ଦୁବାଇ: ପୁରୁଷ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ପ୍ରଥମଥର ପାଇଁ ଜଣେ ମହିଳା ଥାର୍ଡ ଅମ୍ପୟାର ଦାୟିତ୍ବ ତୁଲେଇବେ । ଓ୍ବେଷ୍ଟଇଣ୍ଡିଜର ଜ୍ୟାକଲିନ ଓ୍ବିଲିୟମ୍ସ ଆୟରଲ୍ୟାଣ୍ଡ ବିପକ୍ଷ ଟି-20 ମ୍ୟାଚରେ ଥାର୍ଡ ଅମ୍ପୟାର ଭୂମିକା ସମ୍ଭାଳିବେ ।
43ବର୍ଷୀୟ ଜ୍ୟାକଲିନ କହିଛନ୍ତି ଯେ, ମୋ ପାଇଁ ଏହା ବହୁତ ବଡ ସମ୍ମାନ । ଏଥିପାଇଁ ଆଇସିସିକୁ ଧନ୍ୟବାଦ ଜଣାଉଛି । ମୁଁ ଚାହେଁ ଅଧିକ ସଂଖ୍ୟାରେ ମହିଳା ଅମ୍ପୟାରମାନେ ଆଗକୁ ଆସନ୍ତୁ । ପୂର୍ବରୁ ପୁରୁଷ ବର୍ଗଙ୍କ ମ୍ୟାଚରେ ଅମ୍ପାୟରିଂ କରିଛି କିନ୍ତୁ ପ୍ରଥମଥର ପାଇଁ ଅନ୍ତରାଷ୍ଟ୍ରୀୟ ମ୍ୟାଚରେ ଅମ୍ପାୟରିଂ କରିବି ।
ସୂଚନାଥାଉକି, ଭାରତର ଜିଏସ ଲକ୍ଷ୍ମୀ ବିଦେଶରେ ପୁରୁଷମାନଙ୍କ ଏକ ମୁକବିଲାରେ ଅମ୍ପାୟାରିଂ କରୁଥିବା ପ୍ରଥମ ରେଫରୀ ହୋଇଥିଲେ ।