ETV Bharat / sports

ଆଇପିଏଲ 2021: ବିଜୟରୁ ଅଭିଯାନ ଆରମ୍ଭ କଲା କୋଲକାତା

ନୀତିଶ ରାଣାଙ୍କ ଦମଦାର 80, ରାହୁଲ ତ୍ରିପାଠୀଙ୍କ 53 ରନ୍‌ ଓ ବୋଲରଙ୍କ ଘାତକ ବୋଲିଂ ବଳରେ 10 ରନ୍‌ରେ ବିଜୟୀ ହୋଇଥିଲା କେକେଆର । ଅଧିକ ପଢନ୍ତୁ...

IPL 2021: Spirited all-round performance helps KKR defeat SRH by 10 runs
ଆଇପିଏଲ 2021: ବିଜୟରୁ ଅଭିଯାନ ଆରମ୍ଭ କଲା କୋଲକାତା
author img

By

Published : Apr 12, 2021, 3:25 PM IST

ଚେନ୍ନାଇ: ବିଜୟରୁ ଆଇପିଏଲ ଅଭିଯାନ ଆରମ୍ଭ କରିଛି କୋଲକାତା ନାଇଟ ରାଇଡର୍ସ । ରବିବାର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ସନରାଇଜର୍ସ ହାଇଦ୍ରାବାଦ ଓ କୋଲକାତା ନାଇଟ ରାଇଡର୍ସ ଆଇପିଏଲ ଚଳିତ ଆଇପିଏଲରେ ନିଜର ପ୍ରଥମ ମୁକାବିଲା ଖେଳିଥିଲେ ।

ନୀତିଶ ରାଣାଙ୍କ ଦମଦାର 80, ରାହୁଲ ତ୍ରିପାଠୀଙ୍କ 53 ରନ୍‌ ଓ ବୋଲରଙ୍କ ଘାତକ ବୋଲିଂ ବଳରେ 10 ରନ୍‌ରେ ବିଜୟୀ ହୋଇଥିଲା କେକେଆର ।

କେକେଆର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ ହରାଇ 187 ରନ ସଂଗ୍ରହ କରିଥିଲା । ପରେ କେକେଆର ବୋଲର 117 ରନରେ ହାଇଦ୍ରାବାଦକୁ ରୋକିବାରେ ସକ୍ଷମ ହୋଇଥିଲେ । ଫଳରେ ବିଜୟରୁ ଅଭିଯାନ ଆରମ୍ଭ କରଛି ଇଆନ ମୋର୍ଗାନଙ୍କ ନେତୃତ୍ବାଧିନ କେକେଆର ।

ହାଇଦ୍ରାବାଦ ପକ୍ଷରୁ ମନୀଷ ପାଣ୍ଡେ ଓ ଜନ୍ନି ବେୟାରଷ୍ଟୋ ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ । 44 ବଲ୍‌ରୁ 2 ଚୌକା ଓ3 ଛକା ସହାୟତାରେ 61 ରନର ଇଂନିସ ଖେଳିଥିଲେ ପାଣ୍ଡେ । ଅନ୍ୟପଟେ ବେୟାରଷ୍ଟୋ ମଧ୍ୟ 40 ବଲ୍‌ରୁ 55 ରନ୍‌ର ଇଂନିସ ଖେଳିଥିଲେ । ମାତ୍ର ବିଜୟ ଠାରୁ ମାତ୍ର 11 ରନ୍‌ ଦୂରରେ ରହିଯାଇଥିଲା ଟିମ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.