ETV Bharat / sports

କିଙ୍ଗ୍ସ ଏକାଦଶ ପଞ୍ଜାବରୁ 'ପଞ୍ଜାବ କିଙ୍ଗ୍ସ'

author img

By

Published : Feb 16, 2021, 8:02 AM IST

ଚଳିତ ସିଜନ ଆଇପିଏଲରେ ନୂଆ ନାଁ ସହ କିଙ୍ଗ୍ସ ଏକାଦଶ ପଞ୍ଜାବ ଗ୍ରାଉଣ୍ଡକୁ ଓହ୍ଲାଇବ । ବିସିସିଆଇର ସୂତ୍ର ଅନୁସାରେ, ଟିମ ଦୀର୍ଘ ଦିନ ହେବ ଦଳର ନାଁ ପରିବର୍ତ୍ତନ ପାଇଁ ଭାବୁଥିଲା ।

କିଙ୍ଗ୍ସ ଏକାଦଶ ପଞ୍ଜାବରୁ 'ପଞ୍ଜାବ କିଙ୍ଗ୍ସ'
କିଙ୍ଗ୍ସ ଏକାଦଶ ପଞ୍ଜାବରୁ 'ପଞ୍ଜାବ କିଙ୍ଗ୍ସ'

ନୂଆଦିଲ୍ଲୀ: ଚଳିତ ସିଜନ ଆଇପିଏଲରେ ନୂଆ ନାଁ ସହ କିଙ୍ଗ୍ସ ଏକାଦଶ ପଞ୍ଜାବ ଗ୍ରାଉଣ୍ଡକୁ ଓହ୍ଲାଇବ । କିଙ୍ଗ୍ସ ଏକାଦଶ ପଞ୍ଜାବର ନାଁ ବଦଳାଇ 'ପଞ୍ଜାବ କିଙ୍ଗ୍ସ' ରଖିଛି ।

ବିସିସିଆଇର ସୂତ୍ର ଅନୁସାର, ଟିମ ଦୀର୍ଘ ଦିନ ହେବ ଦଳର ନାଁ ପରିବର୍ତ୍ତନ ପାଇଁ ଭାବୁଥିଲା । ଆଉ ଚଳିତବର୍ଷ ସଂସ୍କରଣରେ ହିଁ ନୂଆ ନାଁ ସହ ଗ୍ରାଉଣ୍ଡକୁ ଓହ୍ଲାଇବ । ହଠାତ୍‌ ଏହି ନିଷ୍ପତ୍ତି ନିଆ ଯାଇ ନାହିଁ ।

ମୋହିତ ବର୍ମନ, ନେସ ଓ୍ବାଡିୟା, ପ୍ରୀତି ଜିଣ୍ଟା ଓ କରଣ ପଲ ମିଳିତ ଭାବେ କିଙ୍ଗ୍ସ ଏକାଦଶ ପଞ୍ଜାବକୁ କିଣିଥିଲେ । ଏହି ଦଳ ଏଯାବତ୍‌ ଆଇପିଏଲର ବିଜେତା ହୋଇ ପାରି ନାହିଁ । ଥରେ ଦଳ ଉପବିଜେତା ରହିଥିବାବେଳେ ଆଉ ଥରେ 3ୟ ସ୍ଥାନରେ ଦଳ ଥିଲା ।

ଚଳିତ ସଂସ୍କରଣର ଆଇପିଏଲ ଏପ୍ରିଲରୁ ଆରମ୍ଭ ହେବ ଓ ଏହାର ନିଲାମୀ ଆଗାମୀ ଗୁରୁବାର ଦିନ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.