ETV Bharat / sports

‘8 ବର୍ଷ ହେଲା ଓପନିଂ କରୁଛି, ଫାଷ୍ଟ ବୋଲରଙ୍କୁ ଡରେ ନାହିଁ’ - ଫାଷ୍ଟ ବୋଲରଙ୍କୁ ଡରେ ନାହିଁ

ନିଜ ବ୍ୟାଟିଂ ପାର୍ଟନର ରୋହିତଙ୍କୁ ଜବାବ ଦେଲେ ଶିଖର ଧୱନ । କହିଲେ ଫାଷ୍ଟ ବୋଲରଙ୍କୁ ସାମ୍ନା କରିବାକୁ ମତେ ଲାଗେ ନାହିଁ ଡର । ଅଧିକ ପଢ଼ନ୍ତୁ...

It's not like I don't want to face fast bowlers, Shikhar Dhawan, I am not scared of fast bowlers, rohit sharma, ଫାଷ୍ଟ ବୋଲରଙ୍କୁ ଡରେ ନାହିଁ, ଶିଖର ଧୱନ
‘8 ବର୍ଷ ହେଲା ଓପନିଂ କରୁଛି, ଫାଷ୍ଟ ବୋଲରଙ୍କୁ ଡରେ ନାହିଁ’
author img

By

Published : May 14, 2020, 6:55 PM IST

ନୂଆଦିଲ୍ଲୀ: ଅଷ୍ଟ୍ରେଲୀୟ ଓପନର ଡେଭିଡ ୱାର୍ଣ୍ଣର ଏବଂ ଭାରତୀୟ ଓପନର ରୋହିତ ଶର୍ମାଙ୍କ ପ୍ରଥମ ବଲ ଷ୍ଟ୍ରାଇକ୍ ନେବାକୁ ପସନ୍ଦ କରୁନଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇଛନ୍ତି ଶିଖର ଧୱନ । ସେ କହିଛନ୍ତି ଯେ ସେ ଏହିପରି ଭାବରେ ବ୍ୟାଟିଂ କରିବାକୁ ପସନ୍ଦ କରନ୍ତି, ଏହା କେବଳ ଏକ ମାନସିକ ଜିନିଷ । ଫାଷ୍ଟ ବୋଲରଙ୍କୁ ସାମ୍ନା କରିବାକୁ ଚାହିଁବା ନ ଚାହିଁବା ତାସହ ଏହାର କୌଣସି ସମ୍ପର୍କ ନାହିଁ ।

ଏକ ଇନଷ୍ଟାଗ୍ରାମ ଚାଟରେ ୱାର୍ଣ୍ଣର ଏବଂ ରୋହିତ ଧୱନଙ୍କ ସହ ଓପନିଂ ଅଭିଜ୍ଞତା ବିଷୟରେ କଥା ହୋଇଥିଲେ। ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଭାରତର ବାମହାତୀ ସହିତ ୱାର୍ଣ୍ଣର ଓପନ କରନ୍ତି ଏବଂ ରୋହିତ ଗତ 7 ବର୍ଷ ଧରି ଧଳା ବଲ କ୍ରିକେଟରେ ଧୱନଙ୍କ ସହ ଓପନିଂ କରୁଛନ୍ତି । ତେବେ ଉଭୟ ରୋହିତ ଓ ୱାର୍ଣ୍ଣର କହିଥିଲେ ଯେ ଧୱନ ପ୍ରଥମ ବଲକୁ ସାମ୍ନା କରନ୍ତି ନାହଁ ଓ ଖୁବ ହସିଥିଲେ ।

‘‘ଥରେ ମାତ୍ର ମୁଁ ଧୱନଙ୍କୁ ପ୍ରଥମ ବଲ ସାମ୍ନା କରିବା ଦେଖିଥିଲେ ଯେତେବେଳେ ହରଭଜନ ବୋଲିଂ କରୁଥିଲେ। ସେ ସର୍ବଦା କହୁଥିଲେ ଯଦି ବାମହାତୀ ଫାଷ୍ଟ ବୋଲର ଅଛନ୍ତି ତେବେ ‘ତୁମେ ଷ୍ଟ୍ରାଇକ ନିଅ କାରଣ ମୁଁ ଫାଷ୍ଟ ଡେଲିଭରି ଚାହୁଁ ନାହିଁ’,’’ ବୋଲି ୱାର୍ଣ୍ଣର କହିଥିଲେ।

ଏହାର ଉତ୍ତରରେ ରୋହିତ କହିଥିଲେ ଯେ, “ସେ ଜଣେ ମୂର୍ଖ, ମୁଁ କ’ଣ ଆଉ କହିବି ? ସେ ପ୍ରଥମ ବଲକୁ ସାମ୍ନା କରିବାକୁ ପସନ୍ଦ କରନ୍ତି ନାହିଁ । ସେ ସ୍ପିନରଙ୍କୁ ଖେଳିବାକୁ ପସନ୍ଦ କରନ୍ତି, କିନ୍ତୁ ଫାଷ୍ଟ ବୋଲରଙ୍କୁ ସାମ୍ନା କରିବାକୁ ପସନ୍ଦ କରନ୍ତି ନାହିଁ ।’’

