ETV Bharat / sports

ଭାରତର ଶ୍ରେଷ୍ଠ ହ୍ବାଇଟ ବଲ କ୍ରିକେଟର କୋହଲି: ୱାସିମ ଜାଫର - ୱାସିମ ଜାଫର

କୋହଲିଙ୍କୁ ଭାରତୀୟ କ୍ରିକେଟର ଶ୍ରେଷ୍ଠ ହ୍ବାଇଟ ବଲ କ୍ରିକେଟର କହିଲେ ୱାସିମ ଜାଫର । ସୌରଭ ଗାଙ୍ଗୁଲିଙ୍କୁ କହିଲେ ଶ୍ରେଷ୍ଠ ଅଧିନାୟକ । ଅଧିକ ପଢ଼ନ୍ତୁ...

Jaffer picks Kohli, kohli India best white-ball cricketer, ହ୍ବାଇଟ ବଲ କ୍ରିକେଟର କୋହଲି, ୱାସିମ ଜାଫର, ଭାରତର ଶ୍ରେଷ୍ଠ ହ୍ବାଇଟ ବଲ କ୍ରିକେଟର
ଭାରତର ଶ୍ରେଷ୍ଠ ହ୍ବାଇଟ ବଲ କ୍ରିକେଟର କୋହଲି: ୱାସିମ ଜାଫର
author img

By

Published : Jul 3, 2020, 9:10 PM IST

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ରିକେଟର ୱାସିମ ଜାଫର କହିଛନ୍ତି ଯେ ବର୍ତ୍ତମାନ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ହେଉଛନ୍ତି ଦେଶର ସର୍ବଶ୍ରେଷ୍ଠ ହ୍ବାଇଟ ବଲ କ୍ରିକେଟର। କ୍ରିକଟ୍ରାକର ସହ ସାକ୍ଷାତକାର ବେଳେ ଜାଫରଙ୍କୁ ସଚିନ ତେନ୍ଦୁଲକର, ରୋହିତ ଶର୍ମା ଏବଂ କୋହଲିଙ୍କ ମଧ୍ୟରୁ ଜଣଙ୍କୁ ବାଛିବାକୁ କୁହାଯାଇଥିଲା ଏବଂ ମୁମ୍ବାଇର ମହାନ କ୍ରିକେଟର ବିରାଟ କୋହଲିଙ୍କ ନାଁ କହିଥିଲେ ।

ଟିମ ଇଣ୍ଡିଆ ପାଇଁ 31ଟି ଟେଷ୍ଟ ଖେଳି 1944 ରନ ସ୍କୋର କରିଥିବା ଜାଫରଙ୍କୁ ମଧ୍ୟ ତାଙ୍କର ପ୍ରିୟ ଅଧିନାୟକ ବାଛିବା ପାଇଁ କୁହାଯାଇଥିଲା ଏବଂ ସେ ବର୍ତ୍ତମାନର ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ନା କହିଥିଲେ ।

2000 ମସିହା ପରେ ଦଳକୁ ସୌରଭ ଗାଙ୍ଗୁଲି ହିଁ ସଂଗଠିତ କରିଥିଲେ । ଖେଳାଳିଙ୍କୁ ସମର୍ଥନ କରିବା ଓ ତାଙ୍କୁ ଲମ୍ବା ସମୟ ପାଇଁ ଖେଳିବାର ଏକ ସୁଯୋଗ ଦେବାର ତାଙ୍କର ସ୍ବଭାବ ଥିଲା । ସେ ସେହୱାଗଙ୍କୁ ଓପନର କରିବା ସହ ଜହିର ଖାନ, ଯୁବରାଜ ସିଂ ଏବଂ ହରଭଜନ ସିଂଙ୍କ ଭଳି ଖେଳାଳିଙ୍କୁ ଆଣିଥିଲେ ବୋଲି ସେ କହିଛନ୍ତି ।

ଆଗାମୀ ଘରୋଇ ସିଜନ ପାଇଁ ଜାଫରଙ୍କୁ ଉତ୍ତରାଖଣ୍ଡ ରଣଜୀ ଦଳର ନୂତନ ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରାଯାଇଛି।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.