ETV Bharat / sports

ଜଣ୍ଟି ରୋଡସ୍‌ କହିଲେ କିଏ ତାଙ୍କ ପ୍ରିୟ ଫିଲ୍ଡର - ଜଣ୍ଟି ରୋଡସ୍‌

ରବିନ୍ଦ୍ର ଜାଡେଜାଙ୍କୁ ନିଜ ପ୍ରିୟ ବିଶ୍ବ ଏବଂ ଭାରତୀୟ ଫିଲ୍ଡରଙ୍କ ତାଲିକାରେ ରଖିଲେ ଜଣ୍ଟି ରୋଡସ୍‌ । କହିଲେ ସେ ଜଣେ ଭିନ୍ନ ଖେଳାଳି । ଅଧିକ ପଢ଼ନ୍ତୁ...

Jonty Rhodes included Indian fielder, Ravindra Jadeja, Rhodes list of his favorite world and indian fielder, ଜଣ୍ଟି ରୋଡସ୍‌ଙ୍କ ପ୍ରିୟ ଭାରତୀୟ ଫିଲ୍ଡର, ଜଣ୍ଟି ରୋଡସ୍‌, ରବିନ୍ଦ୍ର ଜାଡେଜା
ଜଣ୍ଟି ରୋଡସ୍‌ କହିଲେ କିଏ ତାଙ୍କ ପ୍ରିୟ ଭାରତୀୟ ଫିଲ୍ଡର
author img

By

Published : May 25, 2020, 7:40 PM IST

ନୂଆଦିଲ୍ଲୀ: ସର୍ବକାଳୀନ ବିଶ୍ବର ଶ୍ରେଷ୍ଠ ଫିଲ୍ଡର କହିଲେ ଗୋଟିଏ ନାଁ ସେହି ତାଲିକାରେ ସବୁବେଳେ ରହିବ ଏବଂ ସେହି ନାଁଟି ହେଉଛି ଜଣ୍ଟି ରୋଡସ୍‌ । ପଡିଆ ଉପରେ କିଛି ବିଚକ୍ଷଣ କ୍ୟାଚ, ସ୍ମରଣୀୟ ରନ ଆଉଟ ଏବଂ ଡାଇଭ କରିଛନ୍ତି ଏହି ଦକ୍ଷିଣ ଆଫ୍ରିକୀୟ କ୍ରିକେଟର ।

ରୋଡସ୍‌ଙ୍କ କ୍ୟାରିୟରର ହାଇଲାଇଟ୍ ଗୁଡିକୁ ଦେଖିଲେ କ୍ରିକେଟ୍ ଇତିହାସର କେତେକ ସ୍ମରଣୀୟ ଓ ମନୋରଞ୍ଜକ ମୂହୁର୍ତ୍ତର ଝଲକ ଦେଖିବାକୁ ମିଳିବ । ତେଣୁକରି ଜଣ୍ଟିଙ୍କୁ ଫିଲ୍ଡିଂର ପ୍ରେରଣା ଭାବେ ଦେଖାଯାଏ । ତେବେ ଜଣ୍ଟିଙ୍କ ଭଲି ଖେଳାଳି ଯଦି କୌଣସି ଖେଳାଳିକୁ ଫିଲ୍ଡି୍ଂ ପାଇଁ ପ୍ରଶଂସା କରନ୍ତି ତେବେ ତାହା ନିହାତି ଏକ ବଡ଼ କଥା ।

ଭାରତୀୟ କ୍ରିକେଟର ସୁରେଶ ରାଇନାଙ୍କ ସହ ଏକ ଇନଷ୍ଟାଗ୍ରାମ ଲାଇଭ ଚାଟରେ ରୋଡସ୍ ଇଣ୍ଡିଆ ଫିଲ୍ଡର ରବିନ୍ଦ୍ର ଜାଡେଜାଙ୍କୁ ତାଙ୍କ ପ୍ରିୟ ବିଶ୍ବ ଏବଂ ଭାରତୀୟ ଫିଲ୍ଡର ତାଲିକାରେ ଅନ୍ତର୍ଭୁକ୍ତ କରିଛନ୍ତି । ଭିଡିଓରେ ରାଇନା ରୋଡ୍ସଙ୍କୁ ପଚାରିଥିଲେ, “ଆପଣଙ୍କର ପ୍ରିୟ ବିଶ୍ବ ଏବଂ ଭାରତୀୟ ଫିଲ୍ଡର କିଏ।”

