ରାଞ୍ଚି: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ତଥା ରାଞ୍ଚିର ରାଜକୁମାର ମହେନ୍ଦ୍ର ସିଂ ଧୋନି ଅଗଷ୍ଟ 15ତାରିଖରେ ଅନ୍ତରାଷ୍ଟ୍ରୀୟ କ୍ରିକେଟକୁ ଅଲବିଦା କହିଛନ୍ତି । ତେବେ ମାହିଙ୍କ ଏହି ଘୋଷଣା ପରେ ଫ୍ୟାନ୍ସମାନଙ୍କ ମନରେ ଗଭୀର ଆଘାତ ଲାଗିଛି । ଏପଟେ ମାହିଙ୍କ ଏଭଳି ଅଲିବିଦା ପରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବି ଧୋନିଙ୍କୁ ନେଇ ବିସିସିଆଇକୁ ଏକ ଖାସ ଅପିଲ କରିଛନ୍ତି । ତାଙ୍କର ଇଚ୍ଛା ମାହିଙ୍କ ଏକ ଫେୟାରଓ୍ବେଲ ମ୍ୟାଚ ରାଞ୍ଚିରେ ଆୟୋଜନ ହେଉ ।
ମୁଖ୍ୟମନ୍ତ୍ରୀ ସୋରେନ ଟ୍ବିଟ କରି ଲେଖିଛନ୍ତି ଯେ, ଦେଶ ଓ ଝାଡଖଣ୍ଡକୁ ଗର୍ବିତ କରିଥିବା ମାହି ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ନେଇଛନ୍ତି । ଆମମାନଙ୍କ ପ୍ରିୟ ଝାଡଖଣ୍ଡର ଲାଡଲା ମାହି ଆଉ ନୀଳ ଜର୍ସି ଆଉ ପିନ୍ଧିବେନି । କିନ୍ତୁ ଦେଶବାସୀଙ୍କ ହୃଦୟ ଏଯାଏଁ ଭରିନି । ମୁଁ ଭାବୁଛି ଆମ ମାହିଙ୍କ ପାଇଁ ଏକ ଫେୟାରଓ୍ବେଲ ମ୍ୟାଚ ରାଞ୍ଚିରେ କରାଯାଉ । ଯାହାର ସାକ୍ଷୀ ସାରା ବିଶ୍ବ ହେବ । ବିସିସିଆଇକୁ ଅପିଲ କରିବାକୁ ଚାହୁଁଛି ଯେ, ମାହିଙ୍କ ଏକ ଫେୟାରଓ୍ବେଲ ମ୍ୟାଚ କରାଯାଉ , ଯାହାର ଆୟୋଜନ ରାଞ୍ଚି କରିବ ।
ଶାନ୍ତ ସ୍ବଭାବର ମାହି ନିଜର ସେହି ଅନ୍ଦାଜରେ ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ମାଧ୍ୟମରେ ଶାନ୍ତିପୂର୍ଣ୍ଣ ଭାବରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି ।