ନୂଆଦିଲ୍ଲୀ: ଭାରତୀୟ ଦଳର ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ଟିମ ଇଣ୍ଡିଆର ଅଭିଜ୍ଞ ବୋଲର ଇଶାନ୍ତ ଶର୍ମା ଆହତ ହୋଇଛନ୍ତି । ବିଦର୍ଭ ଦଳ ବିପକ୍ଷରେ ଦିଲ୍ଲୀ ପକ୍ଷରୁ ରଣଜୀ ମ୍ୟାଚ ଖେଳୁଥିବାବେଳେ ଆହତ ହୋଇଛନ୍ତି ସେ।
ତାଙ୍କର ଗୋଇଠିରେ ଲାଗିଥିବା ଆଘାତ କେତେ ଗମ୍ଭୀର ଏଯାଏଁ ଜଣା ପଡି ନାହିଁ। ଆଘାତ ଲାଗିବା ମାତ୍ରେ ହିଁ ସହଯୋଗୀ ଷ୍ଟାଫଙ୍କ ସାହାଯ୍ୟରେ ଷ୍ଟାଡିୟମ ବାହରକୁ ପଳାଇଥିଲେ ଇଶାନ୍ତ।
ବିଦର୍ଭର ଦ୍ୱିତୀୟ ପାଳିର 5ମ ଓଭରରେ ସମୟରେ ଆଘତ ଲାଗିଥିଲା। ବିଦର୍ଭ ଟିମର ଅଧିନାୟକ ଫୈଜ୍ ଫଜିଲଙ୍କୁ ଇଶାନ୍ତ ବୋଲିଂ କରିଥିଲେ । ଫୈଜ ଫୁଲସଟ୍ ଖେଳିବା ପ୍ରୟାସ କରିଥିଲେ ଓ ଫ୍ଲୋଥ୍ରୁ ବେଳେ ଇଶାନ୍ତଙ୍କ ଗୋଡ ଖସି ଯାଇଥିଲା । ତାଙ୍କ ଗୋଇଠିରେ ଆଘାତ ଲାଗିଥିଲା ।
ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ଟିମରେ ଇଶାନ୍ତ ସ୍ଥାନ ନିଶ୍ଚିତ ବୋଲି ଆଶା କରାଯାଉଥିଲା। ହେଲେ ଏବେ ଇଶାନ୍ତ ଫିଟ୍ ଅଛନ୍ତି କି ନାହିଁ ଓ ଦଳରେ ସାମିଲ ହେବେ କି ନାହିଁ ତାହା ଉପରେ ରହିବ ସମସ୍ତଙ୍କ ନଜର।