ETV Bharat / sports

ରସେଲଙ୍କ ଘାତକ ବୋଲିଂ, ମୁମ୍ବାଇକୁ 152 ରନ୍‌ରେ ରୋକିଲା କେକେଆର

author img

By

Published : Apr 13, 2021, 9:38 PM IST

Updated : Apr 13, 2021, 10:04 PM IST

ନିର୍ଦ୍ଧାରିତ 20 ଓଭରରେ ସମସ୍ତ ୱିକେଟ ହରାଇ 152 ରନ୍‌ ସଂଗ୍ରହ କରିଛି । ଫଳରେ କେକେଆର ସାମ୍ନାରେ 153 ରନର ବିଜୟ ଲକ୍ଷ୍ୟ । ଅଧିକ ପଢନ୍ତୁ...

IPL 2021:  Russell shines as KKR restrict to MI 152/10
ରସେଲଙ୍କ ଗାତକ ବୋଲିଂ, ମୁମ୍ବାଇକୁ 152 ରନ୍‌ର ରୋକିଲା କେକେଆର

ଚେନ୍ନାଇ: ଆଇପିଏଲର 5ମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଉଛି । ପ୍ରଥମ ବ୍ୟାଟିଂ କରି ମୁମ୍ବାଇ ନିର୍ଦ୍ଧାରିତ 20 ଓଭରରେ ସମସ୍ତ ୱିକେଟ ହରାଇ 152 ରନ୍‌ ସଂଗ୍ରହ କରିଛି । ଫଳରେ କେକେଆର ସାମ୍ନାରେ 153 ରନର ବିଜୟ ଲକ୍ଷ୍ୟ ରହିଛି । ଚେନ୍ନାଇର ଏମଏ ଚିଦାମ୍ବର ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯାଉଛି ।

କେକେଆର ଷ୍ଟାର ଅଲରାଉଣ୍ଡର ଆଣ୍ଡେ ରସେଲ 5ଟି ୱିକେଟ ହାତେଇବା ସହ ଇଂନିସର ହିରୋ ରହିଛନ୍ତି । ମାତ୍ର ଦୁଇ ଓଭର ବୋଲିଂ କରି ରସେଲ 15 ରନ ବ୍ୟୟ କରି 5ଜଣ ମୁମ୍ବାଇ ଖେଳାଳିଙ୍କୁ ପାବିଲିୟନ ପଠାଇଛନ୍ତି ।

ଆରମ୍ଭରୁ ପ୍ରାୟ ସମସ୍ତ କେକେଆର ବୋଲର କଞ୍ଜୁସି ବୋଲିଂ କରିଥିଲେ । ଫଳରେ ପ୍ରଥମ 5 ଓଭରରେ ଗୋଟିଏ ୱିକେଟ ହରାଇ ମୁମ୍ବାଇ ମାତ୍ର 37 ରନ କରିପାରିଥିଲା । ପାୱରପ୍ଲେରେ କ୍ବିଣ୍ଟନ ଡି କକ୍‌ଙ୍କ ୱିକେଟ ହରାଇ 42 ରନ କରିଥିଲା ମୁମ୍ବାଇ ।

ବରୁଣ ଚକ୍ରବର୍ତ୍ତୀ ଓ ସାକିବ ଅଲ ହାସନ ମଧ୍ୟ ଶାଣିତ ବୋଲିଂ କରିଥିଲେ ଓ ଯଥାକ୍ରମେ 27 ଓ 23 ରନ ବ୍ୟୟ କରିଥିଲେ । ଭେଟେରାନ ସ୍ପିନର ହରଭଜନ ସିଂହ 2 ଓଭର ବୋଲିଂ କରିଥିଲେ ମାତ୍ର ୱିକେଟ ଶୂନ୍ୟ ରହିଥିଲେ ।

ମୁମ୍ବାଇ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ ସର୍ବାଧିକ 56 ରନ ଓ କ୍ୟାପଟେନ ରୋହିତ ଶର୍ମା 43 ରନର ଇଂନିସ ଖେଳିଛନ୍ତି । ତେବେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ କୋଲକାତା ବୋଲରଙ୍କ ସାମ୍ନାରେ ବେଶୀ ସମୟ ତିଷ୍ଠି ପାରିନଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 13, 2021, 10:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.