ବୁଧବାର ଏକ ଇନଷ୍ଟାଗ୍ରାମ ଲାଇଭରେ ଭାରତର ପୂର୍ବତନ ଅଲରାଉଣ୍ଡର ଇରଫାନ ପଠାନଙ୍କ ଏହି ମନ୍ତବ୍ୟ ଉପରେ ଧୱନଙ୍କୁ ପ୍ରତିକ୍ରିୟା ଦେବାକୁ କୁହିଥିଲେ ।

ପ୍ରଥମ ବଲକୁ ସାମ୍ନା କରିବାକୁ ପସନ୍ଦ କରନ୍ତି ନାହିଁ କିନ୍ତୁ ଫାଷ୍ଟ ବୋଲରଙ୍କୁ ସାମ୍ନା କରିବାକୁ ପଡିବ ନାହିଁ ବୋଲି ଯେ ସେ ଏପରି କରନ୍ତି ତାହା ନୁହେଁ ବୋଲି କହିଛନ୍ତି ।

“ନା ନା ମୁଁ ଏଥିରେ ସହମତ ନୁହେଁ। ମୁଁ ଫାଷ୍ଟ ବୋଲରଙ୍କ ସାମ୍ନା କରିବାକୁ ଚାହେଁ ନାହିଁ ଏହା ସତ ନୁହେଁ । ସମସ୍ତଙ୍କର ନିଜର ମତ ଅଛି, ମୁଁ ଜଣେ ଓପନିଂ ବ୍ୟାଟ୍ସମ୍ୟାନ । ମୁଁ ଆଠ ବର୍ଷ ଧରି ଭାରତ ପାଇଁ ସେହି ଦାୟିତ୍ବ ତୁଲାଇଛି, ତେଣୁ ନିଶ୍ଚିତ ଭାବେ ମୁଁ ଫାଷ୍ଟ ବୋଲରଙ୍କୁ ସାମ୍ନା କରେ । ପ୍ରଥମ ଓଭରରେ ସେମାନଙ୍କୁ ସାମ୍ନା ନକଲେ ବି ମୁଁ ଦ୍ବିତୀୟ ଓଭରରେ ନିଶ୍ଚୟ କରେ ।’’

“ହଁ, ମୁଁ ମ୍ୟାଚର ପ୍ରଥମ ବଲରେ ଷ୍ଟ୍ରାଇକ ନେବାକୁ ପସନ୍ଦ କରେ ନାହିଁ ଏବଂ ମୁଁ ଏହା ଉପରେ ସ୍ବୀକାର କରୁଛି । କିନ୍ତୁ ଯଦି ପୃଥ୍ବୀଙ୍କ ଭଳି କୌଣସି ଯୁବ ଖେଳାଳି ଥା’ନ୍ତି ଏବଂ ସେ ପ୍ରଥମ ବଲ ସାମ୍ନା କରିବାକୁ ଇଚ୍ଛା କରନ୍ତି ନାହିଁ ତେବେ ନିଶ୍ଚିତ ଭାବେ ମୁଁ ଷ୍ଟ୍ରାଇକ ନିଏ । କିନ୍ତୁ ରୋହିତଙ୍କ ସହ ଏହା ଚାମ୍ପିଅନ୍ସ ଟ୍ରଫିରେ ଆରମ୍ଭ ହୋଇଥିଲା ଯେଉଁଠାରେ ମୁଁ ତାଙ୍କୁ ଷ୍ଟ୍ରାଇକ କରିବାକୁ କହିଥିଲି ଏବଂ ତାହା ଏବେ ବି ଜାରି ରହିଛି ଏବଂ ମୁଁ ଜିନିଷ ଗୁଡିକ ପରିବର୍ତ୍ତନ କରିବାକୁ ପସନ୍ଦ କରେନାହିଁ,’’ ବୋଲି ଧୱନ କହିଛନ୍ତି ।

ଧୱନ କହିଛନ୍ତି ଯେ ପ୍ରତ୍ୟେକ ଓପନରଙ୍କ ପାଇଁ ସିମିଙ୍ଗ ଅବସ୍ଥାରେ ଫାଷ୍ଟ ବୋଲରଙ୍କୁ ସାମ୍ନା କରିବା ଏକ ଚ୍ୟାଲେଞ୍ଜ ।

“ଅବଶ୍ୟ ଯଦି ଆମେ ଇଂଲଣ୍ଡରେ ଖେଳୁ, ଏହା ସମସ୍ତଙ୍କ ପାଇଁ ଚ୍ୟାଲେଞ୍ଜ ଅଟେ । ତେଣୁ ଏମିତି ନୁହେଁ ଯେ ମୁଁ ଦ୍ରୁତ ବୋଲରଙ୍କୁ ସାମ୍ନା କରିବାକୁ ଚାହେଁ ନାହିଁ ।

ତେବେ 2013ରେ ଚାମ୍ପିଅନ୍ସ ଟ୍ରଫି ପରଠାରୁ ଓପନିଂ କରୁଥିବା ଉଭୟ ରୋହିତ ଏବଂ ଧୱନ ପରସ୍ପରକୁ ସେମାନଙ୍କର ପ୍ରିୟ ବ୍ୟାଟିଂ ପାର୍ଟନର ଭାବରେ ବାଛିଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.