ହାଇଦ୍ରାବାଦ: ଆଇପିଏଲ 2021ର ନିଲାମୀ ପୂର୍ବରୁ ଇଂଲଣ୍ଡର ଫାଷ୍ଟ ବୋଲର ମାର୍କ ଉଡ୍ ଆଇପିଏଲରୁ ଓହରି ଯାଇଛନ୍ତି । ବ୍ୟକ୍ତିଗତ କାରଣରୁ ଏପରି ନିଷ୍ପତ୍ତି ନେଇଛନ୍ତି । ମିଡିଆ ରିପୋର୍ଟ ଅନୁସାରେ, ଉଡ୍ ନିଲାମୀରୁ ଓହରି ଯାଇଛନ୍ତି । କାରଣ ସେ ନିଜ ପରିବାର ସହ ସମୟ ଅତିବାହିତ କରିବାକୁ ଚାହୁଁଛନ୍ତି । ଏହି ବୋଲରଙ୍କ ବେସ୍ ପ୍ରାଇସ୍ 2କୋଟି ରହିଥିଲା ।
ତେବେ ତାଙ୍କର ଆଇପିଏଲରୁ ଓହରିବା ଫଳରେ କିଛି ଫ୍ରାଞ୍ଚାଇଜଙ୍କୁ ଝଟକା ଲାଗିଛି । ତାଙ୍କ ମତରେ ସେ ନିଲାମ ହେବାପରେ ଆଇପିଏଲରୁ ଓହରିବାକୁ ଚାହୁଁ ନଥିଲେ ।
ସୂଚନାଥାଉକି, 2018ରେ ସେ ଚେନ୍ନାଇ ସୁପର କିଙ୍ଗ୍ସଦଳ ପାଇଁ ଖେଳିଥିଲେ । ମାର୍କଙ୍କ ପୂର୍ବରୁ ଇଂଲଣ୍ଡର ଅଧିନାୟକ ଜୋ ରୁଟ୍ ଆଇପିଏଲରୁ ଓହରି ସାରିଛନ୍ତି ।
ସୂଚନାଥାଉକି, ଆଜିର ନିଲାମୀରେ 292 ଖେଳାଳି ଅଂଶଗ୍ରହଣ କରିବେ ଓ ସେମାନଙ୍କ ମଧ୍ୟରୁ 164ଜଣ ଭାରତୀୟ ଖେଳାଳି ଓ 125ଜଣ ବିଦେଶୀ ଖେଳାଳି ସାମିଲ ଅଛନ୍ତି ।