ETV Bharat / sports

କୋରୋନା ଭାଇରସ: ବାଂଲାଦେଶ-ଆୟରଲାଣ୍ଡ ଦ୍ବିପାକ୍ଷିକ ସିରିଜ ସ୍ଥଗିତ - କୋରୋନା ଭାଇରସ

ମହାମାରୀ କୋରୋନା ଭାଇରସ ଯୋଗୁଁ ପ୍ରଭାବିତ ବିଶ୍ବ କ୍ରୀଡାଜଗତ । ସଦ୍ୟ ସୂଚନା ଅନୁଯାୟୀ ବାଂଲାଦେଶ-ଆୟରଲାଣ୍ଡ ଦ୍ବିପାକ୍ଷିକ ସିରିଜକୁ ସ୍ଥଗିତ ରଖାଯାଇଛି ।

Ireland-Bangladesh cricket series postponed
କୋରୋନା ଭାଇରସ: ବାଂଲାଦେଶ-ଆୟରଲାଣ୍ଡ ଦ୍ବିପାକ୍ଷିକ ସିରିଜ ସ୍ଥଗିତ
author img

By

Published : Mar 22, 2020, 10:15 AM IST

ଲଣ୍ଡନ: ମହାମାରୀ କୋରୋନା ଭାଇରସ ଯୋଗୁଁ ପ୍ରଭାବିତ ବିଶ୍ବ କ୍ରୀଡାଜଗତ । ବିଶ୍ବର ପ୍ରାୟ ସମସ୍ତ କ୍ରୀଡା ଇଭେଣ୍ଟକୁ ସ୍ଥଗିତ କିମ୍ବା ବାତିଲ କରାଯାଉଛି । ସଦ୍ୟ ସୂଚନା ଅନୁଯାୟୀ ବାଂଲାଦେଶ-ଆୟରଲାଣ୍ଡ ଦ୍ବିପାକ୍ଷିକ ସିରିଜକୁ ସ୍ଥଗିତ ରଖାଯାଇଛି ।

ଉଭୟ ଦେଶ ମଧ୍ୟରେ ଇଂଲଣ୍ଡରେ 3ଟି ଦିନିକିଆ ଓ 4ଟି ଟି-20 ମ୍ୟାଚ ଖେଳାଯିବା ନେଇ ସୂଚୀ ରହିଥିଲା । ତେବେ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ବ୍ରିଟିଶ ଓ ଇରିଶ ସରକାର ଯାତ୍ରା ଓ ଭିଡକୁ ବାରଣ କରିବାକୁ ପରାମର୍ଶ ଦେଇଥିଲେ । ଫଳରେ ଏହି ସିରିଜକୁ ଘୁଞ୍ଚାଇ ଦିଆଯାଇଛି ।

ଖେଳାଳି, କୋଚ, ପ୍ରଶଂସକ ଓ ସମସ୍ତ ପରିଚାଳନା ଅଧିକାରୀଙ୍କ ସୁରକ୍ଷା ସର୍ବୋପରି ବୋଲି କ୍ରିକେଟ ଆୟରଲାଣ୍ଡର ମୁଖ୍ୟ କାର୍ଯ୍ୟ ନିବାହୀ ଅଧିକାରୀ ୱାରେନ ଡିୟୁଟରୋମ କହିଛନ୍ତି । ଏଥିସହିତ ଏହି ସିରିଜ ବାତିଲ ପାଇଁ ବାଂଲାଦେଶ କ୍ରିକେଟ ବୋର୍ଡ ପକ୍ଷରୁ ମଧ୍ୟ ସଂପୂର୍ଣ୍ଣ ସହଯୋଗ ମିଳିଥିବା କହିଛନ୍ତି ୱାରେନ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.