ETV Bharat / sports

ଗଙ୍ଗାରେ ବୁଡ ପକାଇଲେ ଜଣ୍ଟି ରୋଡ୍ସ - ଗଙ୍ଗାରେ ବୁଡ ପକାଇଲେ ଜଣ୍ଟି ରୋଡ୍ସ

ଦକ୍ଷିଣ ଆଫ୍ରିକାର ପୂର୍ବତନ ଖେଳାଳୀ ଜଣ୍ଟି ରୋଡ୍ସ ଗଙ୍ଗାରେ ବୁଡ ପକାଇଛନ୍ତି । ଏହା ସହ ଗଙ୍ଗାରେ ବୁଡ ପକାଇବାର ମହତ୍ତ୍ବ ସଂପର୍କରେ ଟ୍ବିଟରରେ ଉଲ୍ଲେଖ କରିଛନ୍ତି । ଅଧିକ ପଢନ୍ତୁ...

jonty-rhodes-took-a-dip-in-the-ganges-at-rishikesh-photos-went-viral
ଗଙ୍ଗାରେ ବୁଡ ପକାଇଲେ ଜଣ୍ଟି ରୋଡ୍ସ
author img

By

Published : Mar 5, 2020, 11:43 PM IST

ଋଷିକେଶ: ଦକ୍ଷିଣ ଆଫ୍ରିକାର ପୂର୍ବତନ ଖେଳାଳୀ ଜଣ୍ଟି ରୋଡ୍ସ ଗଙ୍ଗାରେ ବୁଡ ପକାଇଛନ୍ତି । ଏହା ସହ ଗଙ୍ଗାରେ ବୁଡ ପକାଇବାର ମହତ୍ତ୍ବ ସଂପର୍କରେ ଟ୍ବିଟରରେ ଉଲ୍ଲେଖ କରିଛନ୍ତି ।

jonty-rhodes-took-a-dip-in-the-ganges-at-rishikesh-photos-went-viral
ଗଙ୍ଗାରେ ବୁଡ ପକାଇଲେ ଜଣ୍ଟି ରୋଡ୍ସ

ଜଣ୍ଟି ଟ୍ବିଟରରେ ଲେଖିଛନ୍ତି, ‘ପବିତ୍ର ଗଙ୍ଗାର ଶୀତଳ ଜଳରେ ବୁଡ ପକାଇବା ଦ୍ବାରା ଉଭୟ ଶାରୀରିକ ଓ ଆଧ୍ୟାତ୍ମିକ ଉପଯୋଗିତା ମିଳିଥାଏ ।’ ଏହା ଲେଖିବା ସହ ସେ ହାସ ଟାଗରେ ମୋକ୍ଷ, ଋଷିକେଶ ଓ ଆନ୍ତର୍ଜାତୀୟ ଯୋଗ ମହୋତ୍ସବ ଆଦି ଲେଖିଛନ୍ତି । ଯୋଡହସ୍ତ ପୂର୍ବକ ପାଣିରେ ଫଟୋ ଉଠାଇବା ସହ ଟ୍ବିଟରରେ ପୋଷ୍ଟ କରିଛନ୍ତି ।

50 ବର୍ଷୀୟ ଜଣ୍ଟି ବର୍ତ୍ତମାନ କିଙ୍ଗସ ଏକାଦଶ ପଞ୍ଜାବ ପାଇଁ ଫିଲଡିଂ କୋଚ ଭାବେ କାର୍ଯ୍ୟ କରୁଛନ୍ତି । ପୂର୍ବରୁ 8 ବର୍ଷ ଧରି ସେ ମୁମ୍ବାଇ ଇଣ୍ଡିଆନ୍ସର ଫିଲ୍ଡିଂ କୋଚ ରହିଥିଲେ । ଏହି ସମୟ ମଧ୍ୟରେ ମୁମ୍ବାଇ ଇଣ୍ଡିଆନ୍ସ 3 ଥର ଚାମ୍ପିଅନ ହୋଇଥିଲା ।

ଜଣ୍ଟି ରୋଡ୍ସ ଦକ୍ଷିଣ ଆଫ୍ରିକା ପାଇଁ 52ଟି ଟେଷ୍ଟ ଓ 245ଟି ଦିନିକିଆ ଖେଳିଛନ୍ତି । ସେ ଭାରତକୁ ବେଶ ଭଲ ଭଲପାଉଥିବାରୁ 2016ରେ ଜନ୍ମଗ୍ରହଣ କରିଥିବା ଝିଅର ନାମ ଇଣ୍ଡିଆ ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.