ହାଇଦ୍ରାବାଦ: ଆସାନ୍ତା ମାସରେ ଆଇପିଏଲ ଅକ୍ସନ । ହେବ ଖେଳାଳିଙ୍କ କିଣାବିକା । ଏହା ପୂର୍ବରୁ ଶୁକ୍ରାବାର ବିଭିନ୍ନ ଫ୍ରାଞ୍ଚାଇଜ୍ମାନେ ନିଜ ନିଜର ବଳାକା ଖେଳାଳିଙ୍କୁ ଦଳରୁ ରିଲିଜ କରିଛନ୍ତି । ଏଥି ସହିତ ବିଭିନ୍ନ ଦଳମାନେ ଅକ୍ସନ ପୂର୍ବରୁ କିଛି ଖେଳାଳିଙ୍କୁ ନିଜ ଦଳକୁ ମଧ୍ୟ ଆଣିଛନ୍ତି ।
ତେବେ ବଳକା ଥିବା ଖେଳାଳିଙ୍କୁ ନେଇ ହେବ ଆଇପିଏଲ ଅକ୍ସନ । ଲିଗ୍ର ଧନୀ ଦଳ ତଥା ଡିଫେଣ୍ଡିଙ୍ଗ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ସବୁଠାରୁ ଅଧିକ ଖେଳାଳି 12 ଜଣଙ୍କୁ ଦଳରୁ ରିଲିଜ କରିଛି ।
ସେହିପରି ରାଜସ୍ଥାନ ରୟାଲ୍ସ ନିଜ ଦଳର ଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କୁ ଦଳରୁ କାଢିଛି । ରାହେଣଙ୍କୁ ଦିଲ୍ଲୀ ଫ୍ରାଞ୍ଚାଇଜ କିଣିଛି । ସେହିପରି ଦିଲ୍ଲୀଠାରୁ ଦକ୍ଷିଣ ଆଫ୍ରିକା ଦୃତ ବୋଲର ଟ୍ରେଣ୍ଟ ବୋଲ୍ଟଙ୍କୁ କିଣିଛି ମୁମ୍ବାଇ ଇଣ୍ଡିଆନ୍ସ ।
କେଉଁ ଖେଳାଳି କେଉଁ ଦଳରୁ କେଉଁ ଦଳକୁ ଗଲେ
ଖେଳାଳିଙ୍କ ନାମ | କେଉଁ ଦଳରେ ଥିଲେ | କେଉଁ ଦଳକୁ ଗଲେ | ଖେଳାଳିଙ୍କ ଦାମ |
ମୟଙ୍କ ମାର୍କଣ୍ଡେ | ମୁମ୍ବାଇ ଇଣ୍ଡିଆନ୍ସ | ଦିଲ୍ଲୀ କ୍ୟାପିଟାଲ୍ସ | 20 ଲକ୍ଷ |
ଶେରଫାନେ ରଦରଫୋର୍ଡ | ଦିଲ୍ଲୀ କ୍ୟାପିଟାଲ୍ସ | ମୁମ୍ବାଇ ଇଣ୍ଡିଆନ୍ସ | 6.2 କୋଟି |
ରବିଚନ୍ଦ୍ରନ ଅଶ୍ବିନ | କିଙ୍ଗ୍ସ ଏକାଦଶ ପଞ୍ଜାବ | ଦିଲ୍ଲୀ କ୍ୟାପିଟାଲ୍ସ | 7.2 କୋଟି |
ଜଗଦେଶ ସୁଚିଥ | ଦିଲ୍ଲୀ କ୍ୟାପିଟାଲ୍ସ | କିଙ୍ଗ୍ସ ଏକାଦଶ ପଞ୍ଜାବ | 20 ଲକ୍ଷ |
ଟ୍ରେଣ୍ଟ ବୋଲ୍ଟ | ଦିଲ୍ଲୀ କ୍ୟାପିଟାଲ୍ସ | ମୁମ୍ବାଇ ଇଣ୍ଡିଆନ୍ସ | 2.2 କୋଟି |
କ୍ରିଷ୍ଣାପା ଗୋଥାମ | ରାଜସ୍ଥାନ ରୟାଲ୍ସ | କିଙ୍ଗ୍ସ ଏକାଦଶ ପଞ୍ଜାବ | 6.2 କୋଟି |
ଅଙ୍କିତ ରାଜପୁତ | କିଙ୍ଗ୍ସ ଏକାଦଶ ପଞ୍ଜାବ | ରାଜସ୍ଥାନ ରୟାଲ୍ସ | 3 କୋଟି |
ଧୱଲ କୁଲକର୍ଣ୍ଣି | ରାଜସ୍ଥାନ ରୟାଲ୍ସ | ମୁମ୍ବାଇ ଇଣ୍ଡିଆନ୍ସ | 75 ଲକ୍ଷ |
ଅଜିଙ୍କ୍ୟ ରାହାଣେ | ରାଜସ୍ଥାନ ରୟାଲ୍ସ | ଦିଲ୍ଲୀ କ୍ୟାପିଟାଲ୍ସ | 4 କୋଟି |
ରାହୁଲ ତେୱାଟିଆ | ଦିଲ୍ଲୀ କ୍ୟାପିଟାଲ୍ସ | ରାଜସ୍ଥାନ ରୟାଲ୍ସ | 3 କୋଟି |
ସିଦ୍ଧେଶ ଲାଡ | ମୁମ୍ବାଇ ଇଣ୍ଡିଆନ୍ସ | କୋଲକାତା ନାଇଟ ରାଇଡର୍ସ | -------- |