ETV Bharat / sports

ଆଇପିଏଲ: ଚେନ୍ନାଇ ଚିତ୍‌ପଟାଙ୍ଗ, 4ର୍ଥ ଥର ଟ୍ରଫି ହାତେଇଲା ମୁମ୍ବାଇ

ଆଇପିଏଲ ସିଜିନ ୧୨ର ଫାଇନାଲରେ ଚିତ୍‌ପଟାଙ୍ଗ ଚେନ୍ନାଇ । ଶେଷ ବଲରେ ଓ 1 ରନରେ ମ୍ୟାଚ ବିଜୟୀ ହୋଇ ଆଇପିଏଲ ଇତିହାସରେ 4ର୍ଥ ଥର ଟ୍ରଫି ଟେକିଛି ମୁମ୍ବାଇ । ଆଇପିଏଲ ଇତିହାସରେ ଚାରିଥର ଟ୍ରଫି ଟେକିବାରେ ରୋହିତ ବନିଲେ ପ୍ରଥମ ଅଧିନାୟକ । ସେହିପରି 4ର୍ଥ ଥର ପାଇଁ ଟାଇଟଲ ଜିତିବାରୁ ବଞ୍ଚିତ ହେଲା ଧୋନି ଧୁରନ୍ଧର ।

author img

By

Published : May 13, 2019, 12:02 AM IST

Updated : May 13, 2019, 6:41 PM IST

ଡି଼ଜାଇନ ଫଟୋ

ହାଇଦ୍ରାବାଦ: ଆଇପିଏଲ ସିଜିନ ୧୨ର ଫାଇନାଲରେ ଚିତ୍‌ପଟାଙ୍ଗ ଚେନ୍ନାଇ । ଶେଷ ବଲରେ ଓ 1 ରନରେ ମ୍ୟାଚ ବିଜୟୀ ହୋଇ ଆଇପିଏଲ ଇତିହାସରେ 4ର୍ଥ ଥର ଟ୍ରଫି ହାତେଇଛି ମୁମ୍ବାଇ । ତେବେ ଏହି ମହାମୁକାବିଲାର ମହାସମରରେ ମୁମ୍ବାଇ ଟସ ଜିତି ନିର୍ଦ୍ଧାରିତ 20 ଓଭରରେ 149 ରନ କରିଥିଲା । 150 ରନର ଟାଗେର୍ଟକୁ ପିଛା କରି ଶେଷ ବଲରେ ୱିକେଟ ହରାଇ ଫାଇନାଲ ହାରିଛି ଚେନ୍ନାଇ ସୁପର କିଙ୍ଗ୍ସ । ମୁମ୍ବାଇ ପକ୍ଷରୁ ପୋର୍ଲାଡ 25 ବଲରେ ସର୍ବାଧିକ 41 ରନ କରିବା ସହ 3 ଚୌକା ଓ 3 ଛକା ମାରିଥିଲେ । ସେହିପରି ଚେନ୍ନାଇ ପକ୍ଷରୁ ଶେନ ୱାଟସନ 59 ବଲରୁ 80 ରନ କରିଛନ୍ତି ।

ଭିଡିଓ ସୌଜନ୍ୟ: ବ୍ୟୁରୋ ଇନପୁଟ, ଇଟିଭି ଭାରତ

ଫାଇନାଲ ଫାଇଟ୍‌, ଫୁଲ ପୈସା ୱସୁଲ । ଗୋଟିଏ ବଲରେ ଦୁଇ ରନ । ବଲ ଥିଲା ଅଭିଜ୍ଞ ଲସିଥ ମାଲିଙ୍ଗାଙ୍କ ହାତରେ । ଆଉ ଷ୍ଟ୍ରାଇକର ଏଣ୍ଡରେ ଥିଲେ ଶାର୍ଦୁଲ ଠାକୁର । ସ୍ଥିତ ଏକଦମ ବରାବାର । ତେବେ ମାଲିଙ୍ଗାଙ୍କ ଲୋ ଫୁଲ ଟସ୍‌ ବଲଟି ଠାକୁରଙ୍କ ପ୍ୟାଡରେ ଲାଗିଥିଲା । ଆଉ ଏହି ଏଲବି ଡବଲ୍ୟୁ ଆଉଟ ସହ ଚେନ୍ନାଇ ହାତରୁ ଖସିଗଲା ଆଇପିଏଲ ଟାଇଟଲ ଓ 4ର୍ଥ ଥର ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଆପିେଲ ଟ୍ରଫି କରିଥିଲା ନିଜ ନାଁରେ । ଆଇପିଏଲ ଇତିହାସରେ ଚାରିଥର ଟ୍ରଫି ଟେକିବାରେ ରୋହିତ ବନିଲେ ପ୍ରଥମ ଅଧିନାୟକ । ସେହିପରି 4ର୍ଥ ଥର ପାଇଁ ଟାଇଟଲ ଜିତିବାରୁ ବଞ୍ଚିତ ହେଲା ଧୋନି ଧୁରନ୍ଧର ।

