ETV Bharat / sports

ଆଇପିଏଲ 2020: ସୁପର ଓଭରରେ ପ୍ରଥମ ଥର ବିଫଳ ବୁମରା - ମୁମ୍ବାଇ ଇଣ୍ଡିଆନ୍ସ vs ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ପ୍ରଥମ ଓଭର ଥିଲା, ଯେଉଁଠି ଜଶପ୍ରୀତ ବୁମରା ମୁମ୍ବାଇକୁ ବିଜୟୀ କରାଇବାରେ ଫେଲ୍ ମାରିଥିଲେ ।

ipl2020: jasprit bumrah failed first time in super over for mumbai indians
ଆଇପିଏଲ 2020: ସୁପର ଓଭରରେ ପ୍ରଥମ ଥର ବିଫଳ ବୁମରା
author img

By

Published : Sep 29, 2020, 4:40 PM IST

ଦୁବାଇ: ଆଇପିଏଲ 13ରେ ସୋମବାର ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଇଥିବା ମ୍ୟାଚର ଫଳାଫଳ ସୁପର ଓଭର ଦ୍ବାରା ନିର୍ଣ୍ଣୟ ହୋଇଥିଲା । ତେବେ ଏହା ପ୍ରଥମ ଓଭର ଥିଲା ଯେଉଁଠି ଜଶପ୍ରୀତ ବୁମରା ମୁମ୍ବାଇକୁ ବିଜୟୀ କରାଇବାରେ ଫେଲ୍ ମାରିଥିଲେ ।

ipl2020: jasprit bumrah failed first time in super over for mumbai indians
ଆଇପିଏଲ 2020: ସୁପର ଓଭରରେ ପ୍ରଥମ ଥର ବିଫଳ ବୁମରା

ମ୍ୟାଚରେ ଆରସିବି ପ୍ରଥମ ବ୍ୟାଟିଂ କରି ଆରୋନ ଫିଞ୍ଚଙ୍କ 52, ଦେବଦତ୍ତ ପାଦିକଲ (54) ଓ ଆବ୍ରାହାମ ଡିଭିଲିୟର୍ସ (55)ଙ୍କ ଦମଦାର ଅର୍ଦ୍ଧଶତକୀୟ ଇଂନିସ ବଳରେ ନିର୍ଧାରିତ 20 ଓଭରରେ 3 ୱିକେଟ ହରାଇ 201 ରନର ସ୍କୋର କରିଥିଲା । ଜବାବରେ ରୋହିତ ଶର୍ମାଙ୍କ ନେତୃତାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଇଶାନ କିଶନଙ୍କ 99 ଓ କିରଣ ପୋଲାର୍ଡଙ୍କ ଅପରାଜିତ 60 ରନ ସହାୟତାରେ ସ୍କୋର ବରାବର କରିଥିଲା । ଫଳରେ ମ୍ୟାଚର ଫଳାଫଳ ସୁପର ଓଭର ଦ୍ବାରା ସ୍ଥିର କରାଯାଇଥିଲା ।

ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି 7 ରନ କରିବାକୁ ସମର୍ଥ ହୋଇଥିଲା । ପରେ ବାଙ୍ଗାଲୋର 8 ରନ କରି ବିଜୟୀ ହୋଇଥିଲା । ପ୍ରଥମ ଥର ପାଇଁ ମୁମ୍ବାଇ ପକ୍ଷରୁ ସୁପର ଓଭରରେ ବୋଲିଂ କରିଥିବା ଜଶପ୍ରୀତ ବୁମରା ଦଳକୁ ବିଜୟ ଦେଇପାରିନଥିଲେ ।

ଏହାପୂର୍ବରୁ 29 ଏପ୍ରିଲ 2017ରେ ବୁମରା ଗୁଜୁରାଟ ଲାୟନ୍ସ ବିପକ୍ଷରେ 11 ରନ ମଧ୍ୟରେ ପ୍ରତିପକ୍ଷ ଟିମକୁ ଅଟକାଇ ମୁମ୍ବାଇକୁ ବିଜୟୀ କରାଇଥିଲେ । ଫିଞ୍ଚ ଓ ବ୍ରାଣ୍ଡନ ମାକ୍ୟୁଲମଙ୍କ ସାମ୍ନାରେ ବୁମରା ମାତ୍ର 6 ରନ ବ୍ୟୟ କରିଥିଲେ ।

ଅନ୍ୟ ଏକ ମ୍ୟାଚରେ 29 ଏପ୍ରିଲ 2019ରେ ବୁମରା ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ସୁପର ଓଭରରେ 8 ରନ ଦେଇଥିଲେ । ପରେ ମୁମ୍ବାଇ 3ଟି ବଲରେ 9 ରନ କରିବା ସହ ବିଜୟୀ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.