟର ନୋଏଡା ରନିଂ ଫେଷ୍ଟିଭାଲରେ ଭାଗ ନେଇଛନ୍ତି ବୁଦ୍ଧାଦିତ୍ୟ । ଜାତୀୟ ରାଜଧାନୀ ଦିଲ୍ଲୀରେ 6 ଘଣ୍ଟାରେ ତାଙ୍କୁ ଦୌଡିବାକୁ ହେବ 50 କିଲୋମିଟର । ଓଡିଆ ବାଳକ ବୁଦ୍ଧାଦିତ୍ୟ ଦୌଡିବ ଆଉ ଦେଖିବ ପୁରା ଦେଶ ।

ଓଡିଶା ସରକାରଙ୍କ ପକ୍ଷରୁ ବୁଦ୍ଧାଦିତ୍ୟକୁ ମିଳିଛି ଦୂରଦର୍ଶୀ ସମ୍ମାନ । ତେବେ ଏତିକିରେ କର୍ତ୍ତବ୍ୟ ସାରି ଦେଇଛନ୍ତି ରାଜ୍ୟ କ୍ରୀଡାବିଭାଗ । ବିଶ୍ବସ୍ତରୀୟ କ୍ରୀଡା ଟୁର୍ଣ୍ଣାମେଣ୍ଟ ଆୟୋଜନ କରି ସରକାର ସଫଳତା ସାଉଁଟୁଛନ୍ତି । ତେବେ ବୁଦ୍ଧାଦିତ୍ୟଙ୍କ ପରି ପ୍ରକୃତ ପ୍ରତିଭା ପ୍ରୋତ୍ସାହନ ଓ ଉପଯୁକ୍ତ ପ୍ରଶିକ୍ଷଣ ଅପେକ୍ଷାରେ । ଏଥିରେ ବିଳମ୍ବ ହେଲେ ହୁଏତ ବିସ୍ମୟ ବୁଦ୍ଧିଆ ସିଂ ଓ ବୁଦ୍ଧାଦିତ୍ୟ ସ୍ବାଇଁଙ୍କ ପରି ପ୍ରତିଭାକୁ ପରଖିବାରେ ଆମେ ଅସମର୍ଥ ହେଉଛେ ବୋଲି କୁହାଯିବନି କି ?

ଭୁବନେଶ୍ୱରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.