ଶାରଜାହ: ଆଇପିଏଲର 52ତମ ମ୍ୟାଚ ରୟାଲ୍ସ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଛି । ଟସ ଜିତି ସନରାଇଜର୍ସ ହାଇଦ୍ରାବାଦ କ୍ୟାପଟେନ ଡେଭିଡ ୱାର୍ଣ୍ଣର ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ ।
ନିର୍ଦ୍ଧାରିତ 20 ଓଭରରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର 7 ୱିକେଟ ହରାଇ 120 ରନ ସଂଗ୍ରହ କରିଛି । ଫଳରେ ସନରାଇଜର୍ସ ହାଇଦ୍ରାବାଦ ସାମ୍ନାରେ 121ରନର ବିଜୟ ଲକ୍ଷ୍ୟ ରହିଛି ।
ହାଇଦ୍ରାବାଦର ସମସ୍ତ ବୋଲର କଞ୍ଜୁସି ବୋଲିଂ କରିବା ସହ ୱିକେଟ ଦଖଲ କରିଥିଲେ । କୌଣସି ବ୍ୟାଟ୍ସମ୍ୟାନଙ୍କୁ ବଡ ସଟ୍ ଖେଳିବାକୁ ଦେଇନଥିଲେ ।
ଆରସିବି ପକ୍ଷରୁ ଜସ ଫିଲିପ 31 ବଲରୁ 4ଟି ଚୌକା ସହାୟତାରେ ସର୍ବାଧିକ 32 ରନର ଇଂନିସ ଖେଳିଛନ୍ତି । ଏବି ଡି ଭିଲିୟର୍ସ 24 ଓ ୱାସିଂଟନ ସୁନ୍ଦର 21 ରନର ଇଂନିସ ଖେଳିଥିଲେ । କ୍ୟାପଟେନ ବିରାଟ କୋହଲି ଓ ଓପନର ଦେବଦତ୍ତ ପାଦିକ୍କଲ ଫେଲ୍ ନିରାଶ କରିଛନ୍ତି । ଶେଷ ଭାଗରେ ଗୁରୁକିରତ ସିଂ ଅପରାଜିତ 15 ରନ ସହ ଆରସିବିର ସ୍କୋର 100 ପାର କରାଇଥିଲେ ।
ହାଇଦ୍ରାବାଦ ପକ୍ଷରୁ ସନ୍ଦୀପ ଶର୍ମା ଓ ଜେସନ ହୋଲ୍ଡର ଦୁଇଟି ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି । ଟି. ନଟରାଜନ, ଶାହାବାଜ ନଦୀମ ଓ ରସିଦ ଖାନ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