ହାଇଦ୍ରାବାଦ: 2019 ବିଶ୍ବକପ ଫାଇନାଲର ଷ୍ଟାର ଖେଳାଳି ଜସ ବଟଲର ନିଜ ଜର୍ସିକୁ ନିଲାମ କରିଛନ୍ତି । ନିଲାମିରୁ ଉପାର୍ଜିତ ଅର୍ଥ କୋରୋନା ମୁକାବିଲା ପାଇଁ ଖର୍ଚ୍ଚ ହେବ ।
-
I’m going to be auctioning my World Cup Final shirt to raise funds for the Royal Brompton and Harefield Hospitals charity. Last week they launched an emergency appeal to provide life saving equipment to help those affected during the Covid-19 outbreak. Link to auction in my bio. pic.twitter.com/ODN9JY4pk1
— Jos Buttler (@josbuttler) March 31, 2020 " class="align-text-top noRightClick twitterSection" data="
">I’m going to be auctioning my World Cup Final shirt to raise funds for the Royal Brompton and Harefield Hospitals charity. Last week they launched an emergency appeal to provide life saving equipment to help those affected during the Covid-19 outbreak. Link to auction in my bio. pic.twitter.com/ODN9JY4pk1
— Jos Buttler (@josbuttler) March 31, 2020I’m going to be auctioning my World Cup Final shirt to raise funds for the Royal Brompton and Harefield Hospitals charity. Last week they launched an emergency appeal to provide life saving equipment to help those affected during the Covid-19 outbreak. Link to auction in my bio. pic.twitter.com/ODN9JY4pk1
— Jos Buttler (@josbuttler) March 31, 2020
ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ବିଶ୍ବକପ ଜର୍ସି ନିଲାମ କରିବା କଥା କହିଛନ୍ତି । ଏହି ଜର୍ସିରେ ବିଶ୍ବକପ ଫାଇନାଲ ଖେଳିଥିବା ସମସ୍ତ ଇଂଲଣ୍ଡ ଖେଳାଳିଙ୍କ ହସ୍ତାକ୍ଷର ରହିଛି । ଟ୍ବିଟରେ ସେୟାର ହୋଇଥିବା ଏହି ଭିଡିଓରେ ବଟଲର ଲେଖିଛନ୍ତି ଯେ ଗତ ସପ୍ତାହରେ ରୟାଲ ବ୍ରମ୍ପଟନ ଓ ହେୟାରଫିଲ୍ଡ ହସ୍ପିଟାଲ ପକ୍ଷରୁ କୋରୋନା ଆକ୍ରାନ୍ତଙ୍କ ଜୀବନ ବଞ୍ଚାଇବା ପାଇଁ ଜରୁରୀକାଳିନ ସାମଗ୍ରୀ ଯୋଗାଇଦେବା ପାଇଁ ଅପିଲ କରାଯାଇଥିଲା । ଯାହାପରେ ଜର୍ସି ନିଲାମ କରି ସେହି ଅର୍ଥକୁ କୋରୋନା ମୁକାବିଲା ପାଇଁ ଖର୍ଚ୍ଚ କରିବାକୁ ବଟଲର ନିଷ୍ପତ୍ତି ନେଇଛନ୍ତି ।
ବିଶ୍ବକପରେ ଇଂଲଣ୍ଡର ହିରୋ ସାଜିଥିବା ବେନ ଷ୍ଟୋକ୍ସ ମଧ୍ୟ ବଟଲରଙ୍କ ଏହି କାମକୁ ବେଶ ପ୍ରଶଂସା କରିଛନ୍ତି ।