ETV Bharat / sports

ଆର୍ଚରଙ୍କୁ ରୋଚଙ୍କ ଚେତାବନୀ, ବନ୍ଧୁତା ନୁହେଁ ବିଜୟ ହେବ ମୁଖ୍ୟ ଲକ୍ଷ୍ୟ

author img

By

Published : Jun 15, 2020, 2:56 PM IST

ବିଜୟ ହିଁ ୱେଷ୍ଟଇଣ୍ଡିଜର ଏକମାତ୍ର ଲକ୍ଷ୍ୟ, ବନ୍ଧୁତା ପାଇଁ କୌଣସି ସୁଯୋଗ ନାହିଁ । ବାର୍ବାଡିଆନ ବୋଲର ଜୋଫ୍ରା ଆର୍ଚରଙ୍କ ଉଦ୍ଦେଶ୍ୟରେ ଏହା କହିଛନ୍ତି କେମାର ରୋଚ।

it's all about winning, no room for frienship: Kemar Roach issues warning to Jofra Archer
ଆର୍ଚରଙ୍କୁ ରୋଚଙ୍କ ଚେତାବନୀ, ବନ୍ଧୁତା ନୁହେଁ ବିଜୟ ହେବ ମୂଳ ଲକ୍ଷ୍ୟ

ଲଣ୍ଡନ: ୱେଷ୍ଟଇଣ୍ଡିଜ ଓ ଇଂଲଣ୍ଡ ମଧ୍ୟରେ ଜୁଲାଇ 8ରୁ ଆରମ୍ଭ ହେବ 3 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ । ତେବେ ଏହି ସିରିଜ ପୂର୍ବରୁ ଉଭୟ ପକ୍ଷ ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଯାଇଛି ।

it's all about winning, no room for frienship: Kemar Roach issues warning to Jofra Archer
ଜୋଫ୍ରା ଆର୍ଚର

ବିଜୟ ହିଁ ୱେଷ୍ଟଇଣ୍ଡିଜର ଏକମାତ୍ର ଲକ୍ଷ୍ୟ, ବନ୍ଧୁତା ପାଇଁ କୌଣସି ସୁଯୋଗ ନାହିଁ । ବାର୍ବାଡିଆନ ବୋଲର ଜୋଫ୍ରା ଆର୍ଚରଙ୍କ ଉଦ୍ଦେଶ୍ୟରେ ଏହା କହିଛନ୍ତି କେମାର ରୋଚ। ଆର୍ଚର ଇଂଲଣ୍ଡ ପକ୍ଷରୁ ଖେଳିବାର ନିଷ୍ପତ୍ତି ନେଇଥିଲେ । ଏହାପରେ କ୍ୟାରିୟରରେ ଏଯାବତ ଭଲ ପ୍ରଦର୍ଶନ କରିଛନ୍ତି । ତେବେ ଆଗାମୀ ସିରିଜରେ ବିଜୟର ମନ୍ତ୍ର ନେଇ ଇଣ୍ଡିଜ ଟିମ ପଡିଆକୁ ଓହ୍ଲାଇବ ବୋଲି ରୋଚ୍ କହିଛନ୍ତି ।

କେମାର ରୋଚ

ମହାମାରୀ କୋରୋନା ଭାଇରସ ସଂମକ୍ରଣ ଭୟ ଯୋଗୁଁ ଗତ ମାର୍ଚ୍ଚରୁ ଅନ୍ତର୍ଜାତୀୟ କ୍ରିକେଟ ବନ୍ଦ ରହିଛି । ମାତ୍ର ଇଂଲଣ୍ଡ-ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବାକୁ ଥିବା ସିରିଜରୁ ଅନ୍ତର୍ଜାତୀୟ କ୍ରିକେଟ ପୁନଃ ଆରମ୍ଭ ହେବ । ତେବେ ଏହି ସିରିଜ ଏକ ନିଆରା ପରିବେଶରେ ଖେଳାଯିବ । ବିନା ଦର୍ଶକରେ ଏହି ସିରିଜ ଖେଳାଯିବା ନେଇ ପ୍ରସ୍ତୁତି ହୋଇଛି । ଅନ୍ୟପଟେ ସଂକ୍ରମଣ ଭୟ ଥିବାରୁ ଆଇସିସିର ନୂଆ ନିୟମ ବଲ ଚମକାଇବାକୁ ଛେପର ବ୍ୟବହାର ଉପରେ ପ୍ରତିବନ୍ଧକକୁ ମଧ୍ୟ ପାଳନ କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.