ETV Bharat / sports

'ସୀମିତ ଓଭର କ୍ରିକେଟରେ ଜୋଫ୍ରା ଆର୍ଚର ଅଧିକ ପ୍ରଭାବୀ'

author img

By

Published : Jun 14, 2020, 12:54 PM IST

କ୍ରିକେଟର ଲମ୍ବା ଫର୍ମାଟ ଅର୍ଥାତ ଟେଷ୍ଟ କ୍ରିକେଟ ଠାରୁ ହ୍ବାଇଟ ବଲ କ୍ରିକେଟରେ ଅଧିକା ପ୍ରଭାବୀ ସାବ୍ୟସ୍ତ ହୋଇଛନ୍ତି ଇଂଲଣ୍ଡ ସ୍ପିଡଷ୍ଟାର ଜୋଫ୍ରା ଆର୍ଚର ।

Jofra Archer 'more lethal' : Brad Hogg
'ସୀମିତ ଓଭର କ୍ରିକେଟରେ ଜୋଫ୍ରା ଆର୍ଚର ଅଧିକ ପ୍ରଭାବି'

ହାଇଦ୍ରାବାଦ: ଇଂଲଣ୍ଡ ସ୍ପିଡଷ୍ଟାର ଜୋଫ୍ରା ଆର୍ଚରଙ୍କୁ ନେଇ ପୂର୍ବତନ ଅଷ୍ଟ୍ରେଲିଆ ସ୍ପିନର ବ୍ରାଡ ହଜଙ୍କ ବଡ ବୟାନ । କ୍ରିକେଟର ଲମ୍ବା ଫର୍ମାଟ ଅର୍ଥାଟ ଟେଷ୍ଟ କ୍ରିକେଟ ଠାରୁ ସୀମିତ ଓଭର କ୍ରିକେଟରେ ଅଧିକ ପ୍ରଭାବୀ । ଏହା କହିଛନ୍ତି ଭେଟେରାନ ବ୍ରାଡ ହଜ ।

ମହାମାରୀ କୋରୋନା ଭାଇରସ ସଂମକ୍ରଣ ଭୟ ଯୋଗୁଁ ସମସ୍ତ ପ୍ରକାର କ୍ରିକେଟ ସ୍ଥଗିତ ରହିଛି । ଏପରି ସ୍ଥିତିରେ ପୂର୍ବତନ ଓ ବର୍ତ୍ତମାନର କ୍ରିକେଟରଙ୍କୁ ସୋସିଆଲ ମିଡିଆରେ ସମୟ ବିତାଉଥିବା ଦେଖିବାକୁ ମିଳୁଛି । ଏହି କ୍ରମରେ ସୋସିଆଲ ମିଡିଆ ମାଧ୍ୟମରେ ଏକ ପ୍ରଶ୍ନଉତ୍ତର କାର୍ଯ୍ୟକ୍ରମରେ, ଜଣେ ଫ୍ୟାନ୍ସ ହଜଙ୍କୁ ଆର୍ଚରଙ୍କୁ ନେଇ ପ୍ରଶ୍ନ କରିଥିଲେ । ଉତ୍ତରରେ ହଜ କହିଥିଲେ ଟେଷ୍ଟ କ୍ରିକେଟ ଅପେକ୍ଷା ହ୍ବାଇଟ ବଲ କ୍ରିକେଟରେ ଅଧିକା ପ୍ରଭାବୀ ସାବ୍ୟସ୍ତ ହୋଇଛନ୍ତି ଆର୍ଚର । ତେବେ ତାଙ୍କୁ କ୍ରିକେଟର ଲମ୍ବା ଫର୍ମାଟରେ ପ୍ରଭାବୀ ପ୍ରଦର୍ଶନ କରିବାକୁ ହେଲେ ଅଧିକ ପରିଶ୍ରମ କରିବାକୁ ହେବ ।

ଜୋଫ୍ରା ଆର୍ଚର ଇଂଲଣ୍ଡ ଟିମରେ 2019 ମଇ ମାସରେ ଡେବ୍ୟୁ କରିଥିଲେ । ଏହାପରେ ଇଂଲଣ୍ଡ ବିଶ୍ବକୁ ଟିମରେ ମଧ୍ୟ ତାଙ୍କୁ ସ୍ଥାନ ମିଳିଥିଲା । ତେବେ ମେଗା ଟୁର୍ଣ୍ଣାମେଣ୍ଟ ବିଶ୍ବକପରେ ପ୍ରଭାବୀ ପ୍ରଦର୍ଶନ କରି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲେ ଆର୍ଚର । ଏହାପରେ ଅଷ୍ଟ୍ରେଲିଆ ବିପକ୍ଷ ହାଇଭୋଲଟେଜ ଆସେସ ଟେଷ୍ଟ ସିରିଜରେ ମଧ୍ୟ ପ୍ରମୁଖ ବୋଲର ଭାବେ ଦଳରେ ସ୍ଥାନ ପାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.