Mumbai
ଫଟୋ ସୌଜନ୍ୟ- ଟ୍ବିଟର @ipl

ହାଇଦ୍ରାବାଦ ରାଜୀବ ଗାନ୍ଧି ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଇଥିଲା ଏହି ହାଇ ଭୋଲଟେଜ୍‌ ମ୍ୟାଚ । ଟସ ଜିତି ପ୍ରଥମ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ହିଟମ୍ୟାନ ରୋହିତ ଶର୍ମା । ଥାଲାଙ୍କ ଦଳ ମଧ୍ୟ ବୋଲିଂରେ କମାଲ ଦେଖାଇଥିଲା । ମୁମ୍ବାଇର ଟପ-4 ବ୍ୟାଟ୍ସମ୍ୟାନଙ୍କୁ ବଡ ସ୍କୋର କରିବା ପୂର୍ବରୁ ପାଭେଲିଅନ ପାଠାଇଥିଲେ ଚେନ୍ନାଇର ବୋଲର । ପରେ କିରନ ପୋଲାର୍ଡଙ୍କ ଅପରାଜିତ 41ରନ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ ଚେନ୍ନାଇ ଆଗରେ ରଖିଥିଲା 150ରନର ବିଜୟ ଲକ୍ଷ୍ୟ ।

Mumbai
ଫଟୋ ସୌଜନ୍ୟ- ଟ୍ବିଟର @ipl

ଧାର୍ଯ୍ୟ ଲକ୍ଷ୍ୟକୁ ପିଛା କରୁଥିବା ଚେନ୍ନାଇର ଡୁ ପ୍ଲେସିସ୍‌, ରାଇନା, ରାଉଡୁ ଓ ଧୋନି ମାରିଥିଲେ ଫେଲ । ଓପନର ଶେନ ୱାଟସନ ଖେଳିଥିଲେ 80ରନର ଶାନଦାର ପାଳି । ମାତ୍ର ଦଳକୁ ବିଜୟୀ କରାଇରେ ଫେଲ ମାରିଲେ ୱାଟସନ । ସେହିପରି ଧୋନିଙ୍କ ଆଶ୍ଚର୍ଯ୍ୟଜନକ ରନଆଉଟ ମଧ୍ୟ ଚେନ୍ନାଇ ପରାଜୟର ଏକ୍ସ ଫ୍ୟାକ୍ଟର ସାଜିଲା । ବିପକ୍ଷ ମୁମ୍ବାଇ ଇଣ୍ଡିଆନ୍ସର ବାରମ୍ବାର ଭୁଲ ପରେ ମଧ୍ୟ ଟ୍ରଫି ଜିତିବାରୁ ବଞ୍ଚିତ ହେଲା ଚେନ୍ନାଇ ।

Mumbai
ଫଟୋ ସୌଜନ୍ୟ- ଟ୍ବିଟର @ipl

ତେବେ ଏହି ରୋମାଞ୍ଚକର ମ୍ୟାଚ ସହ ଶେଷ ହୋଇଛି ବିଶ୍ବର ସବୁଠାରୁ ଧନୀ କ୍ରିକେଟ ଲିଗ୍‌ ଆଇପିଏଲ । ଆଗାକୁ ଆଇସିସି କ୍ରିକେଟ ବିଶ୍ବକପ । ତେବେ ରୋହିତଙ୍କ ପରି କଣ ବିରାଟ ଏହି ମହାନ ଟ୍ରଫି ଉଠାଇବାରେ ସଫଳ ହେବେ ତାକୁ ହିଁ ଅପେକ୍ଷା ?

ବ୍ୟୁରୋ ଇନପୁଟ, ଇଟିଭି ଭାରତ

Intro:Body:Conclusion:
Last Updated : May 13, 2019, 6:41 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.