ETV Bharat / sports

IPL 2021 ନିଲାମ: ତେନ୍ଦୁଲକରଙ୍କ ପୁଅକୁ କିଣିଲା ମୁମ୍ବାଇ ଇଣ୍ଡିଆନ୍ସ

ଜୁନିୟର ତେନ୍ଦୁଲକରଙ୍କୁ ବେସ ପ୍ରାଇସ 20 ଲକ୍ଷ ଟଙ୍କାରେ 5 ଥରର ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ କିଣିଛି । ଅଧିକ ପଢନ୍ତୁ...

author img

By

Published : Feb 18, 2021, 9:30 PM IST

IPL 2021 Auction: Arjun Tendulkar sold to Mumbai Indians for Rs 20 lakh
ଆଇପିଏଲ 2021 ନିଲାମ: ଅର୍ଜୁନ ତେନ୍ଦୁଲକରଙ୍କୁ କିଣିଲା ମୁମ୍ବାଇ ଇଣ୍ଡିଆନ୍ସ

ଚେନ୍ନାଇ: ମୁମ୍ବାଇ କ୍ରିକେଟର ଅର୍ଜୁନ ତେନ୍ଦୁଲକର ଆଇପିଏଲ 2021 ନିଲାମି ପ୍ରକ୍ରିୟାର ଶେଷ ଖେଳାଳି ଭାବେ ସାମିଲ ହୋଇଥିଲେ। ଜୁନିୟର ତେନ୍ଦୁଲକରଙ୍କୁ ବେସ ପ୍ରାଇସ 20 ଲକ୍ଷ ଟଙ୍କାରେ 5 ଥରର ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ କିଣିଛି ।

କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ପ୍ରଥମ ଥର ପାଇଁ ଆଇପିଏଲ ନିଲାମରେ ସାମିଲ ହୋଇଥିଲେ । ପୂର୍ବରୁ ମୁମ୍ବାଇ କ୍ୟାମ୍ପର ନେଟ ବୋଲର ଭାବେ ମଧ୍ୟ ସାମିଲ ହୋଇସାରିଥିଲେ । ୟୁଏଇରେ ଖେଳାଯାଇଥିବା ଆଇପିଏଲର 13ତମ ସଂସ୍କରଣରେ ମଧ୍ୟ ମୁ୍ମ୍ବାଇ ଟିମ ସହ ରହିଥିଲେ ।

ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ମୁମ୍ବାଇ ସିନିୟର ଦଳରେ ଡେବ୍ୟୁ କରିଥିଲେ ଅର୍ଜୁନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.