ହାଇଦ୍ରାବାଦ: ପୂର୍ବତନ ଭାରତୀୟ କ୍ରିକେଟ ସାବା କରିମଙ୍କ ବଡ ବୟାନ । ଯୁବ ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ଓ ଇଶାନ କିଶନ ସମସ୍ତ ଫର୍ମାଟରେ(ଟି20, ଟେଷ୍ଟ, ଦିନିକିଆ) ଭାରତ ପାଇଁ ଖେଳିବେ ।
ଗତ କିଛ ମାସଧରି ଅଷ୍ଟ୍ରେଲିଆ ଓ ଭାରତରେ ଟେଷ୍ଟ କ୍ରିକେଟରେ ଦମଦାର ପ୍ରଦର୍ଶନ ସହ ରନ ସଂଗ୍ରହ କରିଛନ୍ତି ଋଷଭ ପନ୍ତ । ସଦ୍ୟ ସମାପ୍ତ ଇଂଲଣ୍ଡ ବିପକ୍ଷ ଟେଷ୍ଟ ଓ ସିରିଜ ଓ ଅଷ୍ଟ୍ରେଲିଆ ସିରିଜରେ ମ୍ୟାଚ ବିଜୟୀ ରହିବା ପରେ ଭାରତୀୟ ସୀମିତ ଓଭର କ୍ରିକେଟ ଟିମକୁ ଫେରିଛନ୍ତି ପନ୍ତ ।
ସେହିପରି ଇଶାନ କିଶନ ରବିବାର ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟି20ରେ ଭାରତ ପାଇଁ ଡେବ୍ୟୁ ମ୍ୟାଚ ଖେଳିବା ସହ ଧୁଆଁଧାର ଅର୍ଦ୍ଧଶତକ ହାସଲ କରିଛନ୍ତି ।
ଏହି ଦୁଇ ଯୁବ ବିସ୍ଫୋରକ ବ୍ୟାଟ୍ସମ୍ୟାନଙ୍କୁ ନେଇ ପ୍ରଶ୍ନରେ କରିମ କହିଛନ୍ତି, ଏପରି ମ୍ୟାଚ ବିଜେତା ଖେଳାଳିଙ୍କୁ ପାଇ ଟିମ ଇଣ୍ଡିଆ ସୌଭାଗ୍ୟଶାଳୀ । ସମସ୍ତ 3ଟି ଫର୍ମାଟରେ ପନ୍ତ ଓ ଇଶାନ ଖେଳିବେ ବୋଲି ମଧ୍ୟ ସେ କହିଛନ୍ତି ।
ଉଭୟ ବ୍ୟାଟ୍ସମ୍ୟାନ ନିଜକୁ ମ୍ୟାଚ ବିଜେତା ଭାବେ ପ୍ରମାଣିତ କରିଛନ୍ତି । ପୂର୍ବରୁ ପନ୍ତ ଏହା ପ୍ରମାଣିତ କରିସାରିଥିବାବେଳେ, ଇଶାନ ପ୍ରଥମ ସୁଯୋଗରେ ପ୍ରଭାବୀ ସାବ୍ୟସ୍ତ ହୋଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