ଏହାର ଜବାବରେ ରୋଡସ୍ ପ୍ରୋଟିସ୍ ଅଲରାଉଣ୍ଡର ଏବି ଡି ଭିଲିୟର୍ସ ନାଁରୁ ଆରମ୍ଭ କରିଥିଲେ “ମୁଁ ଏବି ଡି ଭିଲିୟର୍ସଙ୍କୁ ଦେଖିବାକୁ ଭଲ ପାଏ - ସେ ବ୍ୟାଟିଂ ହେଉ କିମ୍ବା ଫିଲ୍ଡିଂ ହେଉ, ସେ ଜଣେ ଚିତ୍ତାକର୍ଷକ ବ୍ୟକ୍ତି । ମୁଁ ଭାବୁଛି ମାର୍ଟିନ ଗୁପ୍ଟିଲ ମଧ୍ୟ ନ୍ୟୁଜିଲ୍ୟାଣ୍ଡର ଜଣେ ଭଲ ଫିଲ୍ଡର। ”

ତା’ପରେ ସେ ଜାଡେଜାଙ୍କୁ ପ୍ରଶଂସା କରି କହିଥିଲେ। “ତା’ପରେ, ଜଡ୍ଡୁ, ସେ ଖରାପ ନୁହଁନ୍ତି । ମୁଁ ସବୁବେଳେ କହିଛି, ଯେ ଓଭର ଦ ଟପ ଥ୍ରୋ କରିବା ଉଚିତ କିନ୍ତୁ ସେ ସବୁବେଳେ ସାଇଡ ଆର୍ମ ଥ୍ରୋ କରନ୍ତି, ତଥାପି ସେ କେବେ ବି ମିସ କରି ନାହାନ୍ତି । ସେ ତୁମ ଠାରୁ ଓ ମୋ ଠାରୁ ଭିନ୍ନ । ସେ ମତେ କିଛି ମାତ୍ରାରେ ମାଇକେଲ ବିଭାନଙ୍କ ପରି ଲାଗନ୍ତି ’’ ବୋଲି ରୋଡସ୍‌ ରାଇନାଙ୍କୁ କହିଛନ୍ତି ।

‘‘ପଡ଼ିଆରେ ତାଙ୍କ ଗତି ବହୁତ ଦ୍ରୁତ, ଆପଣ ତାଙ୍କୁ କେବେ ବି ଡାଇଭ କରିବା କିମ୍ବା ସ୍ଲାଇଡ କରୁଥିବାର ଦେଖିବେ ନାହିଁ, କାରଣ ତାଙ୍କ ପାଖରେ ଖୁବ ଭଲ ଗତି ଅଛି ଓ ସେ ସବୁବେଳେ ବଲ ପାଖରେ ପହଁଞ୍ଚି ଯାଆନ୍ତି । ତୁମେ ଏବଂ ମୁଁ ସବୁବେଳେ ଡାଇଭ କରିବା, ଆମେ ଡାର୍ଟି ଫିଲ୍ଡର, ଆମେ ଭୂଇଁରେ ପଡିବା, ମଇଳା ହେବା ଏବଂ ଶୀଘ୍ର ଉଠିବା ବୋଲି,’’ ସେ କହିଛନ୍ତି।

“ଜଡ୍ଡୁ କିମ୍ବା ମାଇକେଲ ବିଭାନଙ୍କ ଖେଳାଳି, ସେମାନଙ୍କର ଗତି ଅବିଶ୍ବସନୀୟ ଥିବା ହେତୁ ଆପଣ ତାଙ୍କୁ କ୍ବଚିତ ଡାଇଭ କରୁଥିବାର ଦେଖିବେ, ତାହା ବି କେବଳ ସୀମା ରେଖାରେ । ଜଡ୍ଡୁ, ଆଜିକାଲି ଉଭୟ ଟେଷ୍ଟ ଏବଂ ଦିନିକିଆରେ କିଛି ଚମତ୍କାର କ୍ୟାଚ ନେଇଛନ୍ତି । କାରଣ ହେଉଛି ସେ ଖେଳପ୍ରତି ସମର୍ପିତ, ସେ ଜଣେ ସାହାସୀ ବ୍ୟକ୍ତି,’’ ବୋଲି କହିଛନ୍ତି ଜଣ୍ଟି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.