ETV Bharat / sports

ଆଇପିଏଲ 2021: ଚେନ୍ନାଇ ପହଞ୍ଚିଲେ ମୁମ୍ବାଇର କିୱି ଷ୍ଟାର - ନ୍ୟୁଜିଲାଣ୍ଡ କ୍ରିକେଟର ଜିମ୍ମି ନିଶାମ

ନ୍ୟୁଜିଲାଣ୍ଡ କ୍ରିକେଟର ଟ୍ରେଣ୍ଟ ବୋଲ୍ଟ, ଆଡାମ ମିଲନେ ଓ ଜିମ୍ମି ନିଶାମ ଶୁକ୍ରବାର ଚେନ୍ନାଇରେ ପହଞ୍ଚି ମୁମ୍ବାଇ ଇଣ୍ଡିଆନ୍ସ ସ୍କ୍ବାଡରେ ସାମିଲ ହୋଇଛନ୍ତି । ଅଧିକ ପଢନ୍ତୁ...

IPL 2021: Boult, Milne, Neesham arrive in Chennai to join Mumbai Indians camp
ଆଇପିଏଲ 2021: ଚେନ୍ନାଇ ପହଞ୍ଚିଲେ ମୁମ୍ବାଇର କିୱି ଷ୍ଟାର
author img

By

Published : Apr 2, 2021, 8:17 PM IST

ଚେନ୍ନାଇ: ନ୍ୟୁଜିଲାଣ୍ଡ କ୍ରିକେଟର ଟ୍ରେଣ୍ଟ ବୋଲ୍ଟ, ଆଡାମ ମିଲନେ ଓ ଜିମ୍ମି ନିଶାମ ଶୁକ୍ରବାର ଚେନ୍ନାଇରେ ପହଞ୍ଚି ମୁମ୍ବାଇ ଇଣ୍ଡିଆନ୍ସ ସ୍କ୍ବାଡରେ ସାମିଲ ହୋଇଛନ୍ତି । ଇଣ୍ଡିଆନ ପ୍ରିମିୟର ଲିଗର 14ତମ ସଂସ୍କରଣ ଏପ୍ରିଲ 9ରୁ ଆରମ୍ଭ ହେବ । ଉଦ୍‌ଘାଟନୀ ମ୍ୟାଚ ଏମଏ ଚିଦାମ୍ବର ଷ୍ଟାଡିୟମ ଚେନ୍ନାଇରେ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ମୁମ୍ବାଇ ମଧ୍ୟରେ ଖେଳାଯିବ ।

ଟୁର୍ଣ୍ଣାମେଣ୍ଟର ଗତ ସଂସ୍କରଣରେ କିୱି ସ୍ପିଡଷ୍ଟାର ବୋଲ୍ଟଙ୍କ ପ୍ରଦର୍ଶନ ଦମଦାର ରହିଥିଲା । ମୋଟ 25 ୱିକେଟ ସହ ଟୁର୍ଣ୍ଣାମେଣ୍ଟର ତୃତୀୟ ସର୍ବାଧିକ ବୋଲର ରହଥିଲେ । ଅନ୍ୟପଟେ ନିଶାମ ସଦ୍ୟ ସମାପ୍ତ ହୋଇଥିବା ସିରିଜରେ ନ୍ୟୁଜିଲାଣ୍ଡ ପାଇଁ ଏକାଧିକ ମ୍ୟାଚ ବିଜୟୀ ଇଂନିସ ଖେଳିଛନ୍ତି ।

ନ୍ୟାସନାଲ ଡ୍ୟୁଟିରୁ ଆଇପିଏଲ ଡ୍ୟୁଟି, ଟ୍ରେଣ୍ଟ, ଆଡାମ ଓ ଜିମ୍ମି ଚେନ୍ନାଇରେ ପହଞ୍ଚିବା ପରେ ମୁମ୍ବାଇ ଇଣ୍ଡିଆନ୍ସ ଟ୍ବିଟ ଯୋଗେଁ ସୂଚନା ଦେଇଛି ।

ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ ଇତିହାସର ସବୁଠୁ ସଫଳତମ ଦଳ ରହିଛି । ମୋଟ 5ଥର ଚମ୍ପିଆନ ହୋଇଛି ମୁମ୍ବାଇ । 2013, 2015, 2017, 2019 ଓ 2020ରେ ଆଇପିଏଲ ଟ୍ରଫି ନିଜ ନାମରେ କରିଛି ମୁମ୍ବାଇ ଇଣ୍ଡିଆନ୍ସ ।

ମୁମ୍ବାଇ ଇଣ୍ଡିଆନ୍ସ ସ୍କ୍ବାଡ : ରୋହିତ ଶର୍ମା(କ୍ୟାପଟେନ), ଆଦିତ୍ୟ ତାରେ, ଅଙ୍କୁଲ ରୟ, ଅନମୋଲ ସିଂହ, କ୍ରିସ ଲିନ, ଧାୱଲ କୁଲକର୍ଣ୍ଣି, ହାର୍ଦ୍ଦିକ ପାଣ୍ଡ୍ୟା, ଇଶାନ କିଶନ, ଜଶପ୍ରୀତ ବୁମରା, ଜୟନ୍ତ ଯାଦବ, କିରଣ ପୋଲାର୍ଡ, କ୍ରୁଣାଳ ପାଣ୍ଡ୍ୟା, ମୋହସିନ ଖାନ, କ୍ବିଣ୍ଟନ ଡି କକ୍‌, ରାହୁଲ ଚହର, ସୌରଭ ତିୱାରୀ, ସୂର୍ଯ୍ୟକୁମାର ଯାଦବ, ଟ୍ରେଣ୍ଟ ବୋଲ୍ଟ, ଆଡାମ ମିଲନେ, ନାଥନ କୁଲଟର-ନାଇଲ, ପିୟୁସ ଚାୱଲା, ଜିମ୍ମି ନିଶାମ, ୟୁଧବୀର ଚରକ, ମାର୍କୋ ଜନସେନ, ଅର୍ଜୁନ ତେନ୍ଦୁଲକର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.