ଚେନ୍ନାଇ: ଆଇପିଏଲ ଇତିହାସରେ ସବୁଠୁ ମହଙ୍ଗା ଖେଳାଳି ହେଲେ ଦକ୍ଷିଣ ଆଫ୍ରିକୀୟ ଅଲରାଉଣ୍ଡର କ୍ରିସ ମୋରିସ । ରାଜସ୍ଥାନ ରୟାଲ୍ସ ମୋରିସଙ୍କୁ 16.25 ଟଙ୍କାରେ କିଣିଛି । ତାଙ୍କର ବେସ ପ୍ରାଇସ ଥିଲା 75 ଲକ୍ଷ ।
ଏଥିସହ ମୋରିସ ଯୁବରାଜ ସିଂହଙ୍କ ରେକର୍ଡକୁ ଭଙ୍ଗ କରିଛନ୍ତି । 2015 ଆଇପିଏଲ ନିଲାମରେ ପୂର୍ବରୁ ଦିଲ୍ଲୀ ଡେୟାରଡେଭିଲ୍ସ(ବର୍ତ୍ତମାନର ଦିଲ୍ଲୀ କ୍ୟାପିଟାଲ୍ସ) 16 କୋଟିରେ ଯୁବରାଜଙ୍କୁ କିଣିଥିଲା।
କୋଲକାତା ନାଇଟ ରାଇଡର୍ସ ବାଂଲାଦେଶ ଅଲରାଉଣ୍ଡର ସାକିବ ଅଲ ହାସନଙ୍କୁ 3.2 କୋଟିରେ କିଣିଛି । ସେହିପରି ଇଂଲଣ୍ଡ ସ୍ପିନ ବୋଲିଂ ଅଲରାଉଣ୍ଡର ମୋଇନ ଅଲୀଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ 7 କୋଟିରେ କିଣିଛି ।
ଅନ୍ୟପଟେ ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଗ୍ଳେନ ମାକ୍ସୱେଲଙ୍କୁ 14.25 କୋଟିରେ କିଣି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମରେ ସାମିଲ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