ETV Bharat / sports

ସାଉଥାମ୍ପଟନ ଟେଷ୍ଟ: ବୋଲରଙ୍କୁ ବିଜୟର ଶ୍ରେୟ ଦେଲେ ହୋଲ୍ଡର

author img

By

Published : Jul 13, 2020, 12:28 PM IST

ପ୍ରଥମ ଟେଷ୍ଟରେ ଘରୋଇ ଇଂଲଣ୍ଡକୁ ହରାଇବା ପରେ, ବୋଲରଙ୍କୁ ବିଜୟର ଶ୍ରେୟ ଦେଇଛନ୍ତି ଇଣ୍ଡିଜ କ୍ୟାପଟେନ ଜେସନ ହୋଲ୍ଡର ।

Jason Holder praises West Indies' bowlers after win over England
ସାଉଥାମ୍ପଟନ ଟେଷ୍ଟ: ବୋଲରଙ୍କୁ ବିଜୟର ଶ୍ରେୟ ଦେଲେ ହୋଲ୍ଡର

ସାଉଥାମ୍ପଟନ: ପ୍ରଥମ ଟେଷ୍ଟରେ ଘରୋଇ ଇଂଲଣ୍ଡକୁ ହରାଇବା ପରେ, ବୋଲରଙ୍କୁ ବିଜୟର ଶ୍ରେୟ ଦେଇଛନ୍ତି ଇଣ୍ଡିଜ କ୍ୟାପଟେନ ଜେସନ ହୋଲ୍ଡର । ମ୍ୟାଚର ଉଭୟ ଇନିଂସରେ ବୋଲରଙ୍କ ଶାଣିତ ବୋଲିଂ ଓ ବ୍ୟାଟ୍ସମ୍ୟାନଙ୍କ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ଯୋଗୁଁ ବିଜୟ ସମ୍ଭବ ହୋଇଥିବା ସେ କହିଛନ୍ତି ।

କ୍ୟାପଟେନ ହୋଲ୍ଡର ନିଜେ ଇଂଲଣ୍ଡ ପ୍ରଥମ ଇନିଂସରେ ଘାତକ ବୋଲିଂ କରିଥିଲେ । 6ଟି ୱିକେଟ ଅକ୍ତିଆର କରିବା ସହ ଇଂଲଣ୍ଡକୁ ମାତ୍ର 204 ରନରେ ଅଲଆଉଟ କରିଥିଲେ । ଅନ୍ୟତମ ସ୍ପିଡଷ୍ଟାର ଗାବ୍ରିଏଲ ମଧ୍ୟ ହୋଲ୍ଡରଙ୍କୁ ଭରପୁର ସହଯୋଗ କରିଥିଲେ ।

ଜବାବରେ ପ୍ରଥମ ଇଂନିସରେ ୱେଷ୍ଟଇଣ୍ଡିଜ କ୍ରେଗ ବ୍ରାଥୱେଟ ଓ ସେନ ଡାୱରିଚଙ୍କ ଅର୍ଦ୍ଧଶତକୀୟ ଇଂୱିସ ବଳରେ 318 ରନ କରିଥିଲା । ପରେ ଇଂଲଣ୍ଡ 313 ଦ୍ବିତୀୟ ଇଂନିସରେ 313 କରିପାରିଥିଲା । ଫଳରେ 200 ରନର ବିଜୟ ଲକ୍ଷ୍ୟକୁ ହୋଲ୍ଡରଙ୍କ ନେତୃତାଧୀନ ଇଣ୍ଡିଜ ଟିମ 6 ୱିକେଟ ହରାଇ ହାସଲ କରିଥିଲା ।

ଏଥିସହିତ 3 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ 1-0ରେ ଆଗୁଆ ରହିଛି ଭ୍ରମଣକାରୀ ଦଳ । ଦ୍ବିତୀୟ ଟେଷ୍ଟ ଜୁଲାଇ 16ରୁ ଆରମ୍ଭ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.