ETV Bharat / sports

50 ବର୍ଷରେ ପାଦଦେଲେ ଜଭଗଲ ଶ୍ରୀନାଥ

50 ବର୍ଷରେ ପାଦ ଦେଇଛନ୍ତି ଜଭଗଲ ଶ୍ରୀନାଥ । ଟିମ ଇଣ୍ଡିଆର ଏହି ଷ୍ଟାର ପେସ ବୋଲର ନିଜ ସମୟର ଜଣେ ଶ୍ରେଷ୍ଠ ବୋଲର ଥିଲେ । ଦିନିକିଆ କ୍ରିକେଟରେ ଭାରତୀୟ ପେସ ବୋଲରଙ୍କ ମଧ୍ୟରେ ଶ୍ରୀନାଥଙ୍କ ନାମରେ ରହିଛି ସର୍ବାଧିକ ୱିକେଟ ନେବାର ରେକର୍ଡ ।

ଡିଜାଇନ ଫଟୋ
author img

By

Published : Aug 31, 2019, 9:11 PM IST

ହାଇଦ୍ରାବାଦ: 50 ବର୍ଷରେ ପାଦ ଦେଇଛନ୍ତି ଜଭଗଲ ଶ୍ରୀନାଥ । ଶ୍ରୀନାଥ 1969 ଅଗଷ୍ଟ 31ରେ ଜନ୍ମ ହୋଇଥିଲେ । ଟିମ ଇଣ୍ଡିଆର ଏହି ଷ୍ଟାର ପେସ ବୋଲର ନିଜ ସମୟର ଜଣେ ଶ୍ରେଷ୍ଠ ବୋଲର ଥିଲେ । ଭାରତୀୟ କ୍ରିକେଟରେ ଶ୍ରୀନାଥ ଚିର ପରିଚିତ ନାମଟିଏ । ପେସ ଓ ବାଉନ୍ସରେ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଚକମା ଦେଉଥିଲେ ଶ୍ରୀନାଥ । ସେଥିପାଇଁ ତାଙ୍କୁ 'ମହୀଶୁର ଏକ୍ସପ୍ରେସ' ବୋଲି ମଧ୍ୟ କୁହାଯାଏ ।

Javagal Srinath
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@BCCI)

ଦିନିକିଆ କ୍ରିକେଟରେ ଭାରତୀୟ ପେସ ବୋଲରଙ୍କ ମଧ୍ୟରେ ଶ୍ରୀନାଥଙ୍କ ନାମରେ ରହିଛି ସର୍ବାଧିକ ୱିକେଟ ନେବାର ରେକର୍ଡ । ଶ୍ରୀନାଥ ଭାରତ ପାଇଁ 315 ଦିନିକିଆ ୱିକେଟ ଅକ୍ତିଆର କରିଛନ୍ତି । ଅଜିତ ଅଗରକର 288 ୱିକେଟ ଅକ୍ତିଆର କରି 2ୟ ସ୍ଥାନରେ ରହିଛନ୍ତି । ତୃତୀୟ ସ୍ଥାନରେ 268 ୱିକେଟ ସହ ଜାହିର ଖାନ ରହିଛନ୍ତି । କପିଲ ଦେବଙ୍କ ପରେ 2ୟ ପେସ ବୋଲର ଭାବେ ଟେଷ୍ଟ କ୍ରିକେଟରେ ଶ୍ରୀନାଥ 200 ୱିକେଟ ପୂରଣ କରିଥିଲେ । ଦିନିକିଆ କ୍ରିକେଟରେ ଦ୍ରୁତତମ 100 ୱିକେଟ ମଧ୍ୟ ଶ୍ରୀନାଥ ହାସଲ କରିଥିଲେ ।

Javagal Srinath
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@BCCI)

ବିଶ୍ବକପରେ ଟିମ ଇଣ୍ଡିଆର ବୋଲିଂ ବିଭାଗ ଦାୟିତ୍ବ ଶ୍ରୀନାଥ ନେଉଥିଲେ । 1992, 1996, 1999 ଓ 2003 କ୍ରିକେଟ ବିଶ୍ବକପରେ ସେ 44 ୱିକେଟ ହାସଲ କରିଛନ୍ତି ।

ସବୁଠୁ ରୋଚକ କଥା ହେଉଛି, ଶ୍ରୀନାଥ 2003 ବିଶ୍ବକପ ପରେ ଅନ୍ତଜାର୍ତୀୟ କ୍ରିକେଟରୁ ଅବସର ନେଇଥିଲେ । ସେହି ସମୟରେ ସେ 701 ପଏଣ୍ଟ ସହ ଆଇସିସି ବୋଲିଂ ମାନ୍ୟତାର 8ନଂ ସ୍ଥାନରେ ଥିଲେ । ବର୍ତ୍ତମାନ ଶ୍ରୀନାଥ ଆଇସିସିର ମ୍ୟାଚ ରେଫରୀ ଭାବରେ କାର୍ଯ୍ୟ କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.